୪ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ କରି ସ୍କୁଲ ସଭାପତି ଗିରଫ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୦ା୮(ବୀରେନ୍ଦ୍ର କୁମାର ଝାଙ୍କର/ଗୁରଦୟାଲ ହଂସ)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲ ପାଇଖାନା ଭିତରେ ଦଶମ ଶ୍ରେଣୀର ୪ ଛାତ୍ରୀଙ୍କୁ ମଙ୍ଗଳବାର ଅଧଘଣ୍ଟା କାଳ ବନ୍ଦ କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତ ହାଇସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ ଓରଫ ସଦାନନ୍ଦ ବନ୍‌ଛୋର(୩୫)ଙ୍କୁ ପୋଲିସ ଗିରଫ କରିଛି। ବୁଧବାର ତାଙ୍କୁ ବଲାଙ୍ଗୀର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
୪ ଛାତ୍ରୀଙ୍କୁ ବନ୍‌ଛୋର ମଙ୍ଗଳବାର ବିନା କାରଣରେ ଗାଳିଗୁଲଜ କରିଥିଲେ। ପରେ ସେମାନଙ୍କୁ ସ୍କୁଲର ଏକ ପାଇଖାନାରେ ବନ୍ଦ କରି ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ। ପ୍ରାୟ ଅଧଘଣ୍ଟା ପରେ ଛାତ୍ରୀମାନେ ପାଇଖାନାରୁ ମୁକୁଳିବା ପରେ ଘରକୁ ପଳାଇଥିଲେ। ସେମାନଙ୍କଠାରୁ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ପରେ ଛାତ୍ରୀମାନଙ୍କ ଅଭିଭାବକ କଣ୍ଟାବାଞ୍ଜି ଥାନାରେ ବନ୍‌ଛୋରଙ୍କ ଉନ୍ମତ୍ତ କାଣ୍ଡ ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ସଭାପତି ବନ୍‌ଛୋର ହାତ ଧରି ଟଣାଓଟରା କରିବା ଅଭିଯୋଗ କରିଥିଲେ। ଏପରିକି ସେମାନେ ପାଇଖାନା ଭିତରେ ଭୟରେ ଚିତ୍କାର ଛାଡିବା ପରେ ପାଇଖାନା କବାଟ ଖୋଲାଯାଇଥିଲା। ଶିକ୍ଷୟିତ୍ରୀ ଶିକ୍ଷକମାନେ ଶ୍ରେଣୀରେ ପାଠ ପଢ଼ାଉ ଥିବାରୁ ଘଟଣା ସମ୍ପର୍କରେ ଜାଣି ପାରି ନ ଥିବା କୁହାଯାଉଛି। ଅଭିଭାବକଙ୍କଠାରୁ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ପୀଡିତା ୪ ଛାତ୍ରୀଙ୍କୁ ପଚରାଉଚରା କରି ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ଏହାପରେ ପୋଲିସ ସ୍କୁଲ ସଭାପତି ବନ୍‌ଛୋରଙ୍କୁ ଘରୁ ଆଣି ଅଟକ ରଖିଥିଲେ। ପୋଲିସ ଆଇପିସି ଦଫା ୩୪୧, ୨୯୪, ୪୪୮, ୩୪୨, ୩୫୪ ଏବଂ ଆରଡବ୍ଲ୍ୟୁ ସେକ୍ସନ ୧୨ ପୋସ୍କୋ ଆକ୍ଟରେ ଏକ ମାମଲା (୨୨୩/୨୩) ରୁଜୁ କରିଥିବା କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି। ଘଟଣା ସମ୍ପର୍କରେ ସ୍କୁଲ ପ୍ରଧାନଶିକ୍ଷକ ବିଭୁଦତ୍ତ ସାହୁଙ୍କୁ ପଚାରିବାରୁ ସେ ଛୁଟିରେ ଥିବା କହିଛନ୍ତି। ତେବେ ସେଦିନ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଜଣକ ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ କିଭଳି ଜାଣି ପାରିଲେ ନାହିଁ ବୋଲି ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri