ଦ୍ୱିତୀୟ ଡୋଜ୍‌ ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟରେ ଟିକା ଅଭାବ ଯୋଗୁ ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ହିତାଧିକାରୀ ଟିକାକରଣରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଏବେ ଦ୍ୱିତୀୟ ଡୋଜ୍‌ ହିତାଧିକାରୀଙ୍କୁ ପ୍ରାଥମିକତା ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ନେଇ ସୋମବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏପ୍ରିଲ ୨୯ ସୁଦ୍ଧା ରାଜ୍ୟରେ ୮,୯୦,୯୧୮ ହିତାଧିକାରୀ (ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ ବର୍ଷ ଓ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି) ଟିକା ନେଇ ପାରି ନାହାନ୍ତି। କେନ୍ଦ୍ର ସରକାରଙ୍କ ସୀମିତ ଟିକା ଯୋଗାଣ ଯୋଗୁ ଏ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁମାନେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି, ତାହାର ତାଲିକା କରିବାକୁ କୁହାଯାଇଛି। ପ୍ରଥମେ ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ଦିଆଯିବ। ଏହାପରେ ଯଦି ଟିକା ବଳିବ ତେବେ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇପାରିବ। ଏହାପରେ ଯଦିବି ଟିକା ବଳେ ତେବେ ଅନ୍ୟ ବର୍ଗର ହିତାଧିକାରୀଙ୍କୁ ଟିକା ଦେବା ପାଇଁ ସେ ଚିଠିରେ ଲେଖିଛନ୍ତି।

ସରକାରୀ ହସ୍ପିଟାଲରେ ନେଇହେବ ଦ୍ୱିତୀୟ ଡୋଜ୍‌ ଟିକା

ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ତେଣୁ ମେ’ ୧ରୁ ଘରୋଇ ହସ୍ପିଟାଲକୁ ଆଉ ରାଜ୍ୟ ସରକାର ଟିକା ଦେଉନାହାନ୍ତି। କେନ୍ଦ୍ର ସରକାରଙ୍କ ନିୟମାନୁସାରେ, ଏଣିକି ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଟିକା ଉପତ୍ାଦନକାରୀ ସଂସ୍ଥାଠାରୁ ଆଣିପାରିବେ। ଏହି ଆଧାରରେ ଯେଉଁମାନେ ଏବେ ଘରୋଇ ହସ୍ପିଟାଲରେ ଟିକା ନେବେ ଧାର୍ଯ୍ୟ ମୂଲ୍ୟ ଦେବାକୁ ପଡିବ। ତେବେ ଯେଉଁମାନେ ପ୍ରଥମ ଡୋଜ୍‌ ଘରୋଇ ହସ୍ପିଟାଲରେ ନେଇଛନ୍ତି, ସେମାନେ ଚାହିଁଲେ ସରକାରୀ ହସ୍ପିଟାଲରେ ଦ୍ୱିତୀୟ ଡୋଜ୍‌ ଟିକା ମାଗଣାରେ ନେଇପାରିବେ। ଯେଉଁମାନେ ଏପ୍ରିଲ ୩୦ ଏବଂ ଏହା ପୂର୍ବରୁ ପ୍ରଥମ ଡୋଜ୍‌ ଘରୋଇ ହସ୍ପିଟାଲରେ ନେଇଛନ୍ତି, ସେମାନଙ୍କୁ କେବଳ ସରକାରୀ ହସ୍ପିଟାଲରେ ଦ୍ୱିତୀୟ ଡୋଜ୍‌ ନେବାକୁ ଅନୁମତି ମିଳିବ। ଏହି ନିର୍ଦ୍ଦେଶକୁ ନିଜ ଜିଲାରେ ପାଳନ କରିବା ପାଇଁ ସୋମବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri