ଗହୀରମଥାରେ ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ପାଇଁ ବିଶ୍ୱ ପ୍ରସିଦ୍ଧ ଭାବେ ପରିଚିତ। ମହାନଦୀଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ୧୪୨୦ ବର୍ଗ କିଲୋମିଟର ପରିଧି ଓ କୁଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ପରିବ୍ୟାପ୍ତ। ପ୍ରାକୃତିକ ଶୋଭା ମଣ୍ଡନ କରିଥିବା ବିସ୍ତୀର୍ଣ୍ଣ ବାଲୁକା ରାଶି ପୂର୍ବ ଅପେକ୍ଷା ସମୁଦ୍ର ଗର୍ଭକୁ ଚାଲି ଗଲାଣି। ସେଥିମଧ୍ୟରୁ ଅଗରନାସୀ ୩ କିମି ବ୍ୟାପୀ ଥିବା ବାଲିସ୍ତୂପ ଓ ଝାଉଁ ଜଙ୍ଗଲ ତା’ର ସମ୍ପୂର୍ଣ୍ଣ ସତ୍ତା ହରାଇବାକୁ ବସିଛି। ଫଳରେ ସମୁଦ୍ର ଢେଉ ସିଧାସଳଖ ଜମ୍ବୁ, ତଣ୍ଡା, କନ୍ଦରାପାଟିଆ ଜଙ୍ଗଲକୁ ମାଡ଼ କରୁଛି ବୋଲି ଜମ୍ବୁର ମତ୍ସ୍ୟଜୀବୀ ଶକ୍ତି ପ୍ରସାଦ ମିର୍ଦ୍ଧା କହିଛନ୍ତି। ଅପରପକ୍ଷରେ ମାଦଳି, ଲଞ୍ଚଘୋଲା ବିଶାଳ ବାଲୁକା ପାହାଡ଼ ଓ ଝାଉଁ ଜଙ୍ଗଲକୁ ଆଜିକା ଦିନରେ ଧୀରେ ଧୀରେ ସମୁଦ୍ର ଗିଳିଲାଣି। ଆଉ କିଛି ବର୍ଷ ମଧ୍ୟରେ ଏହି ମାଦଳି ଓ ଲଞ୍ଚଘୋଲା ତା’ର ପୂର୍ବ ରୂପ ଓ ସୋନ୍ଦର୍ଯ୍ୟ ହରାଇବ, ଏଥିସହ ସମୁଦ୍ର ଲହଡ଼ି ଧୀରେ ଧୀରେ କୂଳକୁ ଗ୍ରାସ କରିବ ବୋଲି ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ, ସମରେନ୍ଦ୍ର ମାହାଳି, ୧୯୯୯ ମହାବାତ୍ୟାରେ ମାଦଳିଠାରୁ (ବୃହତ୍‌ ପଣ୍ୟ ବୋଝେଇ ଜାହାଜ ଦୁର୍ଘଟଣା ସ୍ଥାନ) ଅନତି ଦୂରରେ ଏକ ନୂଆ ମୁହାଣ ସୃଷ୍ଟି ହୋଇଛି। ଫଳରେ ସମୁଦ୍ରର ବଡ଼ ବଡ଼ ଲହଡ଼ି ସିଧାସଳଖ ଏହି ବିଶାଳ ବାଲୁକା ବେଳାଭୂମିରେ ମାଡ଼ ହେଉଛି। ଫଳରେ ଧୀରେ ଧୀରେ ବାଲୁକା ବେଳାଭୂମି ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି। ଏହି ବିଶାଳ ବାଲୁକାଶଯ୍ୟାଗୁଡ଼ିକ ମଧ୍ୟରେ ତଣ୍ଡା, ଲଞ୍ଚଘୋଲା, ମାଦଳି ଅଗରନାସୀ, ହୁକିଟୋଲା, ଷୋଳମୁହାଣ ଭଳି (ଆଇଲାଣ୍ଡ) ଆଦି ବାଲୁକା ଶଯ୍ୟା ସୁରକ୍ଷିତ ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ। ଏହି ସୁରକ୍ଷିତ ସ୍ଥାନରେ କିଛିବର୍ଷ ପୂର୍ବେ ବହୁଳ ଭାବେ କଇଁଛମାନେ ଅଣ୍ଡାଦାନ କରୁଥିଲେ। ତେବେ ବାଲୁକା ଶଯ୍ୟା ସମୁଦ୍ର ଗର୍ଭକୁ ଚାଲିଯିବା ବେଳେ ଅଲିଭ ରିଡ଼ଲେ କଇଁଛମାନେ ଅଣ୍ଡାଦାନ ପାଇଁ ସ୍ଥାନ ପରିବର୍ତ୍ତନ କରି ପୂର୍ବ ଅପେକ୍ଷା ସ୍ବଳ୍ପ ସଂଖ୍ୟାରେ ଅଣ୍ଡାଦାନ କରୁଛନ୍ତି। ଅପରପକ୍ଷରେ ଏହି ବିଶାଳ ଝାଉଁ ଓ ଲୁଣା ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀଙ୍କ ବସା ଦେଖିବାକୁ ମିଳେ। ବିଶେଷକରି ବଗ, ଟାପରଖାଇ, ଦା ବେଣ୍ଟିଆ , କୁମ୍ଭାଟୁଆ, କେଶର ପାଣ୍ଡିଆ ପ୍ରଭୃତିର ପକ୍ଷୀ ଦେଖାଯାଆନ୍ତି। ସାମୁଦ୍ରିକ ଜୀବମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ଡଲ୍‌ଫିନ, ନୀଳରକ୍ତ କଙ୍କଡ଼ା, ଲାଲ୍‌ କଙ୍କଡ଼ା, ହର୍ଲି କଙ୍କଡ଼ା ଓ ସାମୁଦ୍ରିକ ଛୋଟ ଛୋଟ ଜୀବ ଦେଖିବାକୁ ମିଳେ। ଜଙ୍ଗଲର ନିକଟବର୍ତ୍ତୀ ନଦୀ ନାଳ ଜୋରରେ କୁମ୍ଭୀରମାନେ ବସା ବାନ୍ଧିଥିବା ଦେଖିବାକୁ ମିଳେ। ସେହିପରି ଜଙ୍ଗଲ ମଧ୍ୟରେ ହରିଣ, ବାର୍‌ହା, କୁଟୁରା, ହାଏନା, ପାଣିଗୋଧି, ପାଣିଓଧ ଓ ବଣଭୁଆ ଓ ଜଙ୍ଗଲୀ ମଇଁଷି ଓ କୁକୁର ଆଦି ହିଂସ୍ର ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି। ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର କେତେଜଣ ମତ୍ସ୍ୟଜୀବୀ ଓ ମଇଁଷି ପାଳକମାନେ ଅସ୍ଥାୟୀ ଚାଳ ଛପର ଘରକରି ଆଡ୍ଡା ଜମାଇଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ। ସମୁଦ୍ରରୁ ମାଛ କଙ୍କଡ଼ା ଧରି ଏହି ବାଲୁକାଶଯ୍ୟା ଉପରେ ଆଡ୍ଡା ଜମାଇବା ସହ ମତ୍ସ୍ୟଜୀବୀମାନେ ଡଙ୍ଗାରେ ଜଳପଥ ଦେଇ ନିକଟ ପାରାଦୀପକୁ ଚାଲାଣ କରିଥାନ୍ତି। ସେମାନେ ପାରାଦୀପରୁ ନିଶାଦ୍ରବ୍ୟ ଆଣି ଏଠାରେ ବିକ୍ରି କରୁଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ପୂର୍ବ ଅପେକ୍ଷା ଏବେ ସମୁଦ୍ରରେ ବଡ଼ ବଡ଼ ଢେଉ ଆସି ଜଳ ପତ୍ତନ ବଢିବା ସହ କୂଳ ଖାଇବାରେ ଲାଗିଛି। ଏଥିପ୍ରତି ବିଭାଗ ସଚେତନ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri