କ୍ଷେତ୍ର ପରିଦର୍ଶନ କଲେ ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ

କେନ୍ଦୁଝର, ୨୮ା୫(ଡି.ଏନ.ଏ.) କେନ୍ଦୁଝର ଜିଲାର ନୋଡାଲ ଅଫିସର ତଥା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ କେନ୍ଦୁଝର ଜିଲା ଗସ୍ତ କରିଥିଲେ। ଗୁରୁବାର ଓ ଶୁକ୍ରବାର ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗୁରୁବାର ଘସିପୁରା ବ୍ଲକ ଅଳିତ ପଞ୍ଚାୟତ ପଦନପୁର ଗଁାରେ ପୁଷ୍ପଲତା ନାୟକଙ୍କ ୫୦୦ରୁ ୭୦୦ ଶଯ୍ୟା ବିଶିଷ୍ଟ ଛତୁଚାଷ ବୁଲି ଦେଖିଥିଲେ। ଛତୁ ଚାଷ କରି କେନ୍ଦୁଝର ଏବଂ ଯାଜପୁରରୋଡ୍‌ରେ ବିକ୍ରି କରି ଲାଭ କରୁଥିବା ସେ ପ୍ରକାଶ କରିଥିଲେ। ଏହାପରେ ନିର୍ଦ୍ଦେଶକ ପଣ୍ଡା ପଦନପୁରଠାରେ ଥିବା ପ୍ରଭୁ ଏଜେନ୍ସି ସାର ବିକ୍ରୟ କେନ୍ଦ୍ର ବୁଲି ସାର ଷ୍ଟକ ଯାଞ୍ଚ କରିଥିଲେ। ଅଳତି ପଞ୍ଚାୟତ ହରିପୁରଠାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ସମନ୍ନିତ କୃଷି ବିକାଶ ପଦ୍ଧତିରେ ଦାମୋଦର ମଲ୍ଲିକଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିଥିଲେ। ହିତାଧିକାରୀ କ୍ଷେତ ପୋଖରୀ ସହ ପୋଖରୀ ହୁଡ଼ାରେ କଦଳୀ, ଅମୃତଭଣ୍ଡା, ସଜନାଛୁଇଁ ଓ ପନିପରିବା ଚାଷ କରି ଲାଭବାନ ହେବା ସହ ଗୋପାଳନ କରିଥିବା ସେ ଦେଖିଥିଲେ। ଏହାପରେ ବାମ୍ପିଡିଠାରେ ବିଜ୍ଞାନ କୁମାର ଦାସ କରିଥିବା ବିଭିନ୍ନ ଚାଷ ଏବଂ ଭଗାନଈରେ ରାଜ୍ୟ ଯୋଜନା ମାଧ୍ୟମରେ ୬୩ଜଣ ହିତାଧିକାରୀଙ୍କ ସହଯୋଗରେ ୧୫ ହେକ୍ଟର ଜମିରେ ହୋଇଥିବା ଝୋଟ ଚାଷ ପରିଦର୍ଶନ କରିଥିଲେ।
ସକାଳେ ଉଦ୍ୟାନ କୃଷି ବିଭାଗର କୁଅଁର ଫାର୍ମ ବୁଲି ଦେଖିଥିଲେ। ଏହାପରେ କୃଷି ଓ ଆନୁସଙ୍ଗିକ କୃଷି ବିଭାଗକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବିଭାଗର ବ୍ଲକସ୍ତରୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ପଣ୍ଡା ସମନ୍ନିତ କୃଷି ବିକାଶ ପଦ୍ଧତିରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ନିର୍ଦ୍ଦେଶାଳୟ ମଧ୍ୟରେ ସମନ୍ବୟ ରକ୍ଷା କରି ଚାଲୁ ରହିଥିବା ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଭଉଣୀ ଭାଇଙ୍କ ରୋଜଗାରକୁ ବହୁଗୁଣିତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ମଲ୍ଲିକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବନମାଳି ପାତ୍ର, କୃଷି ବିଭାଗର ମୁଖ୍ୟ ଜିଲା କୃଷି ଅଧିକାରୀ ବିଜୟ କୁମାର ସ୍ବାଇଁ, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଡ. ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri