ମୂର୍ତ୍ତି କାରିଗର ପାଲଟିଲେ ଛତୁଚାଷୀ

ଖୋର୍ଦ୍ଧା ଅଫିସ,୧୫।୯: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ଛତୁ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ମାଳି ସାହିର ମୂର୍ତ୍ତି କାରିଗର ଆଶିଷ ରଣା। ସୂଚନା ମୁତାବକ, ଆଶିଷଙ୍କ ବାପା ଜଟାଧାରୀ ରଣା ଦୀର୍ଘ ବର୍ଷ ହେବ ମାଟିରେ ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ଦୁଇପୁଅ ଆଶିଷ ଓ ଶୁଭାଶିଷ ସହଯୋଗ କରିଥାନ୍ତି। ଜାନୁୟାରୀରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ନଡ଼ା ଓ ମାଟି ସଂଗ୍ରହ କରାଯାଏ। ମାର୍ଚ୍ଚରୁ କାର୍ଯ୍ୟ ଆରମ୍ଭ ହୋଇଥାଏ। ପ୍ରଥମେ ଗଣେଶ ମୂର୍ତ୍ତି ପରେ ଖୁଦୁରୁକୁଣୀ, ବିଶ୍ୱକର୍ମା, ଦୁର୍ଗା, କାଳୀ, ଲକ୍ଷ୍ମୀ, କାର୍ତ୍ତିକ ପରେ ସରସ୍ବତୀ ପୂଜା କାମ ହୋଇଥାଏ। ଗୋଟିଏ କାମ ସରି ନ ଥିବା ବେଳେ ଆଉ ଏକ କାମ ଆରମ୍ଭ ହୋଇଥାଏ। ଏହି ନିର୍ମାଣ କାର୍ଯ୍ୟରେ ଆଶିଷଙ୍କ ପରିବାରଙ୍କ ସହ ୧୦ଜଣ କର୍ମଚାରୀ ଲାଗିଥାନ୍ତି। ପାର୍ବଣ ସମୟରେ ଦୁର୍ଗା, କାଳୀ, ଲକ୍ଷ୍ମୀ ମୂର୍ତ୍ତି ନିର୍ମାଣ ପାଇଁ ଦିନରାତି କାମ ହୋଇଥାଏ। ଖୋର୍ଦ୍ଧା ସମେତ ବିଭିନ୍ନ ଅଞ୍ଚଳରୁ ଅର୍ଡର ମିଳିଥାଏ। ଚଳିତବର୍ଷ ଗ୍ରାହକଙ୍କ ଚାହିଦା ମୁତାବକ ଗଣେଶ ମୂର୍ତ୍ତି ୩ରୁ ୧୨ଫୁଟ ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା। କରୋନା ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସାମୂହିକ ପୂଜା ଆୟୋଜନ ଉପରେ କଟକଣା ଜାରି କରିଥିଲେ। ଏହା ପରେ ଗ୍ରାହକମାନେ ମୂର୍ତ୍ତି ନ ନେବା ପାଇଁ ଫୋନ କରି ଜଣାଇଥିଲେ। ଫଳରେ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଲା। କାମ ନ ମିଳିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଶେଷରେ ଅନ୍ୟ ଉପାୟ ନ ପାଇ ଘର ବାରିପଟେ ଛତୁ ଚାଷ ଆରମ୍ଭ କରିଛୁ। ଦୈନିକ ୩୦ରୁ ୪୦କେଜି ଛତୁ ବଜାରରେ ବିକ୍ରି କରି ପରିବାର ଚଳାଉଛୁ। ଛତୁ ଚାଷ ଏକ ନୂତନ ପରିଚୟ ଦେବା ସହ ଆଗକୁ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଆଶା ରଖିଛନ୍ତି ବୋଲି ଆଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri