ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ

ପୁରୀ ଅଫିସ,୧୦।୧୨: ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଶୁକ୍ରବାର ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢେ ୪ଟା ବେଳେ ନିଳାଦ୍ରୀ ଭକ୍ତ ନିବାସରେ ବୈଠକ ବସିବା ନେଇ ସୂଚନା ରହିଛି । ଜିଲାପାଳ, ଏସ୍‌ପି ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିଭିନ୍ନ ସେବାୟତ ପ୍ରତିନିଧି ଏହି ବୈଠକରେ ଯୋଗ ଦେବେ।

ବୈଠକରେ ୧୬ରୁ ୧୩ ଜାନୁୟାରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି, ୧୪ ରେ ମକର ସଂକ୍ରାନ୍ତି, ୧୭ରେ ଦେବାଭିଷେକ ନେଇ ନୀତି ନିର୍ଘଣ୍ଟ ହେବ । ଏହି ନୀତି ସବୁ କିପରି ଶୃଙ୍ଖଳିତ ଭାବରେ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ । ସେପଟେ ସାଢେ ୧୨ଟାରେ ସେବାୟତ ଓ ସେବାୟତଙ୍କ ପରିବାର ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର ଶୁଭାରମ୍ଭ ହେବ ।