ଲଗାଣ ବର୍ଷାରେ ରେଳ ଲାଇନ୍‌ରେ ଖସିଲା ମାଟି ଅତଡ଼ା

ରାୟଗଡା ଅଫିସ,୧୪।୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ରାୟଗଡ଼ା ଜିଲାରେ ଲଗାଣ ବର୍ଷା ପ୍ରଭାବରେ କେଆର୍‌ ରେଳ ଲାଇନ୍‌ ଉପରେ ମାଟି ଅତଡ଼ା ଖସି ପଡ଼ଛି। ଗଛ ଭାଙ୍ଗି ମଧ୍ୟ ଟନେଲ୍‌ ୩୪ରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଅନେକ ଟ୍ରେନ୍‌ ଅଟକି ରହିଥିବା ବେଳେ ସମଲେଶ୍ୱରୀ ଏକ୍ସପ୍ରେସ ଶିକରପାଇ ଷ୍ଟେଶନଠାରେ ଅଟକି ରହିଛି। ରାୟଗଡ଼ାରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗଛ କଟା କାର୍ଯ୍ୟ ଆରମ୍ଭ କରିଛନ୍ତି।