ଭିମ୍‌ସାର ପ୍ରିନ୍ସିପାଲଙ୍କ ଅଫିସ ସିଲ୍‌

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍‌ସାର ପ୍ରିନ୍ସିପାଲଙ୍କ ଅଫିସ ଶୁକ୍ରବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ତାଲା ପକାଇ ସିଲ୍‌ କରିଦେଇଛି। ଭିମ୍‌ସାରରେ ପୂର୍ବରୁ କାମ କରୁଥିବା ସୁଇପର (ଚତୁର୍ଥଶ୍ରେଣୀ କର୍ମଚାରୀ)ଙ୍କ ମାମଲାର ଶୁଣାଣି କରି ସୋନପୁର ସିନିୟର ସିଭିଲ କୋର୍ଟ ଅଫିସ ସିଲ୍‌ କରି ସମସ୍ତ ସାମଗ୍ରୀ ଜବତ କରିବାକୁ ରାୟ ଶୁଣାଇଥିଲେ। ସମ୍ବଲପୁର କୋର୍ଟର ନିଜାରତଙ୍କୁ ଜାନୁୟାରୀ ୨୪ ଭିତରେ ପଦକ୍ଷେପ ଗ୍ରହଣ କରି ସ୍ଥିତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଅଫିସ କାର୍ଯ୍ୟ ଚାଲିଥିବା ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବାହାରକୁ ଆସିବାକୁ କହି ଅଫିସ ସିଲ୍‌ କରି ଦିଆଯାଇଥିଲା। ଏଥିରେ ପ୍ରିନ୍ସିପାଲଙ୍କ ବ୍ୟକ୍ତିଗତ ଚାମ୍ବର ସହ ଭିମ୍‌ସାର ପ୍ରଶାସନିକ ବିଭାଗ ରହିଛି।
ମିଳିଥିବା ରିପୋର୍ଟ ଅନୁସାରେ ଭିମ୍‌ସାର କଲେଜରେ ଅସ୍ଥାୟୀ ଭାବେ ସୁଇପରମାନେ କାମ କରୁଥିଲେ। ୨୦୧୦ରେ କୌଣସି କାରଣରୁ ୨୨ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅସ୍ଥାୟୀ କର୍ମଚାରୀ ଏ ନେଇ ପ୍ରଥମେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ପରେ ସେମାନେ ସମ୍ବଲପୁର ଶ୍ରମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେବତିକାନ୍ତ କଲେତ, କ୍ଷୀରୋଦ କୁମାର ସାହୁ, ଶମ୍ଭୁନାଥ ସାହୁ ନ୍ୟାୟ ପାଇଁ ନ୍ୟାୟପାଳିକାର ଆଶ୍ରୟ ନେଇଥିଲେ। କୋର୍ଟ ୨୦୧୬ରେ ରାୟ ଶୁଣାଇ ସେମାନଙ୍କୁ ଚାକିରି ଦେବାକୁ କହିଥିଲେ। ଏହା ସହ ରେବତୀ ଓ କ୍ଷୀରୋଦଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏ ଏବଂ ଶମ୍ବୁନାଥଙ୍କୁ ୨୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଭିମ୍‌ସାର ପକ୍ଷରୁ କ୍ଷତିପୂରଣ ଦିଆଗଲା ନାହିଁ। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚତ୍ଥିଲା। ହାଇକୋର୍ଟ ମାମଲାର ଶୁଣାଣି ପାଇଁ ସମ୍ବଲପୁର ସିନିୟର ସିଭିଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିନେଇ ଆନ୍ଦୋଳନ ଚାଲିଥିବାରୁ ମାମଲା ସୋନପୁର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଭିମ୍‌ସାର ଓ ଅନ୍ୟପକ୍ଷ ସୋନପୁର କୋର୍ଟରେ ନିଜ ପକ୍ଷ ରଖୁଥିଲେ। ବିଳମ୍ବ ହେବାରୁ ପୁଣି ହାଇକୋର୍ଟରେ ୩ ଜଣ କର୍ମଚାରୀ ଆବେଦନ କରିଥିଲେ। ୩ ମାସ ଭିତରେ ମାମଲା ଶୁଣାଣି କରିବାକୁ ହାଇକୋର୍ଟ ସୋନପୁର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୨୧ରେ ସୋନପୁର ସିନିୟର ଡିଭିଜନ କୋର୍ଟ ରାୟ ଶୁଣାଇଥିଲେ। ଏ ନେଇ ସମ୍ବଲପୁର କୋର୍ଟକୁ ଚିଠି କରାଯାଇଥିଲା। ଜାନୁୟାରୀ ୨୪ ଭିତରେ ଅଫିସ ସିଲ୍‌ କରି ସାମଗ୍ରୀ ଯଥା କମ୍ପ୍ୟୁଟର, ପ୍ରିଣ୍ଟର, ୨ ଗୋଟି ଗାଡି, ଟେବୁଲ ଆଦି ଜବତ କରିବାକୁ ଚିଠିରେ ଉଲ୍ଲେଖ ହୋଇଥିଲା। ଏ ସମ୍ପର୍କରେ ଭିମ୍‌ସାର ଲିଗାଲ ସେଲ୍‌ ଅଧିକାରୀ ଅଶୋକ ପାଣିଗ୍ରାହୀ କହିଛନ୍ତି, ଶ୍ରମିକମାନେ ସପ୍ତାହରେ ୨ଦିନ କାମ କରୁଥିଲେ। ସେ ସମୟରେ ନିଯୁକ୍ତି ପ୍ରକ୍ରିୟାରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାକୁ ନେଇ ଅନେକ କର୍ମଚାରୀ କରିଥିବା ମାମଲାରେ ଭିମ୍‌ସାର ସପକ୍ଷରେ ରାୟ ପ୍ରକାଶ ପାଇଛି। କୋର୍ଟଙ୍କ ରାୟକୁ ସ୍ବାଗତ କରୁଛୁ। ହେଲେ କୋଭିଡ୍‌ ସମୟରେ ବିନା ନୋଟିସରେ ହଠାତ୍‌ ସିଲ୍‌ କରିଦେବା ଠିକ୍‌ ନୁହେଁ। ଆମର ହାଇକୋର୍ଟରେ ମାମଲା ଜାରି ରହିଛି। ଶୀଘ୍ର ଶୁଣାଣି କରିବାକୁ ପୁଣି ଅନୁରୋଧ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri