ସ୍ମାର୍ଟ ଲାଇବ୍ରେରି ସ୍ବପ୍ନ

ଢେଙ୍କାନାଳ ଅଫିସ, ୧୮।୯: ସ୍ମାର୍ଟ ହେବ ପାଠାଗାର। କମ୍ପ୍ୟୁଟର, ସ୍କାନର, ଫର୍ନିଚରଠାରୁ ଆରମ୍ଭ କରି ପାନୀୟଜଳ, ଅଗ୍ନି ନିରାପତ୍ତା ଯାଏ ସମସ୍ତ ବ୍ୟବସ୍ଥା ରହିବ ଏଠାରେ। ଏକ ସକାରାତ୍ମକ ପରିବେଶରେ ଅଧ୍ୟୟନ କରିବାର ସୁଯୋଗ ପାଇବେ ପାଠକ। ଗବେଷଣା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଶିକ୍ଷାର୍ଥୀ ସାଉଁଟିବେ ସୁଖଦ ଅନୁଭୂତି। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲାରେ ଏକ ଉନ୍ନତମାନର ପାଠାଗାର କରାଯିବା ପାଇଁ ପ୍ରସ୍ତୁତ କରାଯାଇଛି ନୀଳ ନକ୍ସା। ହେଲେ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଏହି ସ୍ବପ୍ନର ପ୍ରକଳ୍ପ ଆଗକୁ ବଢୁନାହିଁ। ସଂସ୍କୃତି ବିଭାଗ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ସ୍ମାର୍ଟ ଲାଇବ୍ରେରି ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ପଡ଼ି ରହିଥିବାବେଳେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ କିଣାଯାଇଥିବା ମୂଲ୍ୟବାନ ଉପକରଣ ବନ୍ଦ ପ୍ରକୋଷ୍ଠରେ ଖତ ଖାଉଛି।
ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲା ପାଠାଗାରକୁ ସ୍ମାର୍ଟ ଲାଇବ୍ରେରିରେ ରୂପାନ୍ତରଣ କରିବା ଲାଗି ୨୦୧୮ ନଭେମ୍ବର ୮ରେ ଦିଆଯାଇଥିଲା ୪ ଲକ୍ଷ ୬୪ ହଜାର ଟଙ୍କା। ସେଥିରୁ ଜିଲା ଲାଇବ୍ରେରିର ଆଧୁନିକୀକରଣ ପାଇଁ ୩ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଥିଲା। ଏହି ଅର୍ଥରେ ଡେସ୍କଟପ୍‌ କମ୍ପ୍ୟୁଟର, ଲେଜର ପ୍ରିଣ୍ଟର, ୟୁପିଏସ୍‌, ସ୍କାନର, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଫର୍ନିଚର, ଫଟୋ କପିଅର, ବିଶୁଦ୍ଧ ପାନୀୟ ଜଳ ମେଶିନ, ବ୍ୟାଟେରି, ଇନର୍ଭଟର କିଣିବାକୁ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଜଣାଯାଇଥିଲା। ଅବଶିଷ୍ଟ ୧ଲକ୍ଷ ୪୬ ହଜାର ଟଙ୍କାରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି, କମ୍ପ୍ୟୁଟର ସାମଗ୍ରୀ, ଟେଲିଫୋନ, ଇଣ୍ଟରନେଟ୍‌ ବିଲ, ପୁରୁଣା ବହିଗୁଡ଼ିକର ଡିଜିଟାଇଜେଶନ କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏସବୁ କାର୍ଯ୍ୟଲାଗି ଟେଣ୍ଡର ପ୍ରକ୍ରିୟା ହୋଇଥିବାବେଳେ କଟକ କଲେଜ ଛକସ୍ଥିତ ମେସର୍ସ ହୃଦୟ ଏଣ୍ଟରପ୍ରାଇଜର୍ସ ସମସ୍ତ ଉପକରଣ ଯୋଗାଇଛି। ଏଥିଲାଗି ସମ୍ପୃକ୍ତ ସଂସ୍ଥାକୁ ୨୦୨୨ ଏପ୍ରିଲ୍‌ ୮ରେ ବିଲ୍‌ ମଧ୍ୟ ପ୍ରଦାନ କରାଯାଇଛି। ଅନ୍ୟପଟେ ଉନ୍ନତମାନର ଜିଲାସ୍ତରୀୟ ପାଠାଗାର ତଥା ସ୍ମାର୍ଟ ଲାଇବ୍ରେରି ପାଇଁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ୨ ବର୍ଷ ତଳେ ଦେଇଥିଲେ। ପ୍ରଥମେ ଜିଲା ବନଖଣ୍ଡ କାର୍ଯ୍ୟାଳୟ ପଛ ପାଖରେ ଥିବା ବ୍ୟାସକବି ସଦନ ଏବଂ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ନିକଟରେ ସ୍ମାର୍ଟ ଲାଇବ୍ରେରି କରିବା ଲାଗି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଉଭୟ ଜାଗାକୁ ବୁଦ୍ଧିଜୀବୀ, ପାଠକଗୋଷ୍ଠୀ ନାପସନ୍ଦ କରିଥିଲେ। ତେଣୁ କାମ ଆଗେଇ ପାରି ନ ଥିଲା। ଦୀର୍ଘଦିନ ପରେ ବି ନୂଆ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଏହି ପ୍ରକଳ୍ପ ଆଗକୁ ବଢ଼ିପାରୁନାହିଁ। ଏବେ ବ୍ୟାସକବି ସେବା ସଦନରେ ଏକ ଘର କରାଯାଇ ଏହାକୁ ପାଠାଗାର ଭାବେ ବ୍ୟବହାର କରାଯାଉଛି। ତେବେ ଉକ୍ତ ସ୍ଥାନରେ ପାଠକଙ୍କ ଲାଗି ସର୍ବନିମ୍ନ ସୁବିଧା ତ ଦୂରର କଥା, ସୂଚନା ଫଳକଟିଏ ମଧ୍ୟ ନାହିଁ। ମାଗାଜିନ୍‌, ଇଣ୍ଟରନେଟ୍‌, ୱାଇଫାଇ ସୁବିଧା ନ ଥିବାରୁ ପାଠକେ ଏହି ସ୍ଥାନରୁ ମୁହଁ ଫେରାଉଛନ୍ତି। ଢେଙ୍କାନାଳ ଭଳି ଶିକ୍ଷାକ୍ଷେତ୍ରରେ ଆଗୁଆ ଜିଲା ତଥା ପ୍ରଶାସନିକ କେନ୍ଦ୍ରସ୍ଥଳରେ ଏକ ସ୍ମାର୍ଟ ଲାଇବ୍ରେରି ହୋଇ ନ ପାରିବା ଆଲୋଚନାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା କୁହନ୍ତି, ପାଠାଗାର ପାଇଁ ଘର ନିର୍ମାଣ ନିମନ୍ତେ ମିଳିଥିବା ଟଙ୍କା ପୂର୍ତ୍ତ ବିଭାଗକୁ ଦିଆଯାଇଛି। ପୂର୍ତ୍ତ ବିଭାଗ ଘର କରୁନାହିଁ କି ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରୁନାହିଁ। ଠିକ୍‌ ଜାଗା ମଧ୍ୟ ଚିହ୍ନଟ ହୋଇପାରୁନାହିଁ। ସମସ୍ତ ଉପକରଣ କିଣାହୋଇ ଜିଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ରହିଛି ା ଏ ସମ୍ପର୍କରେ ଜିଲାପାଳଙ୍କୁ ଜଣାଇଛୁ।

 

ଉପଯୁକ୍ତ ବାତାବରଣ ନାହିଁ
ଜଣେ ନିୟମିତ ପାଠକ ଭାବେ ଜିଲା ପାଠାଗାରରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି।
ହେଲେ ଏଠାରେ ଉପଯୁକ୍ତ ବାତାବରଣ ନାହିଁ। ବିଶୁଦ୍ଧ ପାନୀୟଜଳ, ଆବଶ୍ୟକତା ଅନୁଯାୟୀ ଇଂଲିଶ କିମ୍ବା ଓଡ଼ିଆ ଖବରକାଗଜ ଆସୁନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଉଚିତ।
-ଅଶ୍ୱିନୀ କୁମାର ସାହୁ, ପାଠକ
ମାଗାଜିନ ଆସୁନାହିଁ
ଜିଲା ପାଠାଗାରରେ ଚାର୍ଟାର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ପବନ ଚଳାଚଳ କରିବା ବ୍ୟବସ୍ଥା ନ ଥିବାରୁ ବେଶି ସମୟ ଧରି ବସି ହେଉନାହିଁ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ମାଗାଜିନ ଆସୁନାହିଁ। ଛୁଟିଦିନରେ ପାଠାଗାର ଖୋଲା ରହିଲେ ପାଠକ ଆକର୍ଷିତ ହେବେ।

-ସିପକ କୁମାର ବାରିକ, ପାଠକ
ବହୁ ସମସ୍ୟାରେ ଛନ୍ଦି ହୋଇଛି
ବହୁ ସମସ୍ୟାରେ ଛନ୍ଦି ହୋଇଥିବା ଜିଲା ପାଠାଗାରରେ ଜଣେ ପାଠକ ପଢ଼ିବା ପାଇଁ ଯେଉଁ ବାତାବରଣ ରହିବା କଥା, ତାହା ନାହିଁ। ଢେଙ୍କାନାଳ ଭଳି ଏକ ଶିକ୍ଷିତ ଜିଲାରେ ଉନ୍ନତମାନର ଲାଇବ୍ରେରିଟିଏ ନ ଥିବା ପରିତାପର ବିଷୟ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ।
-ସୁରେନ୍ଦ୍ର କୁମାର ମଲ୍ଲିକ, ପାଠକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri