ସିନେମା ହଲ୍‌ ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୧୩ା୯: ଓଡ଼ିଆ ସିନେମା ଇତିହାସ ପାଇଁ ଅଭୁଲା ୧୯୩୬। ଏହି ବର୍ଷ ପରଦାକୁ ଆସିଥିଲା ପ୍ରଥମ କଳାଧଳା ଚଳଚ୍ଚିତ୍ର ‘ସୀତାବିବାହ’। ଏହାର ଦୀର୍ଘ ଚାରି ଦଶନ୍ଧି ପରେ ୧୯୭୬ରେ ବଡ଼ ପରଦାରେ ରିଲିଜ୍‌ ହୋଇଥିଲା ପ୍ରଥମ ରଙ୍ଗିନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’। ପରଦାରୁ ଆରମ୍ଭ ହୋଇଥିବା ଚଳଚ୍ଚିତ୍ର ପ୍ରଦର୍ଶନ ଧାରା ଏବେ ପହଞ୍ଚତ୍ଛି ମଲ୍ଟିପ୍ଲେକ୍ସରେ। ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ଏଚ୍‌ଡି ପରଦା ସହିତ ଡଲ୍‌ବି ସାଉଣ୍ଡ୍‌ରେ କମ୍ପୁଛି ପ୍ରେକ୍ଷାଳୟ। ବଡ଼ ସହରରେ ମନକୁ ବୁଝିବା ଭଳି କରାଯାଇଥିବା ଏଭଳି ବ୍ୟବସ୍ଥା ଊଣା ଅଧିକେ ଲୋକଙ୍କୁ ବାନ୍ଧି ରଖୁଛି। ହେଲେ ଆଧୁନିକତା ସହିତ ତାଳ ଦେଇ ପାରୁ ନ ଥିବାରୁ ଛୋଟ ସହରରେ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଥିବା ସିନେମା ହଲ୍‌ଗୁଡ଼ିକର ସ୍ଥିତି ସଙ୍ଗୀନ ହୋଇଗଲାଣି।

ସତୁରି ଦଶକରୁ ଦୁଇ ଦଶନ୍ଧି ଧରି ମନୋରଞ୍ଜନର ବଡ଼ ମାଧ୍ୟମ ସାଜିଥିଲା ସିନେମା। ଓଡ଼ିଆ ପରିବାରର କଥାକାହାଣୀ, କଳାସଂସ୍କୃତିକୁ ଆଧାର କରି ବଡ଼ ପରଦାରେ ପ୍ରଦର୍ଶିତ ହେଉଥିବା ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ଲାଗୁଥିଲା ନାହିଁ ନ ଥିବା ଭିଡ଼। ଗୋଟିଏ ଗୋଟିଏ ସିନେମା ୫୦ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା ଏବଂ ପାଳନ ହେଉଥିଲା ସିଲ୍‌ଭର ଏବଂ ଗୋଲ୍‌ଡେନ ଜୁବିଲି। ଏଥିରୁ ମୋଟାଅଙ୍କର ଅର୍ଥ ରୋଜଗାର କରୁଥିଲେ ସିନେମା ହଲ୍‌ ମାଲିକ। ହେଲେ ଡିଜିଟାଲ ଯୁଗ ସହିତ ତାଳ ଦେଇପାରୁ ନ ଥିବାରୁ ଛୋଟ ସହରର ପ୍ରେକ୍ଷାଳୟଗୁଡ଼ିକ ଏବେ ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ପରିଚାଳନା ପାଇଁ ଅର୍ଥାଭାବରୁ ସିନେମା ହଲ୍‌ଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଟେକ୍ନୋଲୋଜିର ସମୟରେ କାର୍ଡ, ଚିପ୍ସ ଓ ପେନ୍‌ଡ୍ରାଇଭରେ ଗୋଟିଏ ସ୍ଥାନରୁ ବିଭିନ୍ନ ଫିଲ୍ମ ହଲ୍‌ ଜରିଆରେ ସିନେମା ପ୍ରସାରଣ ହେଉଛି। ତେଣୁ ଉଚ୍ଚକୋଟୀର ସିନେମା ମଧ୍ୟ ୭ଦିନ ଚାଲୁନାହିଁ। ଏଭଳି ସ୍ଥିତିରେ ୨୦୧୯ ଯାଏ କଷ୍ଟେମଷ୍ଟେ ବ୍ୟବସାୟ ଚଳାଇ ରଖିଥିବା ହଲ୍‌ଗୁଡ଼ିକ ୨୦୨୦ ପରଠାରୁ କରୋନା ଯନ୍ତ୍ରଣାରେ ପେଷି ହୋଇଯାଇଛନ୍ତି। କଟକଣା ମଧ୍ୟରେ ପ୍ରେକ୍ଷାଳୟ ଖୋଲିବା ଏବଂ ବ୍ୟବସାୟ କରିବା ବାଧୁଥିବାବେଳେ ସଙ୍ଗିନ ହୋଇଗଲାଣି ସିନେମା ହଲ୍‌ ସ୍ଥିତି।
ଢେଙ୍କାନାଳ ଜିଲାରେ ୧୯୭୦ରୁ ୧୯୯୦ ମଧ୍ୟରେ ୮ ସିନେମା ହଲ୍‌ ଭଲ ବ୍ୟବସାୟ କରୁଥିଲେ। ସେଥିରୁ କେବଳ ଢେଙ୍କାନାଳ ସହରରେ ଥିଲା ୪ ପ୍ରେକ୍ଷାଳୟ। ଏହାକୁ ବାଦ୍‌ଦେଲେ ଭୁବନ ଏବଂ କାମାକ୍ଷାନଗରରେ ୨ଟି ଲେଖାଏ ଫିଲ୍ମ ହଲ୍‌ ଥିଲା। ହେଲେ ଏସବୁ ସିନେମା ହଲ୍‌ରେ ତାଲା ଝୁଲୁଛି। ଢେଙ୍କାନାଳରେ ୩ ବର୍ଷ ତଳେ ଖୋଲିଥିବା ଡିଜିଟାଲ ହଲ୍‌ଟି କଟକଣା ଯୋଗୁ ବନ୍ଦପଡ଼ିଛି। ଜିଲାର ସିନେମା ହଲ୍‌ ଇତିହାସରେ ପ୍ରଥମ ପ୍ରେକ୍ଷାଳୟ ‘କଥାଚିତ୍ର’ ୭୦ ଦଶକରେ ବନ୍ଦ ହୋଇଯାଇଥିଲା। ଏହି କ୍ରମରେ ୧୯୭୨ରେ ଆରମ୍ଭ ହୋଇଥିବା ‘ଜଲାରାମ ସିନେମା ହଲ୍‌’ ୧୯୯୭ରେ, ୧୯୮୫ରେ ଆରମ୍ଭ ହୋଇଥିବା ‘ମହାଲକ୍ଷ୍ମୀ ସିନେମା ହଲ୍‌’ ୨୦୧୭ରେ, ୧୯୯୦ରେ ଆରମ୍ଭ ହୋଇଥିବା ‘ଅମରନାଥ ସିନେମା ହଲ୍‌’ ୨୦୧୮ରେ ବନ୍ଦ ହୋଇଯାଇଛି। ସେହିପରି ଭୁବନରେ ୧୯୬୯ ଆରମ୍ଭ ହୋଇଥିବା ‘ହନୁମାନ ଟକିଜ୍‌’ ୧୯୮୦ରେ, ୧୯୮୭ରୁ ଆରମ୍ଭ ହୋଇଥିବା ସାଇ ଟକିଜ୍‌ ୨୦୧୮ରୁ ବନ୍ଦ ହୋଇଯାଇଛି। ଅନୁରୂପ ଭାବେ କାମାକ୍ଷାନଗରରେ ୧୯୬୮ରେ ଆରମ୍ଭ ହୋଇଥିବା ବହୁ ପୁରାତନ ‘ଆପୋଲୋ ଟକିଜ୍‌’ରେ ୧୯୮୬ରୁ ତାଲା ଝୁଲୁଛି। କାମାକ୍ଷାନଗରରେ ଥିବା ନଟରାଜ ଟକିଜ୍‌ କୋଭିଡ୍‌ କଟକଣା ଯୋଗୁ ବର୍ଷେରୁ ଅଧିକ ସମୟ ହେଲା ବନ୍ଦପଡ଼ିଛି।
କେତେକ ସିନେମା ହଲ୍‌ ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଥିବାବେଳେ ସାଧାରଣ ଲୋକଙ୍କ ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ବନ୍ଦ ହୋଇଯାଇଛି। ଫଳରେ ଏହା ଉପରେ ନିର୍ଭରଶୀଳ ଶତାଧିକ କର୍ମଚାରୀଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ଇତିମଧ୍ୟରେ ରାଜ୍ୟର ପ୍ରତି ବ୍ଲକରେ ସିନେମା ହଲ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହାର କାର୍ଯ୍ୟକାରିତା ନାଲିଫିତା ତଳେ ଅଟକି ରହିଛି। ଏଥିଲାଗି ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ କରା ନ ଗଲେ ସିନେମା ହଲ୍‌ ସଂସ୍କୃତି ଲୋପ ପାଇଯିବ ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି।
ପରିଧି ବଢ଼ିଛି, ପୁରୁଣା ଢାଞ୍ଚା ନାହିଁ
୭୦ରୁ ୯୦ ଦଶକଯାଏ ବଡ଼ ପରଦାରେ ପ୍ରଦର୍ଶିତ ୭୦% ଓଡ଼ିଆ ଫିଲ୍ମରେ ବେଶ୍‌ ଲାଭ ହେଉଥିଲା। ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ମାସ ମାସ ଧରି ହଲ୍‌ରେ ଚାଲୁଥିଲା। ଏବେ ସିନେମା ଶିଳ୍ପର ପରିଧି ବଢ଼ିଛି। ପୁରୁଣା ଢାଞ୍ଚା ଆଉ ନାହିଁ। ଟେଲିଭିଜନ ଚ୍ୟାନେଲ ସଂଖ୍ୟା ବୃଦ୍ଧି, ବହୁ ସିରିୟାଲର ପ୍ରବେଶ ଲୋକଙ୍କୁ ଘରେ ବାନ୍ଧି ରଖୁଛି। ହଲ୍‌କୁ ଆସି ସିନେମା ଦେଖିବାର ଆଗ୍ରହ କମିଗଲାଣି।
-ନବୀନଚନ୍ଦ୍ର ନାରାୟଣ ଦାସ, ଜଲାରାମ ସିନେମା ହଲ୍‌ ମାଲିକ
ଅଧିକାଂଶ ପ୍ରେକ୍ଷାଳୟରେ ତାଲା ଝୁଲୁଛି
କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍‌ଫର୍ମର ଆଦର ବଢ଼ିଛି। ବିଭିନ୍ନ ଭାଷାରେ ଚଳଚ୍ଚିତ୍ର, ଧାରାବାହିକ ଟେଲିଭିଜନରେ ପ୍ରଦର୍ଶିତ ହେଉଛି। ଏହାର ସିଧାସଳଖ ପ୍ରଭାବ ସିନେମା ହଲ୍‌ ଶିଳ୍ପ ଉପରେ ପଡ଼ିଛି। ଅଧିକାଂଶ ପୁରୁଣା ସିନେମାହଲ୍‌ ବନ୍ଦ ହୋଇଗଲାଣି। ଯେଉଁଗୁଡ଼ିକ ଚାଲିଛି, ସେଥିରେ ବ୍ୟବସାୟ ସ୍ଥିତି ଅତି ସାଂଘାତିକ।
-ଦେବାଶିଷ ମିଶ୍ର, ଧାରାବାହିକ ପ୍ରଯୋଜକ
ମନୋରଞ୍ଜନର ବଡ଼ ମାଧ୍ୟମ ପ୍ରଭାବିତ
ଢେଙ୍କାନାଳରେ ସିନେମା ହଲ୍‌କୁ ବାଦ୍‌ଦେଲେ ମନୋରଞ୍ଜନର ସେପରି ବଡ଼ ମାଧ୍ୟମ ନାହିଁ। ସପ୍ତାହରେ ଅନ୍ତତଃ ଥରେ ସପରିବାର ସିନେମା ହଲ୍‌ ଯିବା ଅଧିକାଂଶଙ୍କ ଅଭ୍ୟାସ। ହେଲେ ଚିତ୍ତ ବିନୋଦନର ବଡ଼ ମାଧ୍ୟମ ଏବେ ପ୍ରଭାବିତ ହୋଇଛି। କରୋନା କଟକଣା ପାଇଁ ପିଏସ୍‌ଆର୍‌ ହଲ୍‌ ମଧ୍ୟ ବନ୍ଦ ହୋଇଯାଇଛି। ଆଗାମୀ ଦିନରେ ସିନେମା ହଲ୍‌ ଚାଲିବ କି ନାହଁି ତାହା ଏବେ ବଡ଼ ପ୍ରଶ୍ନବାଚୀ।
-ଅରବିନ୍ଦ ସାହୁ, ମଞ୍ଚ ଅଭିନେତା
ଦୁର୍ବିଷହ ହୋଇପଡ଼ିଛି ଜୀବନ ଜୀବିକା
ଭୁବନର ହନୁମାନ ଟକିଜ୍‌ରୁ ଅପରେଟିଂ କାମରୁ ୩୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ହନୁମାନ ଟକିଜ୍‌ ବନ୍ଦ ହେବାପରେ ସାଇ ଟକିଜ୍‌ରେ ୧୫୦୦ ଟଙ୍କା ବେତନରେ ଚାକିରି ମିଳିଥିଲା। ଏବେ ପରିସ୍ଥିତି ବଦଳିଯାଇଛି। ସିନେମା ହଲ୍‌ ବନ୍ଦ ହୋଇଯିବା ପରେ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। କେବୁଲ ଟିଭି, ମୋବାଇଲ, ଇଣ୍ଟରନେଟ୍‌ ସିନେମା ହଲ୍‌ ବ୍ୟବସାୟକୁ ବନ୍ଦ କରିଦେଇଛି ା
-ଶ୍ୟାମସୁନ୍ଦର ମିଶ୍ର, ସିନେମା ଅପରେଟର, ଭୁବନ


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?