ସ୍ମାର୍ଟ ଲାଇବ୍ରେରି ସ୍ବପ୍ନ

ଢେଙ୍କାନାଳ ଅଫିସ, ୧୮।୯: ସ୍ମାର୍ଟ ହେବ ପାଠାଗାର। କମ୍ପ୍ୟୁଟର, ସ୍କାନର, ଫର୍ନିଚରଠାରୁ ଆରମ୍ଭ କରି ପାନୀୟଜଳ, ଅଗ୍ନି ନିରାପତ୍ତା ଯାଏ ସମସ୍ତ ବ୍ୟବସ୍ଥା ରହିବ ଏଠାରେ। ଏକ ସକାରାତ୍ମକ ପରିବେଶରେ ଅଧ୍ୟୟନ କରିବାର ସୁଯୋଗ ପାଇବେ ପାଠକ। ଗବେଷଣା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଶିକ୍ଷାର୍ଥୀ ସାଉଁଟିବେ ସୁଖଦ ଅନୁଭୂତି। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲାରେ ଏକ ଉନ୍ନତମାନର ପାଠାଗାର କରାଯିବା ପାଇଁ ପ୍ରସ୍ତୁତ କରାଯାଇଛି ନୀଳ ନକ୍ସା। ହେଲେ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଏହି ସ୍ବପ୍ନର ପ୍ରକଳ୍ପ ଆଗକୁ ବଢୁନାହିଁ। ସଂସ୍କୃତି ବିଭାଗ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ସ୍ମାର୍ଟ ଲାଇବ୍ରେରି ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ପଡ଼ି ରହିଥିବାବେଳେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ କିଣାଯାଇଥିବା ମୂଲ୍ୟବାନ ଉପକରଣ ବନ୍ଦ ପ୍ରକୋଷ୍ଠରେ ଖତ ଖାଉଛି।
ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲା ପାଠାଗାରକୁ ସ୍ମାର୍ଟ ଲାଇବ୍ରେରିରେ ରୂପାନ୍ତରଣ କରିବା ଲାଗି ୨୦୧୮ ନଭେମ୍ବର ୮ରେ ଦିଆଯାଇଥିଲା ୪ ଲକ୍ଷ ୬୪ ହଜାର ଟଙ୍କା। ସେଥିରୁ ଜିଲା ଲାଇବ୍ରେରିର ଆଧୁନିକୀକରଣ ପାଇଁ ୩ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଥିଲା। ଏହି ଅର୍ଥରେ ଡେସ୍କଟପ୍‌ କମ୍ପ୍ୟୁଟର, ଲେଜର ପ୍ରିଣ୍ଟର, ୟୁପିଏସ୍‌, ସ୍କାନର, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଫର୍ନିଚର, ଫଟୋ କପିଅର, ବିଶୁଦ୍ଧ ପାନୀୟ ଜଳ ମେଶିନ, ବ୍ୟାଟେରି, ଇନର୍ଭଟର କିଣିବାକୁ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଜଣାଯାଇଥିଲା। ଅବଶିଷ୍ଟ ୧ଲକ୍ଷ ୪୬ ହଜାର ଟଙ୍କାରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି, କମ୍ପ୍ୟୁଟର ସାମଗ୍ରୀ, ଟେଲିଫୋନ, ଇଣ୍ଟରନେଟ୍‌ ବିଲ, ପୁରୁଣା ବହିଗୁଡ଼ିକର ଡିଜିଟାଇଜେଶନ କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏସବୁ କାର୍ଯ୍ୟଲାଗି ଟେଣ୍ଡର ପ୍ରକ୍ରିୟା ହୋଇଥିବାବେଳେ କଟକ କଲେଜ ଛକସ୍ଥିତ ମେସର୍ସ ହୃଦୟ ଏଣ୍ଟରପ୍ରାଇଜର୍ସ ସମସ୍ତ ଉପକରଣ ଯୋଗାଇଛି। ଏଥିଲାଗି ସମ୍ପୃକ୍ତ ସଂସ୍ଥାକୁ ୨୦୨୨ ଏପ୍ରିଲ୍‌ ୮ରେ ବିଲ୍‌ ମଧ୍ୟ ପ୍ରଦାନ କରାଯାଇଛି। ଅନ୍ୟପଟେ ଉନ୍ନତମାନର ଜିଲାସ୍ତରୀୟ ପାଠାଗାର ତଥା ସ୍ମାର୍ଟ ଲାଇବ୍ରେରି ପାଇଁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ୨ ବର୍ଷ ତଳେ ଦେଇଥିଲେ। ପ୍ରଥମେ ଜିଲା ବନଖଣ୍ଡ କାର୍ଯ୍ୟାଳୟ ପଛ ପାଖରେ ଥିବା ବ୍ୟାସକବି ସଦନ ଏବଂ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ନିକଟରେ ସ୍ମାର୍ଟ ଲାଇବ୍ରେରି କରିବା ଲାଗି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଉଭୟ ଜାଗାକୁ ବୁଦ୍ଧିଜୀବୀ, ପାଠକଗୋଷ୍ଠୀ ନାପସନ୍ଦ କରିଥିଲେ। ତେଣୁ କାମ ଆଗେଇ ପାରି ନ ଥିଲା। ଦୀର୍ଘଦିନ ପରେ ବି ନୂଆ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଏହି ପ୍ରକଳ୍ପ ଆଗକୁ ବଢ଼ିପାରୁନାହିଁ। ଏବେ ବ୍ୟାସକବି ସେବା ସଦନରେ ଏକ ଘର କରାଯାଇ ଏହାକୁ ପାଠାଗାର ଭାବେ ବ୍ୟବହାର କରାଯାଉଛି। ତେବେ ଉକ୍ତ ସ୍ଥାନରେ ପାଠକଙ୍କ ଲାଗି ସର୍ବନିମ୍ନ ସୁବିଧା ତ ଦୂରର କଥା, ସୂଚନା ଫଳକଟିଏ ମଧ୍ୟ ନାହିଁ। ମାଗାଜିନ୍‌, ଇଣ୍ଟରନେଟ୍‌, ୱାଇଫାଇ ସୁବିଧା ନ ଥିବାରୁ ପାଠକେ ଏହି ସ୍ଥାନରୁ ମୁହଁ ଫେରାଉଛନ୍ତି। ଢେଙ୍କାନାଳ ଭଳି ଶିକ୍ଷାକ୍ଷେତ୍ରରେ ଆଗୁଆ ଜିଲା ତଥା ପ୍ରଶାସନିକ କେନ୍ଦ୍ରସ୍ଥଳରେ ଏକ ସ୍ମାର୍ଟ ଲାଇବ୍ରେରି ହୋଇ ନ ପାରିବା ଆଲୋଚନାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା କୁହନ୍ତି, ପାଠାଗାର ପାଇଁ ଘର ନିର୍ମାଣ ନିମନ୍ତେ ମିଳିଥିବା ଟଙ୍କା ପୂର୍ତ୍ତ ବିଭାଗକୁ ଦିଆଯାଇଛି। ପୂର୍ତ୍ତ ବିଭାଗ ଘର କରୁନାହିଁ କି ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରୁନାହିଁ। ଠିକ୍‌ ଜାଗା ମଧ୍ୟ ଚିହ୍ନଟ ହୋଇପାରୁନାହିଁ। ସମସ୍ତ ଉପକରଣ କିଣାହୋଇ ଜିଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ରହିଛି ା ଏ ସମ୍ପର୍କରେ ଜିଲାପାଳଙ୍କୁ ଜଣାଇଛୁ।

 

ଉପଯୁକ୍ତ ବାତାବରଣ ନାହିଁ
ଜଣେ ନିୟମିତ ପାଠକ ଭାବେ ଜିଲା ପାଠାଗାରରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି।
ହେଲେ ଏଠାରେ ଉପଯୁକ୍ତ ବାତାବରଣ ନାହିଁ। ବିଶୁଦ୍ଧ ପାନୀୟଜଳ, ଆବଶ୍ୟକତା ଅନୁଯାୟୀ ଇଂଲିଶ କିମ୍ବା ଓଡ଼ିଆ ଖବରକାଗଜ ଆସୁନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଉଚିତ।
-ଅଶ୍ୱିନୀ କୁମାର ସାହୁ, ପାଠକ
ମାଗାଜିନ ଆସୁନାହିଁ
ଜିଲା ପାଠାଗାରରେ ଚାର୍ଟାର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ପବନ ଚଳାଚଳ କରିବା ବ୍ୟବସ୍ଥା ନ ଥିବାରୁ ବେଶି ସମୟ ଧରି ବସି ହେଉନାହିଁ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ମାଗାଜିନ ଆସୁନାହିଁ। ଛୁଟିଦିନରେ ପାଠାଗାର ଖୋଲା ରହିଲେ ପାଠକ ଆକର୍ଷିତ ହେବେ।

-ସିପକ କୁମାର ବାରିକ, ପାଠକ
ବହୁ ସମସ୍ୟାରେ ଛନ୍ଦି ହୋଇଛି
ବହୁ ସମସ୍ୟାରେ ଛନ୍ଦି ହୋଇଥିବା ଜିଲା ପାଠାଗାରରେ ଜଣେ ପାଠକ ପଢ଼ିବା ପାଇଁ ଯେଉଁ ବାତାବରଣ ରହିବା କଥା, ତାହା ନାହିଁ। ଢେଙ୍କାନାଳ ଭଳି ଏକ ଶିକ୍ଷିତ ଜିଲାରେ ଉନ୍ନତମାନର ଲାଇବ୍ରେରିଟିଏ ନ ଥିବା ପରିତାପର ବିଷୟ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ।
-ସୁରେନ୍ଦ୍ର କୁମାର ମଲ୍ଲିକ, ପାଠକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri