ଅନ୍ୟ ଗ୍ରହରେ ଜୀବନ ସନ୍ଧାନ

”ମହାକାଶ ବିଜ୍ଞାନୀମାନଙ୍କ ମଧ୍ୟରୁ କେତେକ ‘ବାସୋପଯୋଗୀ ମଣ୍ଡଳ’ ତତ୍ତ୍ୱ ଅନୁସରଣ କରି ଆମ ସୌରଜଗତ ବାହାରେ ଅନ୍ୟ ନକ୍ଷତ୍ର ମଣ୍ଡଳରେ ‘ଗୋଲଡି ଲକ୍‌ ଜୋନ୍‌’ ଓ ସେଥିରେ ପୃଥିବୀ ପରି ଘୂର୍ଣ୍ଣାୟମାନ ଗ୍ରହର ସନ୍ଧାନ କରୁଛନ୍ତି। ସେଥିପାଇଁ ସେମାନେ ଉନ୍ନତ ଟେଲିସ୍କୋପ୍‌ ଓ ଟ୍ରାନଜିଷ୍ଟିଙ୍ଗ ଏକ୍‌ସେପ୍ଳାନେଟ୍‌ ସର୍ଭେ ସାଟେଲାଇଟ୍‌ (TESS) ବ୍ୟବହାର କରି ଆବିଷ୍କୃତ ଗ୍ରହର ପୃଷ୍ଠ ଭାଗରେ ତରଳ ଜଳ ଖୋଜୁଛନ୍ତି।“

ଜ୍ୟୋତିର୍ବିଜ୍ଞାନୀ ଓ ମହାକାଶ ବିଜ୍ଞାନୀମାନେ ଆମ ସୌରମଣ୍ଡଳର ଅନ୍ୟ କୌଣସି ଗ୍ରହରେ ବା ଗ୍ରହମାନଙ୍କ ଚାରିପଟେ ଘୂରୁଥିବା ଚନ୍ଦ୍ର ସଦୃଶ ଉପଗ୍ରହରେ କିମ୍ବା ନୀହାରିକାର ଅନ୍ୟ କୌଣସି ସୌରଜଗତରେ ‘ବାସୋପଯୋଗୀ ମଣ୍ଡଳ’ର ସନ୍ଧାନ ‘ନାସା’, ‘ଇସ୍ରୋ’, ‘ଏଗା’ (ୟୁରୋପିୟାନ ସ୍ପେଶ ଏଜେନ୍ସି) ବା ଜାପାନର ‘ଜାକ୍ସା’ ଆଦି ମହାକାଶ ଗବେଷଣା ସଂସ୍ଥା ଜରିଆରେ ପ୍ରୟାସ ଜାରି ରଖିଛନ୍ତି। ବାସୋପଯୋଗୀ ମଣ୍ଡଳର ତାପମାତ୍ରା ହିମାଙ୍କଠାରୁ କମ୍‌ ନୁହେଁ ବା ସ୍ପୁଟନାଙ୍କଠାରୁ ବେଶି ନୁହେଁ। ହିମାଙ୍କଠାରୁ କମ୍‌ ହେଲେ ତରଳ ଜଳ ହିମଖଣ୍ଡରେ ପରିଣତ ହୋଇଯିବ। ସେହିପରି ସ୍ପୁଟନାଙ୍କଠାରୁ ଅଧିକ ହେଲେ ଏହା ବାଷ୍ପୀଭୂତ ହୋଇଯିବ। ଏହି ବାସୋପେଯୋଗୀ ମଣ୍ଡଳକୁ ‘ଗୋଲ୍ଡି ଲକ୍‌ସ’ ଜୋନ୍‌ କୁହାଯାଏ, ଯାହାର ତାପମାତ୍ରା ଜୀବନର ଉନ୍ମେଷ ପାଇଁ ଉପଯୋଗୀ। ଆମ ପୃଥିବୀ ପରି ଏଠି ଜୀବସତ୍ତା ରହିଥିବ ଅଥବା ଅନୁକୂଳ ପରିସ୍ଥିତିରେ ଏହି ଗ୍ରହରେ ଜୀବନର ଅଭ୍ୟୁଦୟ ଘଟିବା ସମ୍ଭବ ହେବ। ଯଦି ଭବିଷ୍ୟତରେ ନିହାତି ଆବଶ୍ୟକ ପଡେ ବା ପରିସ୍ଥିତି ସୃଷ୍ଟି ହୁଏ, ତେବେ ପୃଥିବୀକୁ ପରିତ୍ୟାଗ କରି ସେଠାକୁ ପଳାଇ ଯାଇ ବସତି ସ୍ଥାପନ କରିହେବ-ଏହାହିଁ ବୈଜ୍ଞାନିକମାନଙ୍କର ଚିନ୍ତାଧାରା।
ମହାକାଶ ବିଜ୍ଞାନୀମାନଙ୍କ ମଧ୍ୟରୁ କେତେକ ‘ବାସୋପଯୋଗୀ ମଣ୍ଡଳ’ ତତ୍ତ୍ୱ ଅନୁସରଣ କରି ଆମ ସୌରଜଗତ ବାହାରେ ଅନ୍ୟ ନକ୍ଷତ୍ର ମଣ୍ଡଳରେ ‘ଗୋଲଡି ଲକ୍‌ ଜୋନ୍‌’ ଓ ସେଥିରେ ପୃଥିବୀ ପରି ଘୂର୍ଣ୍ଣାୟମାନ ଗ୍ରହର ସନ୍ଧାନ କରୁଛନ୍ତି। ସେଥିପାଇଁ ସେମାନେ ଉନ୍ନତ ଟେଲିସ୍କୋପ୍‌ ଓ ଟ୍ରାନଜିଷ୍ଟିଙ୍ଗ ଏକ୍‌ସେପ୍ଳାନେଟ୍‌ ସର୍ଭେ ସାଟେଲାଇଟ୍‌ (TESS) ବ୍ୟବହାର କରି ଆବିଷ୍କୃତ ଗ୍ରହର ପୃଷ୍ଠ ଭାଗରେ ତରଳ ଜଳ ଖୋଜୁଛନ୍ତି। କେବଳ ତରଳ ଜଳ ରହିଲେ ଯେ ଜୀବସତ୍ତାର ଉନ୍ମେଷ ସମ୍ଭବ ହୋଇପାରିବ ତା’ ନୁହେଁ, ସେହି ବାୟୁମଣ୍ଡଳ ଥିବା ଦରକାର ; ଯେଉଁଠି ଜୀବନର ଉନ୍ମେଷ ପାଇଁ ନାଇଟ୍ରୋଜେନ୍‌ ବା ଯବକ୍ଷାରଜାନ ଥିବ। ଅନ୍ୟ କେତେକ ମହାକାଶବିଜ୍ଞାନୀ ଆମ ସୌରମଣ୍ଡଳରେ ଥିବା ଅନ୍ୟ ଗ୍ରହରେ ଜୀବନର ସମ୍ଭାବନା ସ୍ଥିତି ପରଖୁଛନ୍ତି। ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ, ବୈଜ୍ଞାନିକମାନେ ଯେଉଁ କେତେକ ବହିଃ ସୌରଜଗତର ସନ୍ଧାନ ପାଇଛନ୍ତି, ତନ୍ମଧ୍ୟରୁ ‘ଜାର୍ମିଦା’ ସବୁଠାରୁ ଅଧିକ ସମ୍ଭାବନାମୟ ବାସୋପଯୋଗୀ ଗ୍ରହ ବୋଲି ଚିନ୍ତା କରାଯାଉଥିଲା। କିନ୍ତୁ ୨୦୧୦ ଅକ୍ଟୋବରରେ କେତେକ ଜ୍ୟୋତର୍ବିଜ୍ଞାନୀ ମତ ପ୍ରକାଶ କଲେ ଯେ, ଜାର୍ମିନା ଗ୍ରହରେ ଯାହା ଆଶା କରାଯାଉଛି ତାହା ଅନେକଟା ଅବାଞ୍ଛିତ ପରିକଳ୍ପନା।
୨୦୧୩ ଡିସେମ୍ବରରେ ଜ୍ୟୋତିର୍ବିଜ୍ଞାନୀ ସାରଟୋକ୍‌ର ଆମେରିକାନ୍‌ କଂଗ୍ରେସର ବିଜ୍ଞାନୀ, ମହାକାଶ ଓ ବୈଷୟିକ କମିଟିକୁ ଜଣାଇଥିଲେ ଯେ, ‘ନାସା’ର ‘କେପଲର’ ଦୂରବୀକ୍ଷଣ ଯନ୍ତ୍ର ଆମର ସୌରମଣ୍ଡଳ ବାହାରେ ଯଦି ଏମିତି ଏକାଧିକ ଗ୍ରହଙ୍କୁ ଠାବ କରାଯାଇପାରିଛି, ଯେଉଁଠି ଜୀବସତ୍ତା ଥିବାର ସମ୍ଭାବନା ଉଜ୍ଜ୍ୱଳ। ୨୦୧୫ ଜୁଲାଇରେ ଅନ୍ୟ ଏକ ଖବର ପ୍ରକାଶ ପାଇଥିଲା ଯେ ଆମ ସୌରମଣ୍ଡଳର ନିକଟତମ ନକ୍ଷତ୍ର ହେଉଛି ‘ପ୍ରକ୍‌ସିମା ସେଣ୍ଟାଓ୍ବରି’ ବା ‘ଆଲଫା ସେଣ୍ଟାଓ୍ବାରି’। ସେହି ନାମରେ ନକ୍ଷତ୍ରର ବାସୋପଯୋଗୀ ଜୋନ୍‌ରେ ପୃଥିବୀ ଆକୃତିର ଗୋଟିଏ ଗ୍ରହ ପରିକ୍ରମଣ କରୁଛି ବୋଲି ୨୦୧୬ ଅଗଷ୍ଟରେ ଜଣାପଡିଲା। ଏହି ଗ୍ରହର ଜୀବନକୁ ସୁହାଇଲା ଭଳି ଅନେକ ଉପାଦାନ ରହିଛି, କିନ୍ତୁ ଏହି ନକ୍ଷତ୍ର ମଣ୍ଡଳ ମଧ୍ୟ ଆମ ପୃଥିବୀଠାରୁ ୪.୨୪ ଆଲୋକବର୍ଷ ଦୂରରେ ରହିଛି। ୧୯୧୮ ମସିହାରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’, ଆମ ସୌରମଣ୍ଡଳ ବାହାରେ ସୂର୍ଯ୍ୟପରି ଏକ ବାମନ ନକ୍ଷତ୍ର ଚାରିପଟେ ସାତଗୋଟି ପୃଥିବୀ ଆକୃତିର ଗ୍ରହ ପରିକ୍ରମଣ କରୁଥିବା ଆବିଷ୍କାର କରି ସୂଚନା ଦେଲେ। ତନ୍ମଧ୍ୟରୁ ତିନୋଟି ଗ୍ରହ ବାସୋପଯୋଗୀ ହୋଇଥିବାର ଜଣାପଡୁଛି ଏବଂ ସେଠି ହୁଏତ ଜୀବସତ୍ତାର ବିକାଶ ଘଟିଥାଇପାରେ ଅବା ଘଟିବାର ସମ୍ଭାବନା ରହିଛି। ଏହି ଗ୍ରହପୁଞ୍ଜ ମଧ୍ୟ ଆମ ପୃଥିବୀଠାରୁ ୪୦ ଆଲୋକବର୍ଷ ଦୂରରେ ଅଛି। ମହାଶୂନ୍ୟରେ ଆଲୋକ ରଶ୍ମି ଯେତେଦୂର ଗତି କରିପାରିବ, ତାହାହିଁ ଏକ ଆଲୋକବର୍ଷର ଦୂରତା।
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ବିଗତ ଦଶ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସୌରମଣ୍ଡଳ ବାହାରେ ବାସୋପଯୋଗୀ ଗ୍ରହର ଅନୁସନ୍ଧାନ ଜାରି ରଖିଛନ୍ତି। ୨୦୨୩ ଜାନୁୟାରୀରେ ‘ନାସା’ର ଏକ ମିଶନ ମହାକାଶରେ ଅବିକଳ ପୃଥିବୀ ସଦୃଶ ଏକ ଗ୍ରହ ଚିହ୍ନଟ କରିଛନ୍ତି। ଟ୍ରାନ୍‌ଜିଟିଂ ଏକସୋପ୍ଲାନେଟ୍‌ ସର୍ଭେ ସାଟେଲାଇଟ୍‌ର ସହଯୋଗରେ ଠାବ କରାଯାଇଥିବା ଏହି ଗ୍ରହର ନାମ ରଖାଯାଇଛି ‘ଟିଓଆର ୭୦୦-ଇ’। ଯେଉଁ ନକ୍ଷତ୍ର ଚାରିପଟେ ଏହି ଗ୍ରହ ପରିକ୍ରମଣ କରୁଛି, ଉକ୍ତ ନକ୍ଷତ୍ରର ବାସୋପଯୋଗୀ ମଣ୍ଡଳ ମଧ୍ୟରେ ରହିଛି। ଏହାର ଆକୃତି ଆମ ପୃଥିବୀର ୯୦ ପ୍ରତିଶତ ଏବଂ ପ୍ରତି ଦଶ ଦିନରେ ଥରେ ମୂଳ ନକ୍ଷତ୍ରକୁ ପ୍ରଦକ୍ଷିଣ କରେ। କେବଳ ଆକାର ନୁହେଁ, ବରଂ ଭୌଗଳିକ ଗଠନ ଦୃଷ୍ଟିରୁ ମଧ୍ୟ ପୃଥିବୀ ସହିତ ଏହି ନୂତନ ଗ୍ରହର ସାମଞ୍ଜସ୍ୟ ରହିଛି। ଏହି ଗ୍ରହର ପୃଷ୍ଠଭାଗ ପଥୁରିଆ ଏବଂ ଏଠାରେ ତରଳ ଜଳନ ସନ୍ଧାନ ମିଳିପାରେ ବୋଲି ଆଶା କରାଯାଇଛି। ଏହି ସବୁ କାରଣରୁ ‘ଟିଓଆର୍‌ ୭୦୦-ଇ’ରେ ଜୀବସତ୍ତା ସମ୍ଭବ ବୋଲି ବିଶେଷଜ୍ଞଙ୍କ ମତ।
ଅନ୍ୟପକ୍ଷରେ ଆମ ସୌରମଣ୍ଡଳର ଅନ୍ୟ ଗ୍ରହଗୁଡ଼ିକ ଜୀବସତ୍ତା ଉନ୍ମେଷ ହେବାର ସମ୍ଭାବନା ଅଛି କି ନାହିଁ ତା’ର ଅନୁସନ୍ଧାନ ଜାରି ରଖିଛନ୍ତି। ପୃଥିବୀର ଉପଗ୍ରହ ଚନ୍ଦ୍ର ଏକ ଶୁଷ୍କ ଓ ମୃତ ଉପଗ୍ରହ। ଏଠାରେ ପ୍ରାକୃତିକ ଉପାୟରେ ଜୀବସତ୍ତା ବିକଶିତ ହେବାର ସମ୍ଭାବନା ନାହିଁ। ହୁଏତ କୃତ୍ରିମ ଉପାୟରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଅନ୍ୟ ଗ୍ରହକୁ ଯିବା ନିମନ୍ତେ ଚନ୍ଦ୍ରରେ ‘ସ୍ପେଶ ଷ୍ଟେଶନ’ କରାଯାଇପାରେ। ଶୁକ୍ର ଗ୍ରହର ଭୂପୃଷ୍ଠ ତାପମାତ୍ର ୪୬୨ ଡିଗ୍ରୀ ସେଣ୍ଟିଗ୍ରେଡ ହୋଇଯାଏ, ଯାହା ଜୀବସତ୍ତାର ବିକାଶ ପାଇଁ ଆଦୌ ଅନୁକୂଳ ନୁହେଁ। କିନ୍ତୁ ‘ନାସା’ର ସୂତ୍ରକୁ ଉଦ୍ଧାର କରି ‘ଡାଉନ ଟୁ ଆର୍ଥ’ ପତ୍ରିକାରେ ୨୦୧୭ ସେପ୍ଟେମ୍ବର ମାସରେ ଖବର ପ୍ରକାଶ ପାଇଥିଲା ଯେ, ପ୍ରାୟ ଦୁଇଶହ କୋଟି ବର୍ଷ ପୂର୍ବେ ଶୁକ୍ର ଗ୍ରହରେ ମଧ୍ୟ ଜୀବନ ବିକାଶ ଓ ଉନ୍ମେଷ ନିମନ୍ତେ ସହାୟକ ଉତ୍ତାପ ଥିଲା, କାରଣ ସେତେବେଳେ ସୂର୍ଯ୍ୟଙ୍କର ଉଜ୍ଜ୍ୱଳତା ଯଥେଷ୍ଟ କମ୍‌ ଥିଲା। ଶୁକ୍ର ଆକାଶରେ ମେଘ ଥିଲା ଏବଂ ସାମୟିକ ଭାବେ ବରଫପାତ ହେଉଥିଲା। (କ୍ରମଶଃ..)

ଡା. ବିଜୟ କେତନ ପଟ୍ଟନାୟକ
-ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଓଡ଼ିଶା
ମୋ: ୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?