ଚୋରା କୋଇଲାର ଚାଲାଣପଥ ଏବେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୮ା୨: ବନ୍ୟଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା ପୋଲିସର ତନଖି ବ୍ୟବସ୍ଥାକୁ ନଜର ଅନ୍ଦାଜ କରି ଧାମରାରୁ ଚୋରାରେ ଆସିଥିବା କୋଇଲାକୁ ଜିଲା ବାହାରକୁ ପଠାଯାଉଛି। ସ୍ଥାନୀୟ ଅଧିବାସୀ ଏହି କୋଇଲାର ଲୋଡିଂ ଅନଲୋଡିଂ କରୁଛନ୍ତି। ଏହି ବେଆଇନ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଅପରାଧପ୍ରବଣତାକୁ ବୃଦ୍ଧି କରୁଥିବା ମତପ୍ରକାଶ ପାଉଛି।
ଏ ସମ୍ପର୍କରେ ରାଜନଗରର ଶ୍ରୀକାନ୍ତ କୁମାର ମହାଳିକ କହିଛନ୍ତି, ଭଦ୍ରକ ଜିଲା ଧାମରା ବନ୍ଦରରୁ କଟକ ପର୍ଯ୍ୟନ୍ତ ଏହି କୋଇଲା ଚାଲାଣ ରାକେଟର ସଦସ୍ୟମାନେ ଦୀର୍ଘଦିନ ଧରି ସକ୍ରିୟ ଅଛନ୍ତି। ପ୍ରତି ରାତିରେ ୨ରୁ ୫ଟି ଟ୍ରକ୍‌ରେ କୋଇଲା ଚାଲାଣ ହେଉଛି। ଖମାର ପଞ୍ଚାୟତ ପରମାନନ୍ଦପୁର ଗ୍ରାମ ସୀମାକୁ ଲାଗିଥିବା ବ୍ରାହ୍ମଣୀ ନଦୀ କୂଳରେ ଏହି କାରବାର ଚାଲିଛି। ଧାମରା ବନ୍ଦରରୁ ଏହି କୋଇଲା ଆସୁଛି। ବନ୍ଦରକୁ ଆସୁଥିବା ଜାହାଜରୁ କୌଣସି ପ୍ରକାର କୋଇଲାକୁ ଆଣି ବୋଟରେ ଲଦି ଭିତରକନିକା ନିଷିଦ୍ଧାଞ୍ଚଳରେ ଅନଲୋଡିଂ କରାଯାଉଛି। ସେଠାରେ ସିମେଣ୍ଟ ବସ୍ତାରେ ପ୍ୟାକିଂ କରାଯାଇ ଜିଲା ବାହାରକୁ ପଠାଯାଉଛି। ନଳିତାପାଟିଆ, ଖୋଳା ଆଦି ସ୍ଥାନରେ ଏହି କୋଇଲା ଅନଲୋଡିଂ ହେଉଛି। କୋଇଲା ଲୋଡିଂ ଓ ଅନଲୋଡିଂରେ ସ୍ଥାନୀୟ ଅଧିବାସୀ ସହଯୋଗ କରୁଛନ୍ତି। ଅର୍ଥାଭାବରୁ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ଏହି କାମ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅପରାଧପ୍ରବଣ ହେଉଥିବା ଲକ୍ଷ୍ୟ କରାଯାଉଛି। ନିଷିଦ୍ଧାଞ୍ଚଳରେ କୋଇଲାର ଚୋରାଚାଲାଣ ବନ୍ଦ ନ ହେଲେ ଭିତରକନିକାର ପରିବେଶ ଅପରାଧୀଙ୍କ ପାଇଁ ଆଗାମୀ ଦିନରେ ଭୂସ୍ବର୍ଗ ପାଲଟିଯିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ନିଜ ନାମ ଗୋପନ ରଖି କୁହନ୍ତି ଯେ, ବେଆଇନ ଭାବେ ଆସୁଥିବା କୋଇଲା ଚାଲାଣ ସମ୍ପର୍କରେ ସମସ୍ତେ ଜାଣନ୍ତି। ତାଳଚୁଆ ସାମୁଦ୍ରିକ ପୋଲିସ ଥାନାଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଏହି କାରବାର ଚାଲିଥିବା ବେଳେ ଚାଲାଣ ପଥରେ ବନ ବିଭାଗର ଗେଟ୍‌, ଜିଲା ପୋଲିସର ରାତ୍ର ପାଟ୍ରୋଲିଂ, ବିଭିନ୍ନ ଟୋଲ୍‌ ଗେଟ୍‌ ଅଛି। ଏହାସତ୍ତ୍ୱେ କୋଇଲା ଚାଲାଣ ହେଉଛି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ପ୍ରକାଶ କରିଛନ୍ତି ଯେ, ନିଷିଦ୍ଧାଞ୍ଚଳରେ କୋଇଲା ଚାଲାଣ ବଡ଼ କଥା ହୋଇ ରହିନାହିଁ। ବରଂ ଏହି ଅଞ୍ଚଳରେ ଏବେ ନିଶା କାରବାର ବଢ଼ିଛି। ସେହିପରି ଅନୁପ୍ରବେଶ ବଢ଼ିବା ସହ ଚିଙ୍ଗୁଡି ଘେରି ନିର୍ମାଣଠାରୁ ଆରମ୍ଭକରି ଜଙ୍ଗଲ ଜମିକୁ କେତେଜଣ ଅପରାଧପ୍ରବଣ ବ୍ୟକ୍ତି ଜବରଦଖଲ କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏପରି ଘଟଣା ବନ ବିଭାଗ ନଜରକୁ ଆସିନାହିଁ। ତେବେ ପୂର୍ବରୁ ରାଜନଗରର ତାରିଣୀ ମନ୍ଦିର ଓ ରାଜକନିକାଠାରେ ବେନିୟମ ଭାବେ କୋଇଲା ଚାଲାଣ ସମୟରେ ଜିଲା ପୋଲିସ ପକ୍ଷରୁ ରାତ୍ର ପାଟ୍ରୋଲିଂ ସମୟରେ ଧରାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri