ମେରାଇନ୍‌ ରାସ୍ତାକୁ ବିପଦ

ପାରାଦୀପ,୯ା୨(ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦ ସୀମାଠାରୁ ତୈଳ ବିଶୋଧନାଗାର ସାଉଥଗେଟ୍‌ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଏବେ ଅବାଧରେ ବାଲି ଓ ମାଟି ଖୋଳା ଯାଉଥିବା ଦେଖିବାକୁ ମିଳିଛି। ଏହାଦ୍ୱାରା କେତେକ ଜାଗାରେ ସମୁଦ୍ର ଢେଉ ମେରାଇନ୍‌ ରାସ୍ତା ପାଖରେ ପହଞ୍ଚତ୍ ଗଲାଣି। ଏହାକୁ ପାରାଦୀପ ଓ ଢ଼ିଙ୍କିଆ ଅଞ୍ଚଳର କେତେଜଣ ବ୍ୟବସାୟୀ ଲଗାତାର ଭାବେ ଖନନ କରି ନିକଟସ୍ଥ ଏକ କମ୍ପାନୀ ପରିସରରେ ଭରଣା କରୁଛନ୍ତି। ଯାହାକୁ ସ୍ଥାନୀୟ ପ୍ରଶାସନ ନ ଦେଖିଲା ପରି ରହୁଥିବା ଅଭିଯୋଗ ହେଉଛି। ଏମିତି ବାଲି ମାଟି ଖନନ ହେବା ଦ୍ୱାରା ସେଠାରେ ପୋଖରୀ ସଦୃଶ୍ୟ ହୋଇଗଲାଣି। ସମୁଦ୍ର ଢେଉ ମେରାଇନ୍‌ ରାସ୍ତା ପାଖରେ ପହଞ୍ଚତ୍ ଗଲାଣି। ଫଳରେ ଏହା ପୁରୀର କୋଣାର୍କ ମେରାଇନ ରାସ୍ତା ସମୁଦ୍ର ଗର୍ଭକୁ ଚାଲିଯିବା ଭଳି ସମସ୍ୟା ଉପୁଜିବାକୁ ଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଏକ କମ୍ପାନୀର ୨୩୪ ଏକର ଖାଲକୁ ଭରଣା କରିବାକୁ ସମୁଦ୍ରରେ ଡ୍ରେଜିଂ କରି ବାଲି ଉଠାଇବାକୁ ସରକାରୀ ଭାବେ ସ୍ବୀକୃତି ମିଳିଛି। କିନ୍ତୁ ପାରାଦୀପ ପାଖ ସମୁଦ୍ର ଗଭୀର ସହ ଅତ୍ୟଧିକ କରେଣ୍ଟ ରହୁଥିବାରୁ ଡ୍ରେଜିଂ କାମ ସହଜ ହେଉନାହିଁ। ଯାହାଦ୍ୱାରା କମ୍ପାନୀ ବାହାରୁ ବାଲି ମାଟି ଆଣିବା ପାଇଁ କେତେଜଣ ଠିକାଦାରଙ୍କ ଜରିଆରେ କାମ କରୁଛନ୍ତି। ଠିକାଦାରମାନେ ଦୂରରୁ ବାଲି ଆଣି ପକାଇବା ପାଇଁ ଅର୍ଥ ପାଉଛନ୍ତି। କିନ୍ତୁ ସେମାନେ କେତେଜଣ ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ଜରିଆରେ ତ୍ରିଲୋଚନପୁରଠାରୁ ଷଣ୍ଢକୁଦ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ବାଲି ଆଣି କମ୍ପାନୀ ପରିସରରେ ପକାଉଛନ୍ତି। ଏଥିପାଇଁ ଗୋଟିଏ ଗାଡି ଟ୍ରିପ ପିଛା ୩ରୁ ୪ ହଜାର ଟଙ୍କା ଫାଇଦା ପାଉଛନ୍ତି ବୋଲି ଜଣେ ବାଲି ବେପାରୀ କୃଷ୍ଣ ମଣ୍ଡଳ ସ୍ବୀକାର କରିଥିଲେ।

ସୂଚନାଯୋଗ୍ୟ, ଏହି ଅଞ୍ଚଳ ପାରାଦୀପର ବୋଲି କୁହାଯାଉଛି। ବାସ୍ତବରେ ଏହା ଏରସମା ତହସିଲ ଅଧୀନରେ ରହିଛି। ଉକ୍ତ ଅଞ୍ଚଳର ଅର୍ଦ୍ଧେକ ସୀମା ଅଭୟଚାନ୍ଦପୁର ଥାନାରେ ଥିବା ବେଳେ ଷଣ୍ଢକୁଦ ପାଖ ରହିଛି ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଞ୍ଚଳରେ। ଏମିତି ସ୍ଥିତିରେ ବାଲି ଉଠାଉଥିବା ବେପାରୀମାନେ ଦୁଇ ଥାନା ପୋଲିସକୁ ହାତ କରି ଏପରି ବେପାର ଚଳାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅଭୟଚାନ୍ଦପୁର ଆଇଆଇସି ରାଜକିଶୋର ବେହେରାଙ୍କୁ ପଚାରିଲେ ଆମେ ସମୟାନୁସାରେ ଧରପଗଡ଼ କରୁଛୁ। କିନ୍ତୁ ରାତିରେ ଏପରି ହେଉଥିବାରୁ ସବୁବେଳେ ଚଢ଼ାଉ କରିବା ସମ୍ଭବ ହେଉନାହିଁ।

ସେହିପରି ଜଟାଧାର ମୁହାଣ ସାମୁଦ୍ରିକ ଥାନା ଆଇଆଇସି ଦେବେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ବାଲି ମାଟି ଉଠୁଥିବା ସୀମା ଆମର ନୂହେଁ। ଷଣ୍ଢକୁଦ ପାଖରେ ଆମେ ଗାଡି ଯାଞ୍ଚ କଲେ ସେମାନେ ବାହାରୁ ଆଣୁଛନ୍ତି ବୋଲି କାଗଜ ଦେଖାଉଛନ୍ତି। ଏମିତି ସ୍ଥିତିରେ କେତେଜଣ ଲାଭଖୋର ଲୋକଙ୍କ ପାଇଁ କୁଜଙ୍ଗ ଢିଙ୍କିଆ ୪ ଦେଶର ପ୍ରାକୃତିକ ବାଲି ସୁରକ୍ଷା କବଚ ଉଜୁଡି ଯିବାକୁ ବସିଲାଣି। ବାତ୍ୟା ବେଳେ ଏହା ବିପର୍ଯ୍ୟୟ ସୃଷ୍ଟି କରିବା କଥା ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri