ସାପଧରାଳିଙ୍କ ଘରେ ୧୯ ଛୁଆ ଦେଲା ତମ୍ପ

କାକଟପୁର,୨୮।୬(ଡି.ଏନ୍‌.ଏ.)- ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ ହୋଇଛନ୍ତି ୧୯ଟି ଛୁଆ। ପରେ ବ୍ରଜକିଶୋର ଉକ୍ତ ଛୁଆଗୁଡ଼ିକୁ ଉଦ୍ଧାର କରି ସ୍ଥାନୀୟ ବନଖଣ୍ଡକୁ ହସ୍ତାନ୍ତର କରିଛନ୍ତି। ସୂଚନା ମୁତାବକ, ପ୍ରାୟ ୨ ମାସ ପୂର୍ବରୁ କୋଣାର୍କର ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାପ ଥିବା ଖବରପାଇ କାକଟପୁରର ସାପଧରାଳି ବ୍ରଜକିଶୋର ସେଠାକୁ ଯାଇ ଗୋଟିଏ ବିଷଧର ତମ୍ପକୁ ଉଦ୍ଧାର କରିଥିଲେ। ରାତି ହୋଇଯାଇଥିବାରୁ ସାପଟିକୁ ଘରକୁ ଆଣି ଗୋଟିଏ ଡବାରେ ରଖିଥିଲେ। ପରଦିନ ସକାଳୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଡବା ଖୋଲିବାବେଳେ ଉକ୍ତ ସାପଟି ୧୯ଟି ଅଣ୍ଡା ଦେଇଥିବା ଦେଖିଥିଲେ। ଉକ୍ତ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରି ଅଣ୍ଡା ଦେବା ବାବଦରେ ତତ୍କାଳୀନ ଜଙ୍ଗଲ ଅଧିକାରୀ ସବୀର ସାହୁଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଉକ୍ତ ଅଣ୍ଡାଗୁଡିକର ଯତ୍ନ ନେବା ପାଇଁ ବ୍ରଜକିଶୋର ବନ ବିଭାଗକୁ କହିବାରୁ ଅଧିକାରୀ ରାଜି ହୋଇଥିଲେ। ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ଅଣ୍ଡାଗୁଡିକର ଯତ୍ନ ନେଇଥିଲେ ବ୍ରଜକିଶୋର। ତେବେ ମଙ୍ଗଳବାର ସକାଳେ ସେ ଦେଖିବାବେଳେ ସେହି ଡବାରେ ଅଣ୍ଡାଗୁଡିକ ଫୁଟି ତମ୍ପ ଛୁଆ ଜନ୍ମ ନେଇଥିଲେ। ଏହି ଖବର ପ୍ରଚାର ହେବା ପରେ ସାପ ଛୁଆଗୁଡ଼ିକୁ ଦେଖିବାକୁ ବ୍ରଜକିଶୋରଙ୍କ ଘରେ ଲୋକଙ୍କ ଭିଡ଼ ଜମିଥିଲା। ପରେ ବ୍ରଜକିଶୋର ବନ ବିଭାଗକୁ ଜଣାଇ ସାପଛୁଆଗୁଡ଼ିକୁ ହସ୍ତାନ୍ତର କରିଥିଲେ। ସାପଧରାଳି ବ୍ରଜକିଶୋରଙ୍କ ଏଭଳି ପ୍ରୟାସ ପାଇଁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri