ଗହୀରମଥାରେ ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ପାଇଁ ବିଶ୍ୱ ପ୍ରସିଦ୍ଧ ଭାବେ ପରିଚିତ। ମହାନଦୀଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ୧୪୨୦ ବର୍ଗ କିଲୋମିଟର ପରିଧି ଓ କୁଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ପରିବ୍ୟାପ୍ତ। ପ୍ରାକୃତିକ ଶୋଭା ମଣ୍ଡନ କରିଥିବା ବିସ୍ତୀର୍ଣ୍ଣ ବାଲୁକା ରାଶି ପୂର୍ବ ଅପେକ୍ଷା ସମୁଦ୍ର ଗର୍ଭକୁ ଚାଲି ଗଲାଣି। ସେଥିମଧ୍ୟରୁ ଅଗରନାସୀ ୩ କିମି ବ୍ୟାପୀ ଥିବା ବାଲିସ୍ତୂପ ଓ ଝାଉଁ ଜଙ୍ଗଲ ତା’ର ସମ୍ପୂର୍ଣ୍ଣ ସତ୍ତା ହରାଇବାକୁ ବସିଛି। ଫଳରେ ସମୁଦ୍ର ଢେଉ ସିଧାସଳଖ ଜମ୍ବୁ, ତଣ୍ଡା, କନ୍ଦରାପାଟିଆ ଜଙ୍ଗଲକୁ ମାଡ଼ କରୁଛି ବୋଲି ଜମ୍ବୁର ମତ୍ସ୍ୟଜୀବୀ ଶକ୍ତି ପ୍ରସାଦ ମିର୍ଦ୍ଧା କହିଛନ୍ତି। ଅପରପକ୍ଷରେ ମାଦଳି, ଲଞ୍ଚଘୋଲା ବିଶାଳ ବାଲୁକା ପାହାଡ଼ ଓ ଝାଉଁ ଜଙ୍ଗଲକୁ ଆଜିକା ଦିନରେ ଧୀରେ ଧୀରେ ସମୁଦ୍ର ଗିଳିଲାଣି। ଆଉ କିଛି ବର୍ଷ ମଧ୍ୟରେ ଏହି ମାଦଳି ଓ ଲଞ୍ଚଘୋଲା ତା’ର ପୂର୍ବ ରୂପ ଓ ସୋନ୍ଦର୍ଯ୍ୟ ହରାଇବ, ଏଥିସହ ସମୁଦ୍ର ଲହଡ଼ି ଧୀରେ ଧୀରେ କୂଳକୁ ଗ୍ରାସ କରିବ ବୋଲି ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ, ସମରେନ୍ଦ୍ର ମାହାଳି, ୧୯୯୯ ମହାବାତ୍ୟାରେ ମାଦଳିଠାରୁ (ବୃହତ୍‌ ପଣ୍ୟ ବୋଝେଇ ଜାହାଜ ଦୁର୍ଘଟଣା ସ୍ଥାନ) ଅନତି ଦୂରରେ ଏକ ନୂଆ ମୁହାଣ ସୃଷ୍ଟି ହୋଇଛି। ଫଳରେ ସମୁଦ୍ରର ବଡ଼ ବଡ଼ ଲହଡ଼ି ସିଧାସଳଖ ଏହି ବିଶାଳ ବାଲୁକା ବେଳାଭୂମିରେ ମାଡ଼ ହେଉଛି। ଫଳରେ ଧୀରେ ଧୀରେ ବାଲୁକା ବେଳାଭୂମି ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି। ଏହି ବିଶାଳ ବାଲୁକାଶଯ୍ୟାଗୁଡ଼ିକ ମଧ୍ୟରେ ତଣ୍ଡା, ଲଞ୍ଚଘୋଲା, ମାଦଳି ଅଗରନାସୀ, ହୁକିଟୋଲା, ଷୋଳମୁହାଣ ଭଳି (ଆଇଲାଣ୍ଡ) ଆଦି ବାଲୁକା ଶଯ୍ୟା ସୁରକ୍ଷିତ ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ। ଏହି ସୁରକ୍ଷିତ ସ୍ଥାନରେ କିଛିବର୍ଷ ପୂର୍ବେ ବହୁଳ ଭାବେ କଇଁଛମାନେ ଅଣ୍ଡାଦାନ କରୁଥିଲେ। ତେବେ ବାଲୁକା ଶଯ୍ୟା ସମୁଦ୍ର ଗର୍ଭକୁ ଚାଲିଯିବା ବେଳେ ଅଲିଭ ରିଡ଼ଲେ କଇଁଛମାନେ ଅଣ୍ଡାଦାନ ପାଇଁ ସ୍ଥାନ ପରିବର୍ତ୍ତନ କରି ପୂର୍ବ ଅପେକ୍ଷା ସ୍ବଳ୍ପ ସଂଖ୍ୟାରେ ଅଣ୍ଡାଦାନ କରୁଛନ୍ତି। ଅପରପକ୍ଷରେ ଏହି ବିଶାଳ ଝାଉଁ ଓ ଲୁଣା ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀଙ୍କ ବସା ଦେଖିବାକୁ ମିଳେ। ବିଶେଷକରି ବଗ, ଟାପରଖାଇ, ଦା ବେଣ୍ଟିଆ , କୁମ୍ଭାଟୁଆ, କେଶର ପାଣ୍ଡିଆ ପ୍ରଭୃତିର ପକ୍ଷୀ ଦେଖାଯାଆନ୍ତି। ସାମୁଦ୍ରିକ ଜୀବମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ଡଲ୍‌ଫିନ, ନୀଳରକ୍ତ କଙ୍କଡ଼ା, ଲାଲ୍‌ କଙ୍କଡ଼ା, ହର୍ଲି କଙ୍କଡ଼ା ଓ ସାମୁଦ୍ରିକ ଛୋଟ ଛୋଟ ଜୀବ ଦେଖିବାକୁ ମିଳେ। ଜଙ୍ଗଲର ନିକଟବର୍ତ୍ତୀ ନଦୀ ନାଳ ଜୋରରେ କୁମ୍ଭୀରମାନେ ବସା ବାନ୍ଧିଥିବା ଦେଖିବାକୁ ମିଳେ। ସେହିପରି ଜଙ୍ଗଲ ମଧ୍ୟରେ ହରିଣ, ବାର୍‌ହା, କୁଟୁରା, ହାଏନା, ପାଣିଗୋଧି, ପାଣିଓଧ ଓ ବଣଭୁଆ ଓ ଜଙ୍ଗଲୀ ମଇଁଷି ଓ କୁକୁର ଆଦି ହିଂସ୍ର ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି। ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର କେତେଜଣ ମତ୍ସ୍ୟଜୀବୀ ଓ ମଇଁଷି ପାଳକମାନେ ଅସ୍ଥାୟୀ ଚାଳ ଛପର ଘରକରି ଆଡ୍ଡା ଜମାଇଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ। ସମୁଦ୍ରରୁ ମାଛ କଙ୍କଡ଼ା ଧରି ଏହି ବାଲୁକାଶଯ୍ୟା ଉପରେ ଆଡ୍ଡା ଜମାଇବା ସହ ମତ୍ସ୍ୟଜୀବୀମାନେ ଡଙ୍ଗାରେ ଜଳପଥ ଦେଇ ନିକଟ ପାରାଦୀପକୁ ଚାଲାଣ କରିଥାନ୍ତି। ସେମାନେ ପାରାଦୀପରୁ ନିଶାଦ୍ରବ୍ୟ ଆଣି ଏଠାରେ ବିକ୍ରି କରୁଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ପୂର୍ବ ଅପେକ୍ଷା ଏବେ ସମୁଦ୍ରରେ ବଡ଼ ବଡ଼ ଢେଉ ଆସି ଜଳ ପତ୍ତନ ବଢିବା ସହ କୂଳ ଖାଇବାରେ ଲାଗିଛି। ଏଥିପ୍ରତି ବିଭାଗ ସଚେତନ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri