ଅମାନିଆଙ୍କ ପାଇଁ ବିଗିଡିବ ସ୍ଥିତି: ଗଳାବାଟ ଦେଇ ଖସି ପଳାଉଛନ୍ତି

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସ୍ଥିତି ସୁଧୁରି ନ ଥିବାରୁ ଲକ୍‌ଡାଉନ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା ଜାରି ରହିଛି। କମିଶନରେଟ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚଢ଼ାଉ, ଯାଞ୍ଚ ସହ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସତ୍ତ୍ୱେ ଦିନକୁ ଦିନ ସହର ରାସ୍ତାରେ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଇବା ସହ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ହାଟବଜାରରେ ମଧ୍ୟ ପ୍ରବଳ ଗହଳି ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଅମାନିଆଙ୍କ ପାଇଁ ସହରର ସ୍ଥିତି ପୁଣି ବିଗିଡିଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ପୋଲିସ ବିଭିନ୍ନ ଛକ ଓ ସମ୍ବେଦନଶୀଳ ସ୍ଥାନରେ ବ୍ଲକିଂ କରି ଯାଞ୍ଚ କରି ଜରିମାନା କାଟୁଛନ୍ତି। ହେଲେ ଚତୁର ଅମାନିଆ ଗଳାବାଟ ଦେଇ ଖସି ପଳାଉଥିବା ଦେଖିବାକୁ ମିଳୁଛି। ଯେଉଁଠି ପୋଲିସ ଯାଞ୍ଚ ନାହିଁ ସେ ଅଞ୍ଚଳରେ ଭିଡ଼ ଜମାଉଛନ୍ତି। ସେମାନଙ୍କ ପାଇଁ କିଛି ଦୋକାନୀ ମଧ୍ୟ ଲୁଚାଛପାରେ ଶଟର୍‌ ଟେକି ବ୍ୟବସାୟ କରୁଛନ୍ତି। ରାଜ୍ୟରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଭୂତାଣୁ ଠାବ ହୋଇଥିବାବେଳେ ରାଜଧାନୀରେ ଅମାନିଆଙ୍କ ଭିଡ଼ ଏବେ ପ୍ରଶାସନ ଓ ପୋଲିସର ମୁଣ୍ଡବ୍ୟଥା ସାଜିଛି। ତେଣୁ ଯାଞ୍ଚକୁ କଡାକଡି କରିଛି କମିଶନରେଟ ପୋଲିସ।

ଶଟ୍‌ଡାଉନରେ ପୋଲିସ ପକ୍ଷରୁ ସହରର ବିଭିନ୍ନ ଗଳିକନ୍ଦିରେ ଚଢାଉ କରାଯିବା ସହ ନାକା ପଏଣ୍ଟରେ ଚେକିଂ କରାଯାଇ ଅମାନିଆଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି। ଏଥିସହିତ ଚିନ୍ତାମଣିଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଜାଣି ପୋଲିସ ସେଠାରେ ଚଢାଉ କରି ଜରିମାନା ଆଦାୟ କରିଛି। ସେହିଭଳି ଅଯଥାରେ ବୁଲାବୁଲି କରୁଥିବା ଅମାନିଆ ମଧ୍ୟ ତଣ୍ଡ ଗଣିଛନ୍ତି। ସହରର ପ୍ରମୁଖ ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍‌, ରାଜମହଲ ଛକ, ବାଣୀବିହାର, ଖଣ୍ଡଗିରି ଛକ, ନୟାପଲ୍ଲୀ, କଳ୍ପନା ଛକ ଆଦି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ଅମାନିଆଙ୍କ ଗାଡ଼ି ଜବତ କରିବା ସହ ଜରିମାନା ଆଦାୟ କରିଛି। ସହରର ବିଭିନ୍ନ ଅଞ୍ଚଳରେ ପିସିଆର ଭ୍ୟାନ୍‌ ବୁଲି ଲୁଚାଛପାରେ ଖୋଲୁଥିବା ଦୋକାନଗୁଡ଼ିକୁ ବନ୍ଦ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri