Posted inଜାତୀୟ

ବଦଳିଛି ଦେଶର ସୁରକ୍ଷା ଭିତ୍ତିଭୂମି

ନୂଆଦିଲ୍ଲୀ,୨୬।୧୧: ୯/୧୧ ଆକ୍ରମଣ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ବୈଶ୍ୱିକ ଆତଙ୍କବାଦର ବିପଦକୁ ନେଇ ଜାଗ୍ରତ କରିଥିବାବେଳେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିବା ସହ ଅନେକେ ଆହତ ହୋଇଥିଲେ। ଏଭଳି ଅତର୍କିତ ତଥା ବଡ଼ ଆକ୍ରମଣର ମୁକାବିଲା ଲାଗି ଭାରତ ଉପଯୁକ୍ତ ପ୍ରସ୍ତୁତ ନ ଥିବା ଉକ୍ତ ଆକ୍ରମଣ ପ୍ରମାଣିତ କରିଦେଇଥିଲା। ୧୦ ଲଶ୍କର ଆତଙ୍କବାଦୀ କରାଚୀରୁ ମାଛଧରା ବୋଟ୍‌ରେ ଆସି ମୁମ୍ବାଇରେ ୪ ଦିନ ଧରି ଲଗାତର ଆକ୍ରମଣ ଜାରି ରଖିଥିଲେ। ଫଳରେ ଭାରତୀୟ ତଟସୁରକ୍ଷାରେ ଢିଲା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାରେ ତ୍ରୁଟି ପଦାରେ ପଡ଼ିଯାଇଥିଲା। ଆତଙ୍କବାଦ ମୁକାବିଲା ଭିତ୍ତିଭୂମି ଏବଂ ସ୍ଥାନୀୟ ପୋଲିସ ପର୍ଯ୍ୟାପ୍ତ ନ ଥିବା ସ୍ପଷ୍ଟ ହୋଇଥିଲା।
ଏହି ଆକ୍ରମଣ ପରେ ସରକାର ଦେଶର ସୁରକ୍ଷା ଭିତ୍ତିଭୂମି ବଢ଼ାଇବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଫଳରେ ସାମୁଦ୍ରିକ ସୁରକ୍ଷାକୁ ଜୋର୍‌ଦାର କରାଯିବା ସହ ଗୋଇନ୍ଦା ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ପଦକ୍ଷେପ ନିଆଯାଇଥିଲା। ଆତଙ୍କବାଦର ବିଲୋପ ପାଇଁ ଦେଶର ଆଇନକୁ କଡ଼ାକଡ଼ି କରାଯିବା ସହ ଆତଙ୍କବାଦୀ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ସଂସ୍ଥା ଗଠନ କରାଯାଇଥିଲା। ୨୬/୧୧ ଆକ୍ରମଣ ପରେ ସାମୁଦ୍ରିକ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ନୌସେନାକୁ ହସ୍ତାନ୍ତର କରାଯାଇଥିବାବେଳେ ତଟସୁରକ୍ଷା ବାହିନୀକୁ ଆଞ୍ଚଳିକ ଜଳରାଶିର ସୁରକ୍ଷା ଏବଂ ଉପକୂଳରେ ନବନିର୍ମିତ ଶତାଧିକ ନୂଆ ମେରାଇନ୍‌ ଥାନା ସହ ଯୋଗାଯୋଗ ଦାୟିତ୍ୱ ଦିଆଯାଇଥିଲା। ସେହିପରି ୨୦ ମିଟରରୁ ଅଧିକ ଲମ୍ବା ବୋଟ ଓ ଜାହାଜଗୁଡ଼ିକରେ ସ୍ବତଃ ଚିହ୍ନଟ ବ୍ୟବସ୍ଥା (ଏଆଇଏସ୍‌)କୁ ବାଧ୍ୟତାମୂଳକ କରାଯାଇଥିଲା। ଯାହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଦୃଶ୍ୟକୁ ଚିହ୍ନଟ କରିବା ସହ ଅନ୍ୟାନ୍ୟ ସୂଚନା ଦେବ। ସେହିପରି ୩୦୦ ଟନ୍‌ରୁ ଅଧିକ କ୍ଷମତା ବିଶିଷ୍ଟ ଜାହାଜ ପାଇଁ ଅନ୍ତର୍ଜାତୀୟ ନିୟମରେ ଏଆଇଏସ୍‌କୁ ବାଧ୍ୟତାମୂଳକ କରାଯାଇଥିଲା।
ଗୋଇନ୍ଦା ବ୍ୟୁରୋ (ଆଇବି)ର ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍‌ଏସି)ର ସାମର୍ଥ୍ୟ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରୀୟ ସଂସ୍ଥା, ସୁରକ୍ଷା ବଳ ଏବଂ ରାଜ୍ୟ ପୋଲିସ ସହ ସୂଚନା ଆଦାନପ୍ରଦାନକୁ ସମନ୍ବିତ କରିବା ଏହାର ପ୍ରାଥମିକ କାର୍ଯ୍ୟ। ସବୁବେଳେ ତଥ୍ୟ ଆଦାନପ୍ରଦାନ ସହ ଏହାର ସମୀକ୍ଷା ପାଇଁ ନିୟମିତ ବୈଠକକୁ ବାଧ୍ୟତାମୂଳକ କରାଯାଇଥିଲା। କେବଳ ସେତିକି ନୁହେଁ, ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ସଂଶୋଧନ କରାଯାଇ ସେଥିରେ ଆତଙ୍କବାଦର ସଂଜ୍ଞାକୁ ବିସ୍ତୃତ କରାଯାଇଥିଲା। ଦେଶରେ ପ୍ରଥମ ବାସ୍ତବ ସଂଘୀୟ ତଦନ୍ତକାରୀ ସଂସ୍ଥା ଗଠନ ନିମନ୍ତେ ପାର୍ଲାମେଣ୍ଟରେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ଆଇନ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri