ଅସୁସ୍ଥ ସ୍ତ୍ରୀଙ୍କୁ ୯୦କି.ମି. ବୋହିଲେ

କଟକ ଅଫିସ/ସାକ୍ଷୀଗୋପାଳ,(ଡି.ଏନ୍‌.ଏ)୧୧। ୧୦:ରାଜ୍ୟରେ ଚିକିତ୍ସା ସେବା ସମସ୍ତଙ୍କୁ ଯେପରି ଠିକ୍‌ଭାବେ ମିଳିପାରିବ ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ କିଛି ଘଟଣାକୁ ଅନୁଧ୍ୟାନ କଲେ ଏହି ସବୁ ଯୋଜନା ଫେଲ୍‌ ମାରିବା ଭଳି ମନେହେଉଛି। ଅର୍ଥାଭାବରୁ ଜଣେ ବ୍ୟକ୍ତି ଅସୁସ୍ଥ ସ୍ତ୍ରୀଙ୍କୁ ଏକ ଟ୍ରଲିରେ ପୁରୀ ଜିଲା ସତ୍ୟବାଦୀ ବ୍ଲକରୁ ଦୀର୍ଘ ୯୦କି.ମି ଦୂର କଟକ ବଡ଼ ଡାକ୍ତରଖାନାକୁ ବୋହି ଆଣୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। କଟକ ଓଏମ୍‌ପି ଛକ ନିକଟରେ କେତେଜଣ ସାମାଜିକ କର୍ମୀ ଏହା ଦେଖିବା ପରେ ଅଟୋରେ ଅସୁସ୍ଥ ମହିଳାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର କବୀର ଭୋଇଙ୍କ ସ୍ତ୍ରୀ ସୁକାନ୍ତି ଦୀର୍ଘ ଦିନ ଧରି ପେଟ ରୋଗରେ ପୀଡ଼ିତ ଥିଲେ। କବୀର ପୂର୍ବରୁ ଭୁବନେଶ୍ୱର, ପୁରୀ ଓ ସ୍ଥାନୀୟ ସାକ୍ଷୀଗୋପାଳ ଡାକ୍ତରଖାନାରେ ସୁକାନ୍ତିଙ୍କ ଚିକିତ୍ସା କରାଇଥିଲେ। କିନ୍ତୁ ସୁକାନ୍ତି ପେଟରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କବୀର ଶୁକ୍ରବାର ଟ୍ରଲିରେ ୧୦କି.ମି ଦୂର ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ସୁକାନ୍ତିଙ୍କ ଅବସ୍ଥା ଦେଖି ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ନେଇଯିବାକୁ ଜଣେ ଡାକ୍ତର କବିରଙ୍କୁ ପରାମର୍ଶ ଦେଇଥିଲେ। କଟକ ଆସିବା ପାଇଁ କବୀର ଜଣେ ଅଟୋ ଚାଳକଙ୍କୁ ଅନୁରୋଧ କରିଥିଲେ। ହେଲେ ଅଟୋ ଚାଳକ ଏଥିପାଇଁ ୧୨୦୦ଟଙ୍କା ଭଡ଼ା କହି ଥିଲେ। ଏତେ ଟଙ୍କା ପାଖରେ ନ ଥିବାରୁ କବୀର ନିରାଶ ହୋଇଥିଲେ। ଏପରି କି ସେଠାରେ ତାଙ୍କୁ ଆମ୍ବୁଲାନ୍ସ ସୁବିଧା ମଧ୍ୟ ମିଳି ନ ଥିଲା। ତେଣୁ ନିଜ ଟ୍ରଲିରେ କବୀର ସ୍ତ୍ରୀ ସୁକାନ୍ତିଙ୍କୁ ଶୁଆଇ କଟକ ଅଭିମୁଖେ ବାହାରିଥିଲେ। ସନ୍ଧ୍ୟାରେ କଟକ ତେଲେଙ୍ଗାପେଣ୍ଠରେ ପହଞ୍ଚତ୍ବାପରେ ସାମାଜିକ କର୍ମୀଙ୍କ ନଜର ଏମାନଙ୍କ ଉପରେ ପଡ଼ିଥିଲା। ସବୁକଥା ବୁଝିବା ପରେ ସମ୍ପୃକ୍ତ ସାମାଜିକକର୍ମୀ ସେମାନଙ୍କୁ ସେଠାରେ ରାତିରେ ଖାଇବା ଓ ରହିବାର ବ୍ୟବସ୍ଥା କରାଇଥିଲେ। ଶନିବାର ସକାଳେ କବୀର ଟ୍ରଲିରେ ସ୍ତ୍ରୀଙ୍କୁ ବୋହି କଟକ ଅଭିମୁଖେ ପୁଣି ବାହାରିଥିଲେ। କଟକ ଓଏମ୍‌ପି ଛକରେ ସାମାଜିକ କର୍ମୀ ଅଭିମନ୍ୟୁ ଏହା ଦେଖି ଅଟକାଇବା ସହ ସେମାନଙ୍କୁ ଏକ ଅଟୋରେ ବଡ଼ ଡାକ୍ତରଖାନା ନେଇଥିଲେ। ସୁକାନ୍ତିଙ୍କୁ ଏସ୍‌ସିବି ମେଡିକାଲର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ଚାଲିଛି ବୋଲି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।
ଅପରପକ୍ଷରେ କବିର ପୂର୍ବରୁ ଅନେକ ଥର ସାକ୍ଷୀଗୋପାଳ ଡାକ୍ତରଖାନାରେ ସ୍ତ୍ରୀ ସୁକାନ୍ତିଙ୍କ ଚିକିତ୍ସା କରାଇଛନ୍ତି। ହେଲେ ଶୁକ୍ରବାର ସେ ଡାକ୍ତରଖାନା ଆସିଥିବା ନେଇ କୌଣସି ସୂଚନା ନାହିଁ ବୋଲି ସାକ୍ଷୀଗୋପାଳ ମେଡିକାଲ ଅଫିସର ବିଶ୍ୱଜିତ୍‌ ମିଶ୍ର କହିଛନ୍ତି। ଆମ୍ବୁଲାନ୍ସ ନ ମିଳିବା ସଂକ୍ରାନ୍ତରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର କହିଛନ୍ତି, ଅଭିଯୋଗ ବିଶ୍ୱାସଯୋଗ୍ୟ ନୁହେଁ। ଜିଲାରେ ୧୮ଟି ୧୦୨ ଆମ୍ବୁଲାନ୍ସ ରହିଛି। ଯୋଗାଯୋଗ କରିଥିଲେ ନିଶ୍ଚିତ ସେବା ମିଳିଥାନ୍ତା। ତେବେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri