କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା ବୋଲି କୁହାଯାଉଥିଲା। ମାତ୍ର ଏହା ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ ବୋଲି ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ପ୍ରଥମେ ଢାବାରେ କର୍ମଚାରୀଙ୍କ ସହ ଗଣ୍ଡଗୋଳ ହେବା ପରେ ଡ୍ରାଇଭର ଫିଲ୍ମ ଷ୍ଟାଇଲ୍‌ରେ କାର୍‌ ମଡ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଏଥିରେ ୩ ଜଣ ଆହତ ହୋଇଥିବାବେଳେ ୭ ବାଇକ୍‌ ଭାଙ୍ଗିଛି। ଦୁର୍ଘଟଣା ଘଟାଇ ବସ୍‌ରେ ଫେରାର ମାରିବାକୁ ଡ୍ରାଇଭର ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ି ମାରିଛନ୍ତି। ଏହା ପରେ ବଡ଼ଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଅଟକ ରଖିଛି।

Dharitri – Odisha’s No.1 Odia Daily

Share