ସେନ୍‌ସେକ୍ସ ୬୧୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୩।୧୨: କୋଭିଡ୍‌ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ଭୟର ବାତାବରଣ ମଧ୍ୟରେ କ୍ରମାଗତ ୨ୟ ଦିନ ପାଇଁ ଶେୟାର ବଜାରରେ ଉସତ୍ାହ ଦେଖାଦେଇଛି। ବିଗତ ଦିନର ବିଭିନ୍ନ କାରଣ ଯୋଗୁ ବର୍ତ୍ତମାନ ସାରା ବିଶ୍ୱ ଏପରିକି ଭାରତ ମଧ୍ୟ ବହୁ ଆଶଙ୍କା ମଧ୍ୟରେ ରହିଛି। ଏଭଳି ସ୍ଥିତିରେ ଗତ ୨ଦିନ ହେବ ଦଲାଲ ଷ୍ଟ୍ରିଟ୍‌ରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ବୈଦେଶିକ ସମସ୍ୟା ସତ୍ତ୍ୱେ ମଧ୍ୟ ୨୨ ଡିସେମ୍ବର ଶେୟାର ବଜାରର କାରବାର ଆରମ୍ଭରୁ ମାନ୍ଦା ରହିଥିଲେ ମଧ୍ୟ ବନ୍ଦ ପ୍ରାୟ ନୀଳରଙ୍ଗରେ ଶେଷ ହୋଇଥିଲା। ଶେୟାର ବଜାରର ସୂଚନା ଅନୁସାରେ ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ବେଞ୍ଚମାର୍କ ଇଣ୍ଡେକ୍ସ ମୂଲ୍ୟ ୬୧୨ ପଏଣ୍ଟ ବଢି ୫୬,୯୩୧ ଅଙ୍କରେ ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିରେ ମଧ୍ୟ ୧୮୫ ଅଙ୍କ ବଢି ୧୬,୯୫୬ ପଏଣ୍ଟରେ କାରବାର ରହିଛି। ମଙ୍ଗଳବାର ଷ୍ଟକ ବଜାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୬୧୧.୫୫ ଅଙ୍କ ଅର୍ଥାତ୍‌ ୧.୦୯ % ବୃଦ୍ଧି ପାଇ ୫୬୯୩୦.୫୬ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି ନିଫ୍ଟିରେ ୧୮୪.୬୦ ଅଙ୍କ ବୃଦ୍ଧି ଘଟିଛି, ଅର୍ଥାତ ୧.୧୦% ବଢି ୧୬,୯୫୫.୪୫ ପଏଣ୍ଟରେ ବନ୍ଦ ହୋଇଛି।
ଦଲାଲ ଷ୍ଟ୍ରିଟ୍‌ର ବିଏସ୍‌ଇ ସେନ୍‌ସେକ୍ସ ସୂଚୀର ଶ୍ରେଷ୍ଠ ୩୦ଟି ଶେୟାର ବଜାର ଷ୍ଟକ୍‌ ପ୍ରାୟତଃ ଅଭିବୃଦ୍ଧି କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚର ସୂଚନା ଅନୁସାରେ ବଜାଜ ଫାଇନାନ୍ସ ସର୍ବାଧିକ ଲାଭ କରିଥିବା ବେଳେ ଅନ୍ୟ ନିବେଶକମାନେ ମଧ୍ୟ ୨ରୁ୨.୭% ଅଭିବୃଦ୍ଧି କରିଛନ୍ତି। ବିଶେଷକରି ବୁଧବାର ରିଲାଏନ୍ସ, ଭାରତୀ ଏୟାରଟେଲ, ଆଇସିଆଇସିଆଇ ବ୍ୟାଙ୍କ, ଟାଇଟନ୍‌, ଏଲଆଣ୍ଡଟି, ଆକ୍ସିସ୍‌ ବ୍ୟାଙ୍କ ଏବଂ ବଜାଜ ଗ୍ରୁପ , ଟିସିଏସ, ଟାଟା ଷ୍ଟିଲ ଭଳି ପ୍ରମୁଖ ନିବେଶକ କମ୍ପାନୀଙ୍କ ଶେୟାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ନେସ୍‌ଲେ ଇଣ୍ଡିଆ ଓ ଆଇଟିସି ଭଳି କମ୍ପାନୀର ଶେୟାର ଅଳ୍ପ ପରିମାଣରେ ହ୍ରାସ ପାଇଛି। ସେହିଭଳି ସେକ୍ଟୋରିଆଲ ଇଣ୍ଡେକ୍ସ କଥା କହିବାକୁ ଗଲେ ୨୨ ଡିସେମ୍ବରର ବଜାର କାରବାର ପ୍ରାୟ ସମସ୍ତ ସେକ୍ଟର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷକରି ବ୍ୟାଙ୍କ, ଅଟୋ, ଏଫ୍‌ଏମ୍‌ଜିସିି, ଆଇଟି,ମେଟାଲ, ଫାର୍ମା, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ହେଲ୍‌ଥ କେୟାର ୟୁନିଟ ଏବଂ ଅଏଲ ଓ ଗ୍ୟାସ୍‌ ଭଳି ନିବେଶକ କମ୍ପାନୀଗୁଡିକର କାରବାର ଭଲ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri