ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ ପ୍ରହସନ ପାଲଟିଛି

ଜଗତ୍‌ସିଂହପୁର ଅଫିସ୍‌, ୬ା୧୨:ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା ଭାବେ ପରିଚିତ। କିନ୍ତୁ ଜିଲାର ମୃତ୍ତିକାର ଗୁଣାବତ୍ତା ଦିନକୁ ଦିନ ହ୍ରାସ ପାଇ ଚାଲିଛି। ମାତ୍ର ସେଥିପ୍ରତି ଧ୍ୟାନ ଦିଆ ନ ଯିବା ଚିନ୍ତାର କାରଣ ପାଲଟିଛି । ମୃତ୍ତିକା ପରୀକ୍ଷା ପାଇଁ ଚାଷୀଙ୍କ ଭିତରେ ସଚେତନତା ବୃଦ୍ଧି ପାଇଁ ଜିଲା କୃଷି ବିଭାଗ ଓ ତିର୍ତ୍ତୋଲ ବ୍ଲକ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଆନ୍ତରିକତା ରହୁ ନ ଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଅନ୍ୟପଟେ ପ୍ରତିବର୍ଷ ଔପଚାରିକତା ପୂରଣ ପାଇଁ ଜିଲା କୃଷି ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୫ ତାରିଖରେ ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି ।
ଜିଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୃତ୍ତିକା ପରୀକ୍ଷାଗାର ରହିଛି।ଗତ ଜୁଲାଇ ୩୦ରେ ଏକ ଘରୋଇ କମ୍ପାନୀକୁ ଏହାର ଦାୟିତ୍ୱ ଦିଆଯାଇଛି। କିନ୍ତୁ ସେଠାରେ ମୃତ୍ତିକା ପରୀକ୍ଷଣ ପାଇଁ କେତେଜଣ କର୍ମଚାରୀ ନିୟୋଜିତ ଅଛନ୍ତି ତାହା ଜଣାପଡ଼ିନାହିଁ। ୨୦୨୨-୨୩ରେ ୧୦ ହଜାର ନମୁନା ସଂଗ୍ରହ ପାଇଁ ସରକାରଙ୍କ ତରଫରୁ ଟାର୍ଗେଟ୍‌ ଦିଆଯାଇଛି। ସେଥିମଧ୍ୟରେ ଖୁବ କମ୍‌ ନମୁନା ଉପରେ ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇଛି । କୃଷକ ସାଥୀମାନେ ବ୍ଲକ ଅଞ୍ଚଳର ଚାଷୀଙ୍କଠାରୁ ମାଟି ନମୁନା ସଂଗ୍ରହ କରି ଏଟିଏମ୍‌ (ଏଗ୍ରିକଲ୍‌ଚର ଟେକ୍‌ନୋଲୋଜୀ ମ୍ୟାନ୍‌)ଙ୍କ ମାଧ୍ୟମରେ ପଞ୍ଜିକରଣ କରିବା କଥା। ତା’ପରେ ପରୀକ୍ଷାଗାର ପଠାଯିବା ପାଇଁ ବ୍ୟବସ୍ଥା ଅଛି । ସେଠାରେ ୧୨ଟି ପାରାମିଟରରେ ସମୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡରେ ଉଲ୍ଲେଖ କରାଯାଏ। ଚାଷୀ ପାଖରେ କାର୍ଡ ପହଞ୍ଚତ୍ଲା ପରେ ସେ କୃଷି ବିଭାଗ କର୍ମଚାରୀଙ୍କ ସହାୟତା ନେଇ ଉପଚାର କରିବା ବ୍ୟବସ୍ଥା ଥିବା ଭାରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ରଘୁନାଥପୁର ବ୍ଲକ ଜିଲା ଗ୍ରାମର ବସନ୍ତ କୁମାର ସ୍ବାଇଁ, ରାଢ଼ଙ୍ଗର ଦେବୀ ପ୍ରସାଦ ମହାରଣା ଓ କଲମୁଲର ଭାଗିରଥି ମହାରଣା, ନାଉଗାଁ ବ୍ଲକ ଏରଡ଼ା ଗ୍ରାମର ସଞ୍ଜୟ କୁମାର ବିଶ୍ୱାଳ, ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ଅଭିଯୋଗରେ କହିଛନ୍ତି, ଜିଲାରେ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା ହେଉଥିବା କଥା କେବଳ ସେମାନେ ନୁହନ୍ତି, ଅଧିକାଂଶ ଚାଷୀ ଜାଣନ୍ତି ନାହିଁ। ମାଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ନିହାତି ଜରୁରି। ଏହା ଜାଣିଲେ ଚାଷୀ ତା’ର ଉପଚାର କରିପାରିବ। ଫଳରେ ଫସଲ ଭଲ ହେବ। କିନ୍ତୁ ଜିଲା କୃଷି ବିଭାଗ ଓ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀ ସଚେତନତା ପାଇଁ ଆନ୍ତରିକତା ଥିବା ବାରି ହେଉନି। ମାଟିର ଗୁଣାବତ୍ତା ଆଶାତୀତ ଭାବେ ହ୍ରାସ ପାଇଛି। ଯେଉଁ କାରଣରୁ ରସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର ହେଉଛି। ଏହା ପ୍ରୟୋଗ ନ ହେଲେ ଅମଳ ନୈରାଶ୍ୟଜନକ ସ୍ଥିତିକୁ ଚାଲିଆସିବ। ସରକାର ଏହାର ବ୍ୟବହାର ବନ୍ଦ କରି ଅଣୁ ସାର ପ୍ରୟୋଗ ପାଇଁ ପଦକ୍ଷେପ ନେବା ଜରୁରି। ଆମେରିକା ଏବେ ରସାୟନିକ ସାର, କୀଟନାଶକ ବନ୍ଦ କରି ସାରିଲାଣି। ଭାରତ ସରକାର କିନ୍ତୁ ନୀରବ। କେବଳ ଜିଲାସ୍ତରରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରିଦେଲେ ଚାଷୀ ସମସ୍ୟା ଦୂର ହୋଇଯିବନାହିଁ ବୋଲି ଏହି ଚାଷୀମାନେ ଅସନ୍ତୋଷବ୍ୟକ୍ତ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri