କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ ସମସ୍ୟା ଦେଖାଦେଉଥିଲେ ହେଁ ସମାଧାନ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
କେନ୍ଦୁଝର ସହରକୁ ଲାଗି ଥିବା ମଣ୍ଡୁଆ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସୋଲାର ଜଳଯୋଗାଣ ପ୍ରକଳ୍ପ ବସା ଯାଇଛି। ନଳକୂପରୁ ପମ୍ପ ଦ୍ୱାରା ଭୂତ୍ତଳ ଜଳ ଉଠାଯାଇ ଓଭରହେଡ ଟାଙ୍କିକୁ ବୁହାଯାଏ। ସେଠାରୁ ଷ୍ଟାଣ୍ଡ ପଏଣ୍ଟକୁ ପାଣି ଛଡାଯାଇଥାଏ। ବିଦ୍ୟୁତ୍‌ ସମସ୍ୟାକୁ ମୁକାବିଲା କରିବା ପାଇଁ ସୋଲାର ସିଷ୍ଟମରେ ପାଣି ଉଠାଯାଇଥାଏ। କିନ୍ତୁ ସୋଲାର ପ୍ଲେଟ ଠିକ ଭାବରେ ସୂର୍ଯ୍ୟାଲୋକ ଗ୍ରହଣ କରି ବିଦ୍ୟୁତ ସୃଷ୍ଟି କରିପାରୁ ନ ଥିବାରୁ ଜଳଯୋଗାଣ ବ୍ୟାହତ ହେଉଛି। ଉକ୍ତ ପ୍ରକଳ୍ପ ଉପରେ ଶତାଧିକ ପରିବାର ନିର୍ଭରଶୀଳ। ଦିନ ୧୦/୧୧ ଟାରେ ସୋଲାର ପ୍ୟାନେଲ ଗରମ ହେଲେ ସିଷ୍ଟମ କାର୍ଯ୍ୟ କରିଥାଏ ଓ ପାଣି ବାହାରିଥାଏ। ସୋଲାର ପ୍ୟାନେଲ ବଦଳା ଯାଉନାହିଁ କିମ୍ବା ସଜଡା ଯାଉନାହିଁ। ଏଣୁ ଲୋକ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଷ୍ଟାଣ୍ଡ ପଏଣ୍ଟ ପାଖରେ ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି। ନଚେତ ହ୍ୟାଣ୍ଡପମ୍ପରୁ ପାଣି ବାହାର କରିବାକୁ ପଡୁଛି। ଅନେକ ସମୟରେ ପାଣି ବାହାରିଲେ ଭିଡ ଜମିଥାଏ ଏବଂ ପାଣିପାଇଁ ଝଗଡ଼ା ହୋଇଥାଏ ବୋଲି ସ୍ଥାନୀୟ ଓ୍ବାର୍ଡ ମେମ୍ବର କୌଶଲ୍ୟା ଦେହୁରୀ କହିଛନ୍ତି। ମେଘୁଆ ପାଗ ହେଲେ ବା ବର୍ଷା ଦିନରେ ପାଣି ସମସ୍ୟା ନ କହିବା ଭଲ ବୋଲି ଗ୍ରାମବାସୀ କହିଛନ୍ତି। ପାଇପ ଦ୍ୱାରା ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ସେହିପରି କେତେବେଳେ ତାର ଚୋରି ତ କେତେବେଳେ ଟ୍ୟାପ ଚୋରି ଯୋଗୁ ଜଳ ଯୋଗାଣରେ ସମସ୍ୟା ଦେଖାଦେଇଥାଏ। ଅଭିଯୋଗ କଲେ ପଞ୍ଚାୟତରୁ ଆସି ସଜାଡ଼ୁଛନ୍ତି କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ। ୪ଟି ଟ୍ୟାପ୍‌ରୁ ଗୋଟିଏ କାମ କରୁଛି ବୋଲି କହିଛନ୍ତି। ଅନେକ ସ୍ଥାନରେ ସୋଲାର ପ୍ୟାନେଲ, ପାଇପ୍‌ ଆଦି ଖରାପ ହୋଇଯାଉଥିବା ବେଳେ ପମ୍ପ ଖରାପ ହୋଉଥିବାରୁ ଜଳ ଯୋଗାଣ ବ୍ୟାହତ ହେଉଛି। ତେବେ ଦିନ ଦିନ ଧରି ସଜଡା ଯାଉନଥିବାରୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ଏ ଦିଗରେ ଜଳ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri