ଏସ୍‌ଆଇଟିର ତଦନ୍ତ ଜାରି

ନୟାଗଡ଼ ଅଫିସ,୫।୧୨: ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍‌ ୨ଥର ଯଦୁପୁରରେ ପହଞ୍ଚତ୍ ଘଟଣାର ତନାଘନା ଚଳାଇଛି। ପୋଲିସ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍‌ ଶୁକ୍ରବାର ପରୀର ମୃତଦେହ ମିଳିଥିବା ସ୍ଥାନ ପୋଖରୀ କୂଳକୁ ଯାଇ ତଦନ୍ତ କରିଥିଲେ। ବାଲୁଗଁା ରାଜସ୍ବ ବିଭାଗର ଆର୍‌ଆଇ ଓ ଅନ୍ୟ କର୍ମଚାରୀଙ୍କ ସହାୟତାେରେ ମ୍ୟାପ ଦେଖି ତଦନ୍ତକୁ ତ୍ୱରାନ୍ବିତ କରିଥିଲେ।
ହତ୍ୟା ଘଟଣାର ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲା ନାୟକଙ୍କ ଘରକୁ ଯାଇ ପୋଲିସ ଆଇଜି ପଚରାଉଚୁରା କରିଥିଲେ। ଟାଉନ ଥାନା ଓ ଅନ୍ୟ ଥାନାର ପୋଲିସ ସହାୟତାରେ ଟିମ୍‌ ସଦସ୍ୟ ଯଦୁପୁର ଗଁାର ବିଭିନ୍ନ ଲୋକଙ୍କ ଘରକୁ ଯାଇ ପଚାରି ବୁଝିଥିଲେ। ଅନ୍ୟପକ୍ଷେ ଭୟ ଓ ରୋଜଗାର ହରାଇ ପରୀର ଅଜା ଘରେ ରହୁଥିବା ମା’ ସୌଦାମିନୀ ଓ ବାପା ଅଶୋକ ସାହୁ କୁହନ୍ତି, ପରୀର ହତ୍ୟାକାରୀ କିଏ ଆମେ ଜାଣି ନ ଥିଲୁ। ବାବୁଲା ନାୟକଙ୍କ ଚାଲିଚଳଣି ଦେଖି ଆମେ ସନ୍ଦେହ କଲୁ। ଏହାଛଡା ଗଁାରେ କଙ୍ଗାରୁ କୋର୍ଟ ବସାଇବା, ଘରେ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆମକୁ ଆକ୍ରମଣ ସହ ହତ୍ୟା ଧମକ ଦେବା ପରେ ସନ୍ଦେହ ବଢ଼ିଲା। ପୂର୍ବରୁ ସେ ଗଞ୍ଜେଇ ଓ ପରେ ବ୍ରାଉନସୁଗାର ବ୍ୟବସାୟ କଲେ। ପିଲାଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ବ୍ୟବସାୟ ବି ତାଙ୍କର ରହିଛି। ବାବୁଲା ଆମର ଶତ୍ରୁ ନୁହେଁ। ତାଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ନିର୍ଯାତନା ବଢ଼ିବା ଓ ଆମ ଅଟୋ ଭାଙ୍ଗି ଦିଆଯିବା ପରେ ରୋଜଗାର ହରାଇ ଆମେ ଅକ୍ଟୋବର ଶେଷ ସପ୍ତାହରୁ ଗଁା ଛାଡି ପରୀର ଅଜା ଘରେ ରହୁଛୁ। ପୋଲିସ ଆଇଜି ବୋଥ୍ରା ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ହତ୍ୟାକାରୀକୁ ଧରି ନ୍ୟାୟ ଦେବେ। ଏଣୁ ଆମେ ସହଯୋଗ ଜାରି ରଖିଛୁ। ନଚେତ୍‌ ସିବିଆଇକୁ କେସ୍‌ ଦେଇଦେବେ କହିଛନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ୭ଜଣ ପୋଲିସ ଗୁରୁବାରଠାରୁ ଯୋଗିଆପଲ୍ଲୀରେ ଆମକୁ ସୁରକ୍ଷା ଦେଉଛନ୍ତି। ବାବୁଲା ନାୟକ କୁହନ୍ତି, ଆଜି ମୋତେ ପୋଲିସ ଆଇଜି ବୋଥ୍ରା ପଚରାଉଚୁରା କଲେ। ପରୀ ହତ୍ୟାକାରୀଙ୍କୁ ଧରିବାରେ ସହଯୋଗ କରୁଛି ଓ କରିବି ବୋଲି କହିଛି। ଦୋଷ ନ ଥାଇ ମୋତେ ଅଯଥାରେ ଛନ୍ଦି ଦିଆଯାଇଥିବାରୁ ମୋର ରୋଜଗାର ଠପ୍‌ ହୋଇଗଲାଣି।