ଝାରସୁଗୁଡ଼ାରେ ଦ୍ୱିତୀୟ ଏନ୍‌ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର

ଝାରସୁଗୁଡ଼ା ଅଫିସ,୮ା୧୦: ଆକାଶ ବାହିନୀ ଦିବସ ଅବସରରେ ଶୁକ୍ରବାର ଝାରସୁଗୁଡ଼ାରେ ରାଜ୍ୟର ୨ୟ ଏନ୍‌ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ସ୍ଥାନୀୟ ମାଳିମୁଣ୍ଡାସ୍ଥିତ ଷ୍ଟାଡିୟମରେ ଏହାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି। ରାଜ୍ୟ ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ କମାଣ୍ଡର ସୋମେନ ବାନାର୍ଜୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା ା ସେହିପରି ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲେଜରେ ଏହାର ଏକ ଶାଖା ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି। ଏହାକୁ ଏନ୍‌ସିସି ମୁଖ୍ୟ କମାଣ୍ଡର ବାନାର୍ଜୀ ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ରରେ ପଶ୍ଚିମ ଓଡ଼ିଶା ସମତେ ୧୭ ଜିଲାର ଛାତ୍ରୀଛାତ୍ର ପ୍ରଶିକ୍ଷଣ ଗ୍ରହଣ କରିବେ। ପ୍ରଶିକ୍ଷଣ ପରେ ସେମାନେ ଏୟାର ଫୋର୍ସରେ ନିଯୁକ୍ତି ପାଇପାରିବେ ବୋଲି କୁହାଯାଇଛି। ପୂର୍ବରୁ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଆଉ ଏକ ଏନ୍‌ସିସି ଏୟାର ଓ୍ବିଙ୍ଗ୍‌ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରିଥିଲେ। ଏହି ପ୍ରକ୍ରିୟା ୨୦୧୪-୧୫ରୁ ଆରମ୍ଭ ହୋଇଥିବାବେଳେ ଦୀର୍ଘ ୭ବର୍ଷ ପରେ ଏହା ସମ୍ଭବପର ହୋଇପାରିଛି ା ରାଜ୍ୟରେ ୨ୟ ବିମାନ ବନ୍ଦର ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବାରୁ ଏଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଅନୁମତି ସତ୍ତ୍ୱେ ଗଡ଼ିଲା ନାହିଁ ବସ୍‌

କଟକ ଅଫିସ, ୧୭ା୭: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ ସ୍ୱାଭାବିକ ହୋଇଥାନ୍ତା। ତେବେ କଟକ ବାଦାମବାଡି ଅଞ୍ଚଳରୁ ସକାଳୁ ଗୋଟିଏ...

ଗୋହିରିଆପଡ଼ା ଗ୍ରାମରେ ଅସବର୍ଣ୍ଣ-ସବର୍ଣ୍ଣ ବିବାଦ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅସବର୍ଣ୍ଣ ପରିବାର

ନୟାଗଡ଼ ଅଫିସ,୬ା୭: ନୟାଗଡ଼ ଜିଲା ଫତେଗଡ଼ ଥାନା ଗୋହିରିଆପଡ଼ା ଗ୍ରାମରେ ଅସବର୍ଣ୍ଣ ସବର୍ଣ୍ଣ ବିବାଦ ଦେଖାଦେଇଛି। ସବର୍ଣ୍ଣ ଲୋକମାନେ ଅସବର୍ଣ୍ଣ ଲୋକମାନଙ୍କୁ ଆକ୍ରମଣ କରିଥିଲେ ମଧ୍ୟ...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟା ୧୫ ମିନିଟ୍‌ରେ ଲୋକସେବା ଭବନରେ ଏହା ଅନୁଷ୍ଠିତ...

ମିଳିତ ଗବେଷଣା ପାଇଁ ଆଇଆଇଟି ଓ ଏମ୍‌ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୭ା୧(ବ୍ୟୁରୋ)- ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ଓ ଅଲ୍‌୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍‌ସ) ମଧ୍ୟରେ ସୋମବାର ଏକ...

ଆଜି ଆଉ ୧୦ ଜୀବନ ନେଲା କରୋନା, ଏହି ଜିଲାରୁ ଅଛନ୍ତି ସର୍ବାଧିକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

କୁଶଭଦ୍ରାରେ ପ୍ରଥମ ବନ୍ୟାଜଳ ପ୍ରବାହିତ

ଗୋପ,୧୫।୮(ଡି.ଏନ୍‌.ଏ): ପୁରୀ ଜିଲାରେ ପ୍ରବାହିତ କୁଶଭଦ୍ରା ନଦୀରେ ପ୍ରଥମ ବନ୍ୟାଜଳ ଆସିଥିବାବେଳେ ଗୋପ ବ୍ଲକ ଅଞ୍ଚଳ ନଦୀ କୂଳିଆ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

କଳା ଦିବସ ପାଳନ କଲା କୁଡୁମୀ ସେନା

ବାରିପଦା ଅଫିସ,୬ା୯: ୧୯୫୦ମସିହା ସେପ୍ଟେମ୍ବର ୬ତାରିଖ ଦିନ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଅନୁସୂଚିତ ଜାତିରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଶୁକ୍ରବାର ମୟୂରଭଞ୍ଜ କୁଡୁମୀ ସେନା...

ସୌମ୍ୟ ଆତ୍ମହତ୍ୟା ଘଟଣା: ସୋନାଲିଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ହତ୍ୟା ଘଟଣାରେ ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ହାଇକୋର୍ଟଙ୍କ...

Advertisement
Archives

Model This Week