ଭୁବନେଶ୍ୱରର ଐତିହ୍ୟସ୍ଥଳ ଅଞ୍ଚଳରେ ୟୁନିଫର୍ମ ରହିବ ସାଇନ୍‌ବୋର୍ଡ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଏଣିକି ରାଜଧାନୀରେ ଥିବା ଐତିହ୍ୟସ୍ଥଳୀଗୁଡ଼ିକରେ ଅସମାନ ସାଇନ୍‌ ବୋର୍ଡ ରହିବ ନାହିଁ। ସେହିପରି ଐତିହ୍ୟସ୍ଥଳର ନିର୍ଦ୍ଧାରିତ ପରିସୀମା ଭିତରେ କେହି ମନଇଚ୍ଛା ସାଇନ୍‌ବୋର୍ଡ ଲଗାଇପାରିବେ ନାହିଁ। ଏନେଇ ମଙ୍ଗଳବାରଠାରୁ କଟକଣା ଲଗାଇଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)। ଏଣିକି ଗୋଟିଏ ରଙ୍ଗ ଓ ସମାନ ଉଚ୍ଚତାର ସାଇନ୍‌ବୋର୍ଡ ଲଗାଯିବ।  ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡ଼ିଏ)ଙ୍କ ନିୟମ ଆଧାରରେ ବିଡିଏ ଏହି ନିଷ୍ପତ୍ତି ନେଇଛି। ଏହାକୁ ଉଭୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଘର ପାଇଁ ମଧ୍ୟ  ବାଧ୍ୟତାମୂଳକ କରାଯାଇଥିବା ବିଡିଏ ପକ୍ଷରୁ ପ୍ରକାଶ ପାଇଛି।

ତେବେ ପ୍ରାଥମିକ ପର୍ଯ୍ୟାୟରେ ସହରର ୩ ଐତିହ୍ୟସ୍ଥଳରେ ଲାଗିଥିବା ସାଇନ୍‌ବୋର୍ଡ ୟୁନିଫର୍ମାଟିକ୍‌ ହେବ। ଏକାମ୍ରକ୍ଷେତ୍ର ହେରିଟେଜ୍‌ ଜୋନ୍‌ (ପୁରୁଣା ଭୁବନେଶ୍ୱର), ଐତିହାସିକକ୍ଷେତ୍ର ହେରିଟେଜ୍‌ ଜୋନ୍‌ (ଶିଶୁପାଳଗଡ଼) ଓ ସାଂସ୍କୃତିକ କ୍ଷେତ୍ର ହେରିଟେଜ୍‌ ଜୋନ୍‌  (ଧଉଳି)ରେ ଏହି ନିୟମ ଲାଗୁ କରାଯିବ। ପରବର୍ତ୍ତୀ ସମୟରେ ସହରର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି ବୋଲି ବିଡିଏ ଆସିଷ୍ଟାଣ୍ଟ ଟାଉନ୍‌ ପ୍ଲାନର ସୁପର୍ଣ୍ଣା ଦାସ କହିଛନ୍ତି। ସେ କହିଛନ୍ତି, ରାଜଧାନୀରେ ଥିବା ହେରିଟେଜ୍‌ ଜୋନ୍‌ଗୁଡ଼ିକରେ ପର୍ଯ୍ୟଟକଙ୍କୁ ଏହା ନିଶ୍ଚିତ ଆକୃଷ୍ଟ କରିବ। ଏହି ସ୍ଥାନଗୁଡ଼ିକରେ ଯେଉଁ ସାଇନ୍‌ଏଜେ ଲାଗିବ ତାହାର ପୋଲ୍‌ ଏକା ପ୍ରକାର ସହିତ କଲର୍‌, ଲେଖାର ସାଇଜ୍‌  ଓ ଉଚ୍ଚତା ମଧ୍ୟ ସମାନ ରହିବ। ଗୋଟିଏ ପ୍ରକାର  ଡିଜାଇନ୍‌କୁ ଗୁରୁତ୍ୱ ଦିଆଯିବା ସହ ପର୍ଯ୍ୟଟକଙ୍କୁ କିପରି ଏହା ଆକୃଷ୍ଟ କରିବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ। ଏଥିରେ ୫ ପ୍ରକାର ସାଇନ୍‌ଏଜ୍‌ ରଖାଯାଇଥିବା ବେଳେ ୨ ପ୍ରକାର ମ୍ୟାପ୍‌, ଦୋକାନୀ, ବିଲ୍ଡିଂ ଓ ଘରର ନାମ ଲେଖାକୁ ମଧ୍ୟ ସ୍ଥିର କରାଯାଇଛି ବୋଲି ସେ କହିଛନ୍ତି।

ନୂଆ ଡିଜାଇନ୍‌ ଦ୍ୱାରା ଐତିହ୍ୟସ୍ଥଳୀଗୁଡ଼ିକର କଳାକୃତିକୁ ଗୁରୁତ୍ୱ ଦିଆଯାଇଛି। ସିଡିପି ୨୦୩୦ରେ ହେରିଟେଜ୍‌ ଡିଷ୍ଟ୍ରିକ୍ଟ କରାଯାଇଛି। ଏଥିରେ ଥିବା ୩ଟି ଜୋନ୍‌ରେ ପ୍ରଥମେ ଏହି ନିୟମ ଲାଗୁ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ବିଡିଏର ୧୩୬ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ଯାହାକୁ ୧୮ ତାରିଖ ରାଜ୍ୟ ସରକାର ଅନୁମତି ଦେବା ପରେ ଏହି ନିୟମ ଲାଗୁ ହୋଇଛି ବୋଲି ସୁପର୍ଣ୍ଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri