‘ଜିଓ ଓ୍ବାଲା ଆଣ୍ଟି’ ଗୀତ ଗାଇଲେ ରାପର ଦୁଲେ

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ)- କଳାହାଣ୍ଡିର ରାପର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ଓଡ଼ିଆ ସିନେମା ପାଇଁ ବୁଧବାର ଗୀତ ଗାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଆଗାମୀ ଫିଲ୍ମର ‘ଜିଓ ଓ୍ବାଲା ଆଣ୍ଟି’ ଗୀତରେ ସେ କଣ୍ଠଦାନ କରିଛନ୍ତି। ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସ୍ମୃତି ଷ୍ଟୁଡିଓରେ ରେକର୍ଡିଂ ହୋଇଥିବା ଗୀତରେ ଦୁଲେ ରାପରଙ୍କ ସହ ସୁନ୍ଦରଗଡ଼ର ଝିଅ ସ୍ବର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ ମଧ୍ୟ କଣ୍ଠଦାନ କରିଛନ୍ତି। ଏହି ଗୀତକୁ ଗୀତିକାର ସୁବ୍ରତ ସ୍ବାଇଁ ରଚନା କରିଛନ୍ତି। ପୂର୍ବରୁ ‘ସୁନୋ ସର୍କାର’ ରାପ୍‌ ଗାଇ ଦୁଲେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ।