ନୟାଗଡ଼ ଅଫିସ,୫।୧୨: ଏସ୍ଆଇଟି (ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍ ୨ଥର ଯଦୁପୁରରେ ପହଞ୍ଚତ୍ ଘଟଣାର ତନାଘନା ଚଳାଇଛି। ପୋଲିସ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍ ଶୁକ୍ରବାର ପରୀର ମୃତଦେହ ମିଳିଥିବା ସ୍ଥାନ ପୋଖରୀ କୂଳକୁ ଯାଇ ତଦନ୍ତ କରିଥିଲେ। ବାଲୁଗଁା ରାଜସ୍ବ ବିଭାଗର ଆର୍ଆଇ ଓ ଅନ୍ୟ କର୍ମଚାରୀଙ୍କ ସହାୟତାେରେ ମ୍ୟାପ ଦେଖି ତଦନ୍ତକୁ ତ୍ୱରାନ୍ବିତ କରିଥିଲେ।
ହତ୍ୟା ଘଟଣାର ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲା ନାୟକଙ୍କ ଘରକୁ ଯାଇ ପୋଲିସ ଆଇଜି ପଚରାଉଚୁରା କରିଥିଲେ। ଟାଉନ ଥାନା ଓ ଅନ୍ୟ ଥାନାର ପୋଲିସ ସହାୟତାରେ ଟିମ୍ ସଦସ୍ୟ ଯଦୁପୁର ଗଁାର ବିଭିନ୍ନ ଲୋକଙ୍କ ଘରକୁ ଯାଇ ପଚାରି ବୁଝିଥିଲେ। ଅନ୍ୟପକ୍ଷେ ଭୟ ଓ ରୋଜଗାର ହରାଇ ପରୀର ଅଜା ଘରେ ରହୁଥିବା ମା’ ସୌଦାମିନୀ ଓ ବାପା ଅଶୋକ ସାହୁ କୁହନ୍ତି, ପରୀର ହତ୍ୟାକାରୀ କିଏ ଆମେ ଜାଣି ନ ଥିଲୁ। ବାବୁଲା ନାୟକଙ୍କ ଚାଲିଚଳଣି ଦେଖି ଆମେ ସନ୍ଦେହ କଲୁ। ଏହାଛଡା ଗଁାରେ କଙ୍ଗାରୁ କୋର୍ଟ ବସାଇବା, ଘରେ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆମକୁ ଆକ୍ରମଣ ସହ ହତ୍ୟା ଧମକ ଦେବା ପରେ ସନ୍ଦେହ ବଢ଼ିଲା। ପୂର୍ବରୁ ସେ ଗଞ୍ଜେଇ ଓ ପରେ ବ୍ରାଉନସୁଗାର ବ୍ୟବସାୟ କଲେ। ପିଲାଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ବ୍ୟବସାୟ ବି ତାଙ୍କର ରହିଛି। ବାବୁଲା ଆମର ଶତ୍ରୁ ନୁହେଁ। ତାଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ନିର୍ଯାତନା ବଢ଼ିବା ଓ ଆମ ଅଟୋ ଭାଙ୍ଗି ଦିଆଯିବା ପରେ ରୋଜଗାର ହରାଇ ଆମେ ଅକ୍ଟୋବର ଶେଷ ସପ୍ତାହରୁ ଗଁା ଛାଡି ପରୀର ଅଜା ଘରେ ରହୁଛୁ। ପୋଲିସ ଆଇଜି ବୋଥ୍ରା ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ହତ୍ୟାକାରୀକୁ ଧରି ନ୍ୟାୟ ଦେବେ। ଏଣୁ ଆମେ ସହଯୋଗ ଜାରି ରଖିଛୁ। ନଚେତ୍ ସିବିଆଇକୁ କେସ୍ ଦେଇଦେବେ କହିଛନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ୭ଜଣ ପୋଲିସ ଗୁରୁବାରଠାରୁ ଯୋଗିଆପଲ୍ଲୀରେ ଆମକୁ ସୁରକ୍ଷା ଦେଉଛନ୍ତି। ବାବୁଲା ନାୟକ କୁହନ୍ତି, ଆଜି ମୋତେ ପୋଲିସ ଆଇଜି ବୋଥ୍ରା ପଚରାଉଚୁରା କଲେ। ପରୀ ହତ୍ୟାକାରୀଙ୍କୁ ଧରିବାରେ ସହଯୋଗ କରୁଛି ଓ କରିବି ବୋଲି କହିଛି। ଦୋଷ ନ ଥାଇ ମୋତେ ଅଯଥାରେ ଛନ୍ଦି ଦିଆଯାଇଥିବାରୁ ମୋର ରୋଜଗାର ଠପ୍ ହୋଇଗଲାଣି।
Posted inHome Left, ଆମ ଜିଲା ଖବର, ନୟାଗଡ଼, ରାଜ୍ୟ View All
ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ: ଏହି ତାରିଖ ଯାଏ…
ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…
ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା
ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…
ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…
ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…
ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…
ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…
‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ…
ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…
୨୨ ବସ୍ତା ଚାଉଳ ସହ ଜିପ୍ ଜବତ, ଡ୍ରାଇଭର ଅଟକ
କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ ଜିପ୍ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…
ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…
ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…
୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ
ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…
Archives

