ଚୋରା କୋଇଲାର ଚାଲାଣପଥ ଏବେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୮ା୨: ବନ୍ୟଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା ପୋଲିସର ତନଖି ବ୍ୟବସ୍ଥାକୁ ନଜର ଅନ୍ଦାଜ କରି ଧାମରାରୁ ଚୋରାରେ ଆସିଥିବା କୋଇଲାକୁ ଜିଲା ବାହାରକୁ ପଠାଯାଉଛି। ସ୍ଥାନୀୟ ଅଧିବାସୀ ଏହି କୋଇଲାର ଲୋଡିଂ ଅନଲୋଡିଂ କରୁଛନ୍ତି। ଏହି ବେଆଇନ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଅପରାଧପ୍ରବଣତାକୁ ବୃଦ୍ଧି କରୁଥିବା ମତପ୍ରକାଶ ପାଉଛି।
ଏ ସମ୍ପର୍କରେ ରାଜନଗରର ଶ୍ରୀକାନ୍ତ କୁମାର ମହାଳିକ କହିଛନ୍ତି, ଭଦ୍ରକ ଜିଲା ଧାମରା ବନ୍ଦରରୁ କଟକ ପର୍ଯ୍ୟନ୍ତ ଏହି କୋଇଲା ଚାଲାଣ ରାକେଟର ସଦସ୍ୟମାନେ ଦୀର୍ଘଦିନ ଧରି ସକ୍ରିୟ ଅଛନ୍ତି। ପ୍ରତି ରାତିରେ ୨ରୁ ୫ଟି ଟ୍ରକ୍‌ରେ କୋଇଲା ଚାଲାଣ ହେଉଛି। ଖମାର ପଞ୍ଚାୟତ ପରମାନନ୍ଦପୁର ଗ୍ରାମ ସୀମାକୁ ଲାଗିଥିବା ବ୍ରାହ୍ମଣୀ ନଦୀ କୂଳରେ ଏହି କାରବାର ଚାଲିଛି। ଧାମରା ବନ୍ଦରରୁ ଏହି କୋଇଲା ଆସୁଛି। ବନ୍ଦରକୁ ଆସୁଥିବା ଜାହାଜରୁ କୌଣସି ପ୍ରକାର କୋଇଲାକୁ ଆଣି ବୋଟରେ ଲଦି ଭିତରକନିକା ନିଷିଦ୍ଧାଞ୍ଚଳରେ ଅନଲୋଡିଂ କରାଯାଉଛି। ସେଠାରେ ସିମେଣ୍ଟ ବସ୍ତାରେ ପ୍ୟାକିଂ କରାଯାଇ ଜିଲା ବାହାରକୁ ପଠାଯାଉଛି। ନଳିତାପାଟିଆ, ଖୋଳା ଆଦି ସ୍ଥାନରେ ଏହି କୋଇଲା ଅନଲୋଡିଂ ହେଉଛି। କୋଇଲା ଲୋଡିଂ ଓ ଅନଲୋଡିଂରେ ସ୍ଥାନୀୟ ଅଧିବାସୀ ସହଯୋଗ କରୁଛନ୍ତି। ଅର୍ଥାଭାବରୁ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ଏହି କାମ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅପରାଧପ୍ରବଣ ହେଉଥିବା ଲକ୍ଷ୍ୟ କରାଯାଉଛି। ନିଷିଦ୍ଧାଞ୍ଚଳରେ କୋଇଲାର ଚୋରାଚାଲାଣ ବନ୍ଦ ନ ହେଲେ ଭିତରକନିକାର ପରିବେଶ ଅପରାଧୀଙ୍କ ପାଇଁ ଆଗାମୀ ଦିନରେ ଭୂସ୍ବର୍ଗ ପାଲଟିଯିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ନିଜ ନାମ ଗୋପନ ରଖି କୁହନ୍ତି ଯେ, ବେଆଇନ ଭାବେ ଆସୁଥିବା କୋଇଲା ଚାଲାଣ ସମ୍ପର୍କରେ ସମସ୍ତେ ଜାଣନ୍ତି। ତାଳଚୁଆ ସାମୁଦ୍ରିକ ପୋଲିସ ଥାନାଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଏହି କାରବାର ଚାଲିଥିବା ବେଳେ ଚାଲାଣ ପଥରେ ବନ ବିଭାଗର ଗେଟ୍‌, ଜିଲା ପୋଲିସର ରାତ୍ର ପାଟ୍ରୋଲିଂ, ବିଭିନ୍ନ ଟୋଲ୍‌ ଗେଟ୍‌ ଅଛି। ଏହାସତ୍ତ୍ୱେ କୋଇଲା ଚାଲାଣ ହେଉଛି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ପ୍ରକାଶ କରିଛନ୍ତି ଯେ, ନିଷିଦ୍ଧାଞ୍ଚଳରେ କୋଇଲା ଚାଲାଣ ବଡ଼ କଥା ହୋଇ ରହିନାହିଁ। ବରଂ ଏହି ଅଞ୍ଚଳରେ ଏବେ ନିଶା କାରବାର ବଢ଼ିଛି। ସେହିପରି ଅନୁପ୍ରବେଶ ବଢ଼ିବା ସହ ଚିଙ୍ଗୁଡି ଘେରି ନିର୍ମାଣଠାରୁ ଆରମ୍ଭକରି ଜଙ୍ଗଲ ଜମିକୁ କେତେଜଣ ଅପରାଧପ୍ରବଣ ବ୍ୟକ୍ତି ଜବରଦଖଲ କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏପରି ଘଟଣା ବନ ବିଭାଗ ନଜରକୁ ଆସିନାହିଁ। ତେବେ ପୂର୍ବରୁ ରାଜନଗରର ତାରିଣୀ ମନ୍ଦିର ଓ ରାଜକନିକାଠାରେ ବେନିୟମ ଭାବେ କୋଇଲା ଚାଲାଣ ସମୟରେ ଜିଲା ପୋଲିସ ପକ୍ଷରୁ ରାତ୍ର ପାଟ୍ରୋଲିଂ ସମୟରେ ଧରାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri