Posted inଜାତୀୟ

ବଦଳିଛି ଦେଶର ସୁରକ୍ଷା ଭିତ୍ତିଭୂମି

ନୂଆଦିଲ୍ଲୀ,୨୬।୧୧: ୯/୧୧ ଆକ୍ରମଣ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ବୈଶ୍ୱିକ ଆତଙ୍କବାଦର ବିପଦକୁ ନେଇ ଜାଗ୍ରତ କରିଥିବାବେଳେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିବା ସହ ଅନେକେ ଆହତ ହୋଇଥିଲେ। ଏଭଳି ଅତର୍କିତ ତଥା ବଡ଼ ଆକ୍ରମଣର ମୁକାବିଲା ଲାଗି ଭାରତ ଉପଯୁକ୍ତ ପ୍ରସ୍ତୁତ ନ ଥିବା ଉକ୍ତ ଆକ୍ରମଣ ପ୍ରମାଣିତ କରିଦେଇଥିଲା। ୧୦ ଲଶ୍କର ଆତଙ୍କବାଦୀ କରାଚୀରୁ ମାଛଧରା ବୋଟ୍‌ରେ ଆସି ମୁମ୍ବାଇରେ ୪ ଦିନ ଧରି ଲଗାତର ଆକ୍ରମଣ ଜାରି ରଖିଥିଲେ। ଫଳରେ ଭାରତୀୟ ତଟସୁରକ୍ଷାରେ ଢିଲା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାରେ ତ୍ରୁଟି ପଦାରେ ପଡ଼ିଯାଇଥିଲା। ଆତଙ୍କବାଦ ମୁକାବିଲା ଭିତ୍ତିଭୂମି ଏବଂ ସ୍ଥାନୀୟ ପୋଲିସ ପର୍ଯ୍ୟାପ୍ତ ନ ଥିବା ସ୍ପଷ୍ଟ ହୋଇଥିଲା।
ଏହି ଆକ୍ରମଣ ପରେ ସରକାର ଦେଶର ସୁରକ୍ଷା ଭିତ୍ତିଭୂମି ବଢ଼ାଇବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଫଳରେ ସାମୁଦ୍ରିକ ସୁରକ୍ଷାକୁ ଜୋର୍‌ଦାର କରାଯିବା ସହ ଗୋଇନ୍ଦା ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ପଦକ୍ଷେପ ନିଆଯାଇଥିଲା। ଆତଙ୍କବାଦର ବିଲୋପ ପାଇଁ ଦେଶର ଆଇନକୁ କଡ଼ାକଡ଼ି କରାଯିବା ସହ ଆତଙ୍କବାଦୀ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ସଂସ୍ଥା ଗଠନ କରାଯାଇଥିଲା। ୨୬/୧୧ ଆକ୍ରମଣ ପରେ ସାମୁଦ୍ରିକ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ନୌସେନାକୁ ହସ୍ତାନ୍ତର କରାଯାଇଥିବାବେଳେ ତଟସୁରକ୍ଷା ବାହିନୀକୁ ଆଞ୍ଚଳିକ ଜଳରାଶିର ସୁରକ୍ଷା ଏବଂ ଉପକୂଳରେ ନବନିର୍ମିତ ଶତାଧିକ ନୂଆ ମେରାଇନ୍‌ ଥାନା ସହ ଯୋଗାଯୋଗ ଦାୟିତ୍ୱ ଦିଆଯାଇଥିଲା। ସେହିପରି ୨୦ ମିଟରରୁ ଅଧିକ ଲମ୍ବା ବୋଟ ଓ ଜାହାଜଗୁଡ଼ିକରେ ସ୍ବତଃ ଚିହ୍ନଟ ବ୍ୟବସ୍ଥା (ଏଆଇଏସ୍‌)କୁ ବାଧ୍ୟତାମୂଳକ କରାଯାଇଥିଲା। ଯାହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଦୃଶ୍ୟକୁ ଚିହ୍ନଟ କରିବା ସହ ଅନ୍ୟାନ୍ୟ ସୂଚନା ଦେବ। ସେହିପରି ୩୦୦ ଟନ୍‌ରୁ ଅଧିକ କ୍ଷମତା ବିଶିଷ୍ଟ ଜାହାଜ ପାଇଁ ଅନ୍ତର୍ଜାତୀୟ ନିୟମରେ ଏଆଇଏସ୍‌କୁ ବାଧ୍ୟତାମୂଳକ କରାଯାଇଥିଲା।
ଗୋଇନ୍ଦା ବ୍ୟୁରୋ (ଆଇବି)ର ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍‌ଏସି)ର ସାମର୍ଥ୍ୟ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରୀୟ ସଂସ୍ଥା, ସୁରକ୍ଷା ବଳ ଏବଂ ରାଜ୍ୟ ପୋଲିସ ସହ ସୂଚନା ଆଦାନପ୍ରଦାନକୁ ସମନ୍ବିତ କରିବା ଏହାର ପ୍ରାଥମିକ କାର୍ଯ୍ୟ। ସବୁବେଳେ ତଥ୍ୟ ଆଦାନପ୍ରଦାନ ସହ ଏହାର ସମୀକ୍ଷା ପାଇଁ ନିୟମିତ ବୈଠକକୁ ବାଧ୍ୟତାମୂଳକ କରାଯାଇଥିଲା। କେବଳ ସେତିକି ନୁହେଁ, ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ସଂଶୋଧନ କରାଯାଇ ସେଥିରେ ଆତଙ୍କବାଦର ସଂଜ୍ଞାକୁ ବିସ୍ତୃତ କରାଯାଇଥିଲା। ଦେଶରେ ପ୍ରଥମ ବାସ୍ତବ ସଂଘୀୟ ତଦନ୍ତକାରୀ ସଂସ୍ଥା ଗଠନ ନିମନ୍ତେ ପାର୍ଲାମେଣ୍ଟରେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ଆଇନ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?