ପୁଣି କୂଳ ଲଙ୍ଘିଲା ସମୁଦ୍ର, ଭୟଭୀତ ଅବସ୍ଥାରେ ଗ୍ରାମବାସିନ୍ଦା

ଛତ୍ରପୁର ୩୧।୭(ଦିଲ୍ଲୀପ ସାମଲ): ଦିନକୁ ଦିନ କୂଳ ଲଙ୍ଘିବାରେ ଲାଗିଛି ଆର୍ଯ୍ୟପଲ୍ଲୀ ସମୁଦ୍ର। ପୂର୍ବରୁ ଆର୍ଯ୍ୟପଲ୍ଲୀ ଗ୍ରାମଟି ସମୁଦ୍ର ଠାରୁ ୫ କି.ମି. ଦୂରରେ ରହିଥିବା ବେଳେ ବର୍ତ୍ତମାନ ତାହା ୫୦ ମିଟର ଦୂରରେ ରହିଛି । ଦିନକୁ ଦିନ ସମୁଦ୍ର କୂଳ ମାଡି ମାଡି ଆସୁଥିବା ବେଳେ ଗତକାଲି ରାତ୍ରରେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି ଏକ ସେଡ । ଏହା ସହ କେ. ଆର୍ଯ୍ୟପଲ୍ଲୀ ଠାରୁ ମେରାଇନ ରାସ୍ତାର ଅର୍ଦ୍ଧେକ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ଗ୍ରାମ ବାସିନ୍ଦା। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସମୁଦ୍ର ଉଗ୍ର ରୂପ ଧାରଣ କରିଥିବା ଯୋଗୁଁ କୂଳ ଖାଉଛି ସମୁଦ୍ର। ସମୁଦ୍ର ଉପକୂଳ ଅଂଚଳରେ ଥିବା ଆର୍ଯ୍ୟପଲ୍ଲୀ ଗ୍ରାମଟି କେବେ ନା କେବେ ସମୁଦ୍ର ମଧ୍ୟରେ ଲୀନ ହୋଇଯିବାର ଭୟ ଏବେ ଗ୍ରାମବାସୀଙ୍କୁ ଭୟଭୀତ କରିଛି । ପୂର୍ବରୁ ସମୁଦ୍ର କୂଳରେ ଥିବା ବିଭିନ୍ନ ଛୋଟ ଛୋଟ ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବେଳେ ଏବେ ଏକ ସେଡ ସହ ରାସ୍ତା ସମୁଦ୍ର କୂଳରେ ଲୀନ ହୋଇଯାଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଜିଲା ପ୍ରଶାସନକୁ ଦାବି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହି ଦାବି ନେଇ ପୂର୍ବରୁ ଜିଲାର ସମୁଦ୍ର କୂଳରେ ରହିଥିବା ସୋନପୁର ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ସମସ୍ତ ଗ୍ରାମବାସୀମାନେ ଆନ୍ଦୋଳନ ମଧ୍ୟ କରିଥିଲେ। ହେଲେ କୌଣସି ସୁଫଳ ମିଳିପାରିନଥିବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜି ରାସ୍ତା ଓ ସେଡଟି ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ଯୁଦ୍ଧକାଳୀନ ପରିସ୍ଥିତିରେ ପଥରବନ୍ଧ ନିର୍ମାଣ ଚାଲିଥିବା ବେଳେ ଏହା ପର୍ଯ୍ୟାପ୍ତ ହୋଇନଥିବା ଗ୍ରାମବାସୀମାନେ କହିଛନ୍ତି । ଏଣୁ ଯଥାଶୀଘ୍ର ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆର୍ଯ୍ୟପଲ୍ଲୀ ଗ୍ରାମଟି ଭାରତ ମାନଚିତ୍ରରୁ ଉଭେଇ ଯିବ ବୋଲି ମଧ୍ୟ ଗ୍ରାମବାସୀ ମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri