ରିପୋର୍ଟ କହିଲା, ଜବତ ମେଡିସିନ ନକଲି

କଟକ ଅଫିସ,୧୮।୯: କଟକରୁ ଜବତ ହୋଇଥିବା ମେଡିସିନ ନକଲି ବୋଲି ସ୍ପଷ୍ଟ ହୋଇଛି। ଉକ୍ତ ମେଡିସିନି ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯାଇଥିଲା। ଶନିବାର ପରୀକ୍ଷା ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌ମା-୪୦ ନକଲି ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଉକ୍ତ ରିପୋର୍ଟ ଆଧାରରେ ପୋଲିସ ରାଜ୍ୟ ବାହାରକୁ ଯାଇ ମେଡିସିନ ଯୋଗାଣକାରୀଙ୍କୁ ଧରିବା ନିଶ୍ଚିତ। ଏଥିସହ ଅର୍ଥନୈତିକ କାରବାର ଦିଗକୁ ଖୋଳତାଡ଼ କରାଯାଇ ୨ ଅଭିଯୁକ୍ତଙ୍କର ମୋଟ୍‌ ୧୨ ଲକ୍ଷ ଟଙ୍କା ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ଡିସିପି କହିଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ, ନକଲି ମେଡିସିନ୍‌ କାରବାର ମାମଲାରେ ଜାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନ ଓ ମାଣିକଘୋଷ ବଜାର ଭି. ଆର୍‌. ଡ୍ରଗ ଏଜେନ୍ସିର ରାହୁଲ କୁମାର କ୍ୟାଲଙ୍କୁ ପୁରୀଘାଟ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସେମାନଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରି ଶନିବାର ଜେଲ୍‌ ହାଜତକୁ ପଠାଇ ଦେଇଛି। ଅଭିଯୁକ୍ତଦ୍ୱୟଙ୍କୁ ଜେରାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ମିଳିଛି। ଯେଉଁମାନେ ନକଲି ମେଡିସିନ କାରବାରରେ ସଂଶ୍ଳିଷ୍ଟ ଅଛନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। କେତେ ପରିମାଣର ନକଲି ମେଡିସିନ କାହାକୁ ବିକ୍ରି ହୋଇଛି ସେ ସମ୍ପର୍କିତ ତଥ୍ୟ ପୋଲିସ ହସ୍ତଗତ କରିଛି। ଖୁବ୍‌ଶୀଘ୍ର ପୋଲିସର ଏକ ଟିମ୍‌ ବିହାରର ଗୟାକୁ ଯାଇ ନକଲି ମେଡିସିନ ଯୋଗାଣକାରୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବ।
ସୂଚନାଯୋଗ୍ୟ, ରକ୍ତଚାପର ଚିକିତ୍ସା ପାଇଁ ନକଲି ମେଡିସିନ ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ ବିକ୍ରି କରୁଥିବା ନେଇ ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର୍‌. ଡ୍ରଗ୍ସ ଏଜେନ୍ସି ନାମରେ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ମେଡିସିନ ଗୋଦାମରେ ଚଢ଼ାଉ କରିଥିଲା। ତଦନ୍ତ ପରେ ନକଲି ମେଡିସିନ ଗୟା ଓ ବେଙ୍ଗାଲୁରୁରୁ ଅଣାଯାଉଥିବା ଜଣାପଡିଥିଲା। ଏ ସମ୍ପର୍କରେ ଡ୍ରଗ୍ସ ଆଣ୍ଡ୍‌ କସ୍‌ମେଟିକ୍ସ ଆକ୍ଟରେ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ ଷ୍ଟକିଷ୍ଟଙ୍କ ନାମରେ ଦୁଇଟି ମାମଲା ଓ ପୁରୀଘାଟ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ବିଭାଗ ପକ୍ଷରୁ ଉକ୍ତ ମେଡିସିନ ଦ୍ୱୟର ବିକ୍ରି ନିଷେଧ କରାଯିବା ସହ ୨ ଅଭିଯୁକ୍ତ ଷ୍ଟକିଷ୍ଟଙ୍କ ଡ୍ରଗ୍ସ ଲାଇସେନ୍ସ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri