ଦୀର୍ଘ ଜୀବନର ରହସ୍ୟ

ଯଦାବଧ୍ନନ ଦାକ୍ଷୟଣା ହିରଣ୍ୟଂ ଶତନୀକାୟ ସୁମନସ୍ୟ ମାନାଃ
ତତତେ ବଧ୍ନାମ୍ୟାୟୁଷେ ବର୍ଚ୍ଚସେ ବଳାୟ ଦୀର୍ଘାୟୁତ୍ୱାୟ ଶତଶରଦାୟ॥
(ଅଥର୍ବ ବେଦ= କାଣ୍ଡ-୧, ସୁକ୍ତ-୩୫, ମନ୍ତ୍ର-୧)।
ଉପରୋକ୍ତ ମନ୍ତ୍ରଟି ଅଥର୍ବ ବେଦରୁ ଆନୀତ। ମନ୍ତ୍ର ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଶାରୀରିକ ଓ ମାନସିକ ଶକ୍ତି ଆହରଣ କରି ଉତ୍ତମ ସନ୍ତାନ ପ୍ରାପ୍ତି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମଚର୍ଯ୍ୟ ଜୀବନ ଶକ୍ତିକୁ ଉଜ୍ଜୀବିତ କରିଥାଏ। ସେଥିପାଇଁ ମୁନିଋଷିମାନେ ବ୍ରହ୍ମଚର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ରହ୍ମଚର୍ଯ୍ୟ ବ୍ୟକ୍ତିକୁ ଆୟୁ, ଯଶ ଓ ବଳ ପ୍ରଦାନ କରି ଦୀର୍ଘାୟୁ କରିଥାଏ। ନୀରୋଗ ଜୀବନଯାପନ ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ଏକାନ୍ତ ଆବଶ୍ୟକ। ବ୍ରହ୍ମ ଶବ୍ଦର ଅର୍ଥ ମହାନ୍‌ ଓ ଚର୍ଯ୍ୟର ଅର୍ଥ ଆଚରଣ କରିବା। ଶରୀର, ମନ ଓ ଇନ୍ଦ୍ରିୟ ଦ୍ୱାରା ଯେଉଁ ମହାନ୍‌ ଆଚରଣ କରାଯାଏ, ତାହା ‘ବ୍ରହ୍ମଚର୍ଯ୍ୟ’। ବ୍ରହ୍ମଚର୍ଯ୍ୟର ଯୌଗିକ ଅର୍ଥ-ମହାନ୍‌। ମାତ୍ର ସାଧାରଣ ଅର୍ଥରେ ବ୍ରହ୍ମଚର୍ଯ୍ୟର ଅର୍ଥ ବୀର୍ଯ୍ୟ ରକ୍ଷା। ବୀର୍ଯ୍ୟ ରକ୍ଷା ଦ୍ୱାରା ବ୍ୟକ୍ତି ମହାନ୍‌ ହୋଇଥାଏ। ଶରୀର ସପ୍ତଧାତୁରୁ ନିର୍ମିତ। ସେଗୁଡ଼ିକ ହେଲା- ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ବୀର୍ଯ୍ୟ। ଏହା ବ୍ୟକ୍ତିକୁ ସୁଷମ ଖାଦ୍ୟରୁ ମିଳିଥାଏ। ଆୟୁର୍ବେଦ କହେ ଯେ ଏକ ବିନ୍ଦୁ ବୀର୍ଯ୍ୟ ନିର୍ମାଣ ପାଇଁ ୪୦-୬୦ ବିନ୍ଦୁ ରକ୍ତର ଆବଶ୍ୟକ ପଡ଼ିଥାଏ। ତୈଳବୀଜରେ ତୈଳ, ଆଖୁ ଖଣ୍ଡରେ ରସ ଓ କ୍ଷୀରରେ ଘିଅର ସ୍ଥିତି ଯାହା, ଶରୀରରେ ବୀର୍ଯ୍ୟର ସ୍ଥିତି ତାହା।
ବ୍ରହ୍ମଚର୍ଯ୍ୟର ପରମ ରସାୟନ ବୀର୍ଯ୍ୟ।
ବ୍ରହ୍ମଚର୍ଯ୍ୟ ଶାରୀରିକ କାନ୍ତି, ମାନସିକ ଶାନ୍ତିି ଓ ଆତ୍ମିକ ଆନନ୍ଦ ପ୍ରଦାନ କରିଥାଏ। ବ୍ରହ୍ମଚର୍ଯ୍ୟ ସଫଳତାର ଚାବିକାଠି ଓ ଆରୋଗ୍ୟର ମୂଳାଧାର। ଶରୀରରୂପୀ ଭବନର ବ୍ରହ୍ମଚର୍ଯ୍ୟ ଆଧାର ସ୍ତମ୍ଭ। ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ, ବଳ, ତେଜ, ବିଦ୍ୟା, ବୁଦ୍ଧି, ଜ୍ଞାନ, ଧୈର୍ଯ୍ୟ, ସାହସ, ନିର୍ଭୀକତା, ସହନଶୀଳତା ଓ ପବିତ୍ରତା ଆଦି ଗୁଣ ବ୍ରହ୍ମଚର୍ଯ୍ୟ ଉପରେ ଆଧାରିତ।
ମୈଥୁନ ଦ୍ୱାରା ବ୍ରହ୍ମଚର୍ଯ୍ୟ ଭଗ୍ନ ହୋଇଥାଏ। ମୈଥୁନ ଆଠ ପ୍ରକାର। ମନ, ବାଣୀ, ଚକ୍ଷୁ, କର୍ଣ୍ଣ ଓ ଚର୍ମ ଆଦି ଇନ୍ଦ୍ରିୟ ଦ୍ୱାରା ଅଶ୍ଳୀଳ ବିଷୟବସ୍ତୁ ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ଭଗ୍ନ ହୋଇଥାଏ। ବ୍ରହ୍ମଚର୍ଯ୍ୟ ଆଚରଣ କରୁଥିବା ପୁରୁଷକୁ ବ୍ରହ୍ମଚାରୀ ଓ କନ୍ୟାକୁ ବ୍ରହ୍ମଚାରିଣୀ କୁହାଯାଏ। ବିଦ୍ୟା ଅଧ୍ୟୟନର ସମୟ ତପସ୍ୟା ଓ ସାଧନାର ଅବସ୍ଥା ହୋଇଥିବାରୁ ବିଦ୍ୟାର୍ଥୀକୁ ବ୍ରହ୍ମଚାରୀ କୁହାଯାଏ। ବ୍ରହ୍ମଚର୍ଯ୍ୟ ସାଧନା ବିନା ଗୃହସ୍ଥ ଜୀବନରେ ପ୍ରବେଶ କଲେ ଗୃହସ୍ଥ ଜୀବନ ବିଶୃଙ୍ଖଳିତ ହୋଇଥାଏ। ବ୍ରହ୍ମଚର୍ଯ୍ୟ ଫଳନ ଦ୍ୱାରା ରଜ ଓ ବୀର୍ଯ୍ୟ ଦୋଷରହିତ ହୋଇଥାଏ, ଯାହା ଉତ୍ତମ ସନ୍ତାନ ପ୍ରାପ୍ତିରେ ସହାୟକ ହୋଇଥାଏ। ବ୍ରହ୍ମଚର୍ଯ୍ୟ ତିନି ଶ୍ରେଣୀରେ ବିଭକ୍ତ- ନିମ୍ନ, ମଧ୍ୟମ ଓ ଉତ୍ତମ। ମନୁଷ୍ୟ ଶରୀରରେ ବୀର୍ଯ୍ୟ ବା ଧାତୁ ୪ ଅବସ୍ଥାରେ ଗତିଶୀଳ ହୋଇଥାଏ- ବୃଦ୍ଧି (୧୬ରୁ ୨୫ ବର୍ଷ), ଯୌବନ (୨୫ରୁ ୪୦ ବର୍ଷ), ପୂର୍ଣ୍ଣତା (୪୦ ବର୍ଷ) ଓ କିଞ୍ଚିତ୍‌ ପରିହାଣି (୪୦ରୁ ୪୮ ବର୍ଷ)। ବ୍ୟକ୍ତି ଦ୍ୱାରା ୨୪ ବର୍ଷ ପର୍ଯ୍ୟନ୍ତ ପାଳନ ବ୍ରହ୍ମଚର୍ଯ୍ୟକୁ ନିମ୍ନ ବ୍ରହ୍ମଚର୍ଯ୍ୟ, ୪୪ ବର୍ଷ ପର୍ଯ୍ୟନ୍ତ ପାଳନ ବ୍ରହ୍ମଚର୍ଯ୍ୟକୁ ମଧ୍ୟମ ବ୍ରହ୍ମଚର୍ଯ୍ୟ ଓ ୪୮ ବର୍ଷ ପର୍ଯ୍ୟନ୍ତ ପାଳନ ବ୍ରହ୍ମଚର୍ଯ୍ୟକୁ ଉତ୍ତମ ବ୍ରହ୍ମଚର୍ଯ୍ୟ କୁହାଯାଏ। ବିବାହ ପୂର୍ବରୁ କନ୍ୟା ଅତି କମ୍‌ରେ ୧୭ ବର୍ଷ ପର୍ଯ୍ୟନ୍ତ ଓ ପୁରୁଷ ୨୪ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଆବଶ୍ୟକ। ବ୍ରହ୍ମଚର୍ଯ୍ୟ ଶିକ୍ଷା ପ୍ରାରମ୍ଭରୁ ପିତା ଓ ମାତା ତଥା ଗୁରୁକୁଳରେ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଦାନ କରିବା ଆବଶ୍ୟକ। ଶତପଥ ବ୍ରାହ୍ମଣରେ ଉଲ୍ଲେଖ ଅଛି- ‘ମାତୃମାନ, ପିତୃମାନ, ଆଚାର୍ଯ୍ୟବାନ ପୁରୁଷୋତ୍ତମ ବେଦଃ’ ଅର୍ଥାତ୍‌ ଯେଉଁ ବ୍ୟକ୍ତିକୁ ମାତା, ପିତା ଓ ଆଚାର୍ଯ୍ୟ ଭଳି ଗୁରୁ ମିଳିଥାଏ ସେ ଜ୍ଞାନୀ ହୁଏ। ବ୍ରହ୍ମଚର୍ଯ୍ୟ ପାଳନ ପଶ୍ଚାତ୍‌ ବିବାହ କଲେ ଉତ୍ତମ ସନ୍ତାନ ପ୍ରାପ୍ତି ହୁଏ। ‘ବ୍ରହ୍ମଚର୍ଯ୍ୟେଣ କନ୍ୟା ଯୁବନାଂ ବିନ୍ଦତେ ପତିମ୍‌।’ (ଅଥର୍ବ କାଣ୍ଡ-୧୧, ମନ୍ତ୍ର-୧୮) ଅର୍ଥାତ୍‌ ନାରୀ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ବେଦାଧ୍ୟୟନ ସମାପ୍ତ କରି ଯୁବପିଢ଼ିଙ୍କୁ ବରଣ କରିବେ। ସେଥିପାଇଁ ବ୍ରହ୍ମଚର୍ଯ୍ୟ ପାଳନ ମଧ୍ୟ ସ୍ତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ।
ଉପରୋକ୍ତ ବେଦମନ୍ତ୍ର ମାଧ୍ୟମରେ ଋଷି ମାନବ ସମାଜକୁ ଉପଦେଶ ଦେଇ କହିଛନ୍ତି- ଯେଉଁ ବ୍ୟକ୍ତି ନିଜର ବୀର୍ଯ୍ୟକୁ ଇନ୍ଦ୍ରିୟ ସୁଖରେ ନଷ୍ଟ ନ କରି, ଈଶ୍ୱରଙ୍କ ଆଶ୍ରିତ ହୋଇ, ପିତା, ମାତା ଓ ଗୁରୁଙ୍କ ସହାୟତାରେ ଆଜନ୍ମରୁ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରି, ମନରେ ଶୁଭ ସଂକଳ୍ପ ନେଇ ସୁବର୍ଣ୍ଣରୂପୀ ‘ଓଜ’ ଶକ୍ତିକୁ ଧାରଣ କରି ରମଣୀୟ ଜୀବନ ଅତିବାହିତ କରନ୍ତି, ଈଶ୍ୱର ତାଙ୍କୁ ଆୟୁ, ଯଶ, ବଳ ପ୍ରଦାନ କରି ଦୀର୍ଘାୟୁ କରିଥାଆନ୍ତି। ଶାରୀରିକ ବଳ ଓ ମାନସିକ ଦୃଢ଼ତା ବଳରେ ଶତ୍ରୁମାନଙ୍କୁ ପରାଜିତ କରି, ସଂସାରର ସମସ୍ତ ଜୀବ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇ ସମସ୍ତ ଐଶ୍ୱର୍ଯ୍ୟପ୍ରାପ୍ତ କରିଥାଆନ୍ତି। ଏହା ହେଉଛି ବ୍ରହ୍ମଚର୍ଯ୍ୟ ପାଳନରୁ ମିଳିଥିବା ସୁଫଳ- ଯାହା ମୁନିଋଷିମାନେ ବେଦରେ ବର୍ଣ୍ଣନା କରିଛନ୍ତି।
ସେବା ନିବୃତ୍ତ ଚିକିତ୍ସା ନିର୍ଦ୍ଦେଶକ
ଭାରତୀୟ ରେଳ ସ୍ବାସ୍ଥ୍ୟ ସେବା
ଭୁବନେଶ୍ୱର
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri