ବିଦ୍ୟୁତ୍‌ ବିଭ୍ରାଟରୁ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ, ୨୬।୪ ଖରାରେ ସିଝୁଛି ଗାଁଠାରୁ ସହର। ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତିରେ ଜଳିପୋଡ଼ିଯାଉଛି ଦେହମୁଣ୍ଡ। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଗ୍ରୀଷ୍ମପ୍ରବାହ। ଅପରାହ୍ନ ୫ଟା ଯାଏ ଏଥିରୁ ମିଳୁନି ନିସ୍ତାର। ଆଭ୍ୟନ୍ତରୀଣ ଓଡ଼ିଶାରୁ ଉପକୂଳ। ଦକ୍ଷିଣରୁ ଉତ୍ତର ସବୁଠି ସମାନ ଅବସ୍ଥା। ଗରମ ପବନ ଏବଂ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଅଘୋଷିତ ବିଜୁଳି ବିଭ୍ରାଟ ସ୍ଥିତିକୁ ଆହୁରି ବିଷମ କରିଦେଉଛି। ଢେଙ୍କାନାଳ ଜିଲାରେ ଏଭଳି ଘନଘନ ବିଦ୍ୟୁତ୍‌ କାଟ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଥିବାବେଳେ ବିଦ୍ୟୁତ୍‌ ବିତରଣ କମ୍ପାନୀ ବିରୋଧରେ ଗାଁଠାରୁ ସହର ଯାଏ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି।
ପାଖାପାଖି ସପ୍ତାହେ ହେଲା ଢେଙ୍କାନାଳ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଗତ ଦୁଇଦିନ ହେଲା ପାରଦ ୪୨ ଡିଗ୍ରୀ ପାଖାପାଖି ପହଞ୍ଚତ୍ଛି। ସକାଳ ୧୦ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏଭଳି ସମୟରେ ମଧ୍ୟାହ୍ନ ଏବଂ ରାତିରେ ଘନଘନ ବିଦ୍ୟୁତ୍‌ କାଟ୍‌ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଛି। ଦିନବେଳା ବିଦ୍ୟୁତ୍‌ ବିଚ୍ଛିନ୍ନ ଯୋଗୁ ପାନୀୟଜଳ ଯୋଗାଣରେ ସମସ୍ୟା ଉପୁଜୁଛି। ଉପଭୋକ୍ତାମାନେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ପରୀକ୍ଷା ସମୟରେ ଛାତ୍ରୀଛାତ୍ର ନାହିଁ ନ ଥିବା ହଇରାଣ ହେଉଛନ୍ତି। ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସମସ୍ୟା ଜଣାଇବାକୁ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କଲେ ଫୋନ୍‌ ଉଠାଉ ନ ଥିବା ବେଳେ କେତେଜଣ ସୁଇଚ୍‌ ଅଫ୍‌ କରିଦେଉଛନ୍ତି। ଏପରି କି ଅଭିଯୋଗ ପାଇଁ ଉଦ୍ଦିଷ୍ଟ ଲ୍ୟାଣ୍ଡ ଫୋନ୍‌କୁ ଜାଣିଶୁଣି ବ୍ୟସ୍ତ କରାଇ ଦେଉଛନ୍ତି। ସ୍ଥଳବିଶେଷରେ ଉତ୍‌କ୍ଷିପ୍ତ ହୋଇ କଥାବାର୍ତ୍ତା କରି ଧମକାଉଥିବା ଅଭିଯୋଗ ମଧ୍ୟ ହେଉଛି। ବିଦ୍ୟୁତ୍‌ ଦେୟ ଆଦାୟରେ ସାମାନ୍ୟତମ ହେଳା କରୁଥିବା ନ ଥିବା ବିତରଣ କମ୍ପାନୀ ସେବା ପ୍ରଦାନରେ ଆନ୍ତରିକତା ଦେଖାଉନାହଁି, ଯାହା ଜନଅସନ୍ତୋଷକୁ ତୀବ୍ର କଲାଣି। ଅପରପକ୍ଷେ ଲୋ-ଭୋଲ୍‌ଟେଜ୍‌ ଅନ୍ୟ ଏକ ସମସ୍ୟା ହୋଇଛି। ଗ୍ରୀଷ୍ମପ୍ରବାହ ପୂର୍ବରୁ ବିଦ୍ୟୁତ୍‌ ଭିତ୍ତିଭୂମି ଠିକ୍‌ ଭାବେ ପରିଚାଳନା କରାଯାଉ ନ ଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଟାଟାପାୱାର ଜିଲା ପରିଚାଳକ ବିସ୍ମୟ ଦାସ କୁହନ୍ତି, ମେଣ୍ଟେନାନ୍ସ ପାଇଁ ମଝିରେ ମଝିରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଛି। ସୂଚନା ନ ଦେଇ ବିଦ୍ୟୁତ୍‌ କାଟ୍‌ କରାଯାଉଥିବା ସମ୍ପର୍କରେ ପଚାରିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri