ବିପଦକୁ ଡାକୁଛି ମୁକୁଳା ଡ୍ରେନ୍‌

କଟକ ଅଫିସ,୨୧ା୯:ରୌପ୍ୟ ନଗରୀ କଟକରେ ବର୍ଷା ହେଲେ ପରିସ୍ଥିତି ଜଟିଳ ହୋଇପଡୁଛି। ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଡ୍ରେନର ଉଦ୍‌ବୃତ୍ତ ପାଣି ରାସ୍ତାରେ ଲହଡ଼ି ମାରୁଛି। ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ସବୁ ମୁକୁଳା ପଡ଼ିଥିବାବେଳେ ପ୍ରବଳ ବର୍ଷା ହେଲେ ରାସ୍ତା ଓ ଡ୍ରେନ୍‌ ଏକାକାର ହୋଇଯାଉଛି। କେଉଁଠି ରାସ୍ତା ଓ କେଉଁଠି ଡ୍ରେନ ଜଣାପଡ଼େ ନାହିଁ। ଟିକିଏ ଅନ୍ୟମନସ୍କ ହେଲେ ମୁକୁଳା ଡ୍ରେନରେ ଗୋଡ଼ ଖସିଯାଏ, ବିପଦକୁ ଆମନ୍ତ୍ରଣ କରିବାକୁ ପଡ଼େ। ପ୍ରତିବର୍ଷ ବର୍ଷାଋତୁରେ ମୁକୁଳା ଡ୍ରେନରେ ବହୁ ଲୋକ ପଡ଼ି ଆହତ ହୋଇଥାନ୍ତି। ମାତ୍ର ଏହି ଘଟଣା କଟକ ମହାନଗର ନିଗମ (ସିଏମ୍‌ସି) ପାଇଁ ସେପରି ଗୁରୁତ୍ୱ ମନେ ହୁଏ ନାହିଁ। ତେଣୁ ଏପର୍ଯ୍ୟନ୍ତ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଯାଇନାହିଁ। କଟକ ସହରରେ ପ୍ରାୟ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଦୀର୍ଘ ଡ୍ରେନ ରହିଛି। ସେଥିମଧ୍ୟରୁ ୬୬୦ କି.ମି. ହେଉଛି ସରଫେସ୍‌ ଡ୍ରେନ। ଏସବୁ ଡ୍ରେନଗୁଡ଼ିିକ ମଧ୍ୟରୁ ଅନେକ ମୁକୁଳା ପଡ଼ିଛି ା ନାଳ ସଫା, ସ୍ଲାବ ପକାଇବା ଆଦି ପାଇଁ ବିଏମ୍‌ସି ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅସରାଏ ବର୍ଷାରେ ସହର ଅବସ୍ଥା ସଙ୍ଗିନ ହୋଇଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ସ୍ଥାନରେ ଡ୍ରେନକୁ ମୁକୁଳା ରଖାଯିବା ଉଚିତ ନୁହେଁ। ମୁକୁଳା ଡ୍ରେନ ଉପରେ କର୍ତ୍ତୃପକ୍ଷ ସ୍ଲାବ୍‌ (ଢ଼ାଙ୍କୁଣୀ) ପକାଇବାର ନିୟମ ରହିଛି। କିନ୍ତୁ ଏନେଇ ସିଏମ୍‌ସି ଅବହେଳା ମନୋଭାବ ପୋଷଣ କରୁଛି। ୨, ୧୦, ୧୧, ୧୨, ୧୩, ୧୪, ୧୭, ୧୮, ୧୯, ୨୦, ୨୧, ୨୮, ୨୯, ୩୦, ୩୧, ୩୯, ୪୦, ୪୧, ୪୨, ୪୪, ୪୫, ୪୬, ୫୩ ନମ୍ବର ୱାର୍ଡର ଅନେକ ଡ୍ରେନ୍‌ ଉପରେ ସ୍ଲାବ୍‌ ନାହିଁ। ପଟାପୋଲ ଅଞ୍ଚଳର ମୁଖ୍ୟ ଡ୍ରେନ୍‌ ମେଲା ଥିଲେ ବି ଲୋକଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସେହିପରି ଡ୍ରେନରେ ଆବର୍ଜନା ଜମି ରହି ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ମୁକୁଳା ଡ୍ରେନ ଉପରେ ସ୍ଲାବ୍‌ ପକାଇବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ସିଏମ୍‌ସିି ପଦକ୍ଷେପ ନେଉନାହିଁ। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ ବାଙ୍ଗାଲୋର ଗସ୍ତରେ ଯାଇଥିବାରୁ ଏ ନେଇ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri