ସୁନିଆରେ ଆସିଲା ମାଟି

ଢେଙ୍କାନାଳ ଅଫିସ, ୩୧ା୮:  ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ରବିବାର ପବିତ୍ର ସୁନିଆରେ ମାଟି ଅନୁକୂଳ କରାଯାଇଛି। କରୋନା କଟକଣା ମଧ୍ୟରେ ବିଧିରକ୍ଷା ଲାଗି ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ବ୍ରାହ୍ମଣୀ ନଦୀ, ବଡ଼ଯୋରା ସମେତ ସହରର ବିଭିନ୍ନ ଜଳାଶୟରୁ ମାଟି ଅନୁକୂଳ କରାଯାଇଛି। ମହାବୀର ବଜାର, କାଞ୍ଚନ ବଜାର, ଜବାହର ଚୌକ, ବସ୍‌ଷ୍ଟାଣ୍ଡ-ଅମଲାପଡ଼ା, ଲକ୍ଷ୍ମୀବଜାର, ପଦ୍ମବଜାର, ଚନ୍ଦନବଜାର, ରତନ ବଜାର, ହାଟରୋଡ, ସିମିଳିଆ ପ୍ରମୁଖ ପୂଜା ପ୍ରତିଷ୍ଠାନ ବ୍ରାହ୍ମଣୀ ନଦୀ କୂଳରୁ ମାଟି ଆଣିଥିଲେ। ସେହିପରି ବାଜିଚୌକ, ରାଧାକୃଷ୍ଣ ବଜାର ପୂଜା କମିଟି ବଡଯୋରା, କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ ନୂଆ ପୋଖରୀ, ଜୁବିଲି ଟାଉନ-୧ ପୂଜା ପ୍ରତିଷ୍ଠାନ ଯାଉଁଳି ପୋଖରୀରୁ ମାଟି ଉଠାଇଥିଲେ। ଏଥିପୂର୍ବରୁ ରାଧାଷ୍ଟମୀରେ ମିନାବଜାର ଓ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ମାଟି ଅନୁକୂଳ କରିସାରିଥିଲେ। ଚଳିତବର୍ଷ ଲକ୍ଷ୍ମୀପୂଜାକୁ ନିରାଡମ୍ବରରେ ପାଳନ କରିବା ପାଇଁ ମିଳିତବଜାର ପୂଜା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିଲାଗି ବିନା ଶୋଭାଯାତ୍ରାରେ ସ୍ପଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ମାଟି ଅନୁକୂଳ ହୋଇଥିଲା।

ପାଳନ ହେବ କୋଭିଡ୍‌ କଟକଣା
କୋଭିଡ୍‌ ନିୟମକୁ ସମ୍ମାନ ଜଣାଇ ପୂଜାର୍ଚ୍ଚନା କରାଯିବ। ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ନିୟମ ମାନି ମାଟି ଅନୁକୂଳ ହୋଇଛି। କରୋନା ମହାମାରୀରୁ ସମସ୍ତଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମା’ଙ୍କ ଆବାହନ କରାଯିବ।
– ସୁଧାଂଶୁ ଦଳେଇ,
ସମ୍ପାଦକ, ଜବାହାରଚୌକ ପୂଜା ପ୍ରତିଷ୍ଠାନ

ଆଦ୍ୟପର୍ବ ସମ୍ପନ୍ନ ହୋଇଛି
ସୁନିଆରେ ଅଧିକାଂଶ ପୂଜା ପ୍ରତିଷ୍ଠାନ ମାଟି ଅନୁକୂଳ କରିଥାନ୍ତି। ସେହିପରି ରାଧାଷ୍ଟମୀରେ ମିନାବଜାର ଓ ଗଣେଶ ବଜାର ମାଟି ଅନୁକୂଳ କରିବା ପରମ୍ପରା ରହିଛି। ଲକ୍ଷ୍ମୀପୂଜାର ଏହି ଆଦ୍ୟପର୍ବ ଶାନ୍ତିଶୃଙ୍ଖଳାରେ ସରିଛି।
– ବିଶ୍ୱନାଥ ବେହେରା,
ସଭାପତି, ମିଳିତବଜାର ପୂଜା କମିଟି

ପୂଜା କାର୍ଯ୍ୟକ୍ରମ ପ୍ରଶାସନ ଉପରେ ନିର୍ଭର
ଲକ୍ଷ୍ମୀପୂଜା ପାଇଁ ସୁନିଆରେ ମାଟି ଅନୁକୂଳ ଦୀର୍ଘବର୍ଷର ପରମ୍ପରା। କୋଭିଡ୍‌ ନିୟମ ପାଳନ କରି ମାଟି ଅନୁକୂଳ ହୋଇଛି। ଏଣିକି ପ୍ରଶାସନର ନିଷ୍ପତ୍ତି ଉପରେ ପୂଜା କାର୍ଯ୍ୟକ୍ରମ ନିର୍ଭର କରୁଛି।
– ଗୋପାଳ ପାତ୍ର,
ସଭାପତି, କାଞ୍ଚନବଜାର ପୂଜା ପ୍ରତିଷ୍ଠାନ

ଶୁଭଦିନରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଛି
ସୁନିଆରେ ବାମନଙ୍କ ଜନ୍ମ। ଏହିଦିନ ପୁରୀ ଗଜପତିଙ୍କ ନୂତନ ଅଙ୍କ ପ୍ରଚଳନ ହେବା ସହ ଶୁଭକାର୍ଯ୍ୟ ଅନୁକୂଳ ହୋଇଥାଏ। ଶୁଭଦିନରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଛି। ପୂଜା ଲାଗି ପ୍ରଶାସନ ଏବଂ କମିଟି ଭିତରେ ସହଯୋଗ ରହିବା ଜରୁରୀ।
– ଅବନୀ ମିଶ୍ର,
ସଂଯୋଜକ ଜିଲା ସଂସ୍କୃତି ପରିଷଦ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri