ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଦାବିରେ ସ୍କୁଲ ଘେରାଉ : ପ୍ରଧାନ ଶିକ୍ଷୟିତ୍ରୀ ଚେତା ଶୁନ୍ୟ

କେସିଙ୍ଗା,୨୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବୋରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା ସେଠି ୧୦ ବସ୍ତା (୫) କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଥିଲେ। ଏହି ଘଟଣାରେ ସୋମବାର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଦାବିରେ ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲ ଘେରାଉ କରିଥିଲେ। ଗତ ଶନିବାର ବୋରିଆ ପ୍ରଧାନ ଶିକ୍ଷୟିତ୍ରୀ ସବିତାଙ୍କ ସ୍ବାମୀ ଏକ ଅଟୋରେ ୧୦ ବସ୍ତା ଚାଉଳ ବିଦ୍ୟାଳୟରୁ ଆଣି ଭବାନୀପାଟଣାସ୍ଥିତ ଶାନ୍ତିନଗର ପଡ଼ାକୁ ନେଉଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଥିଲେ। ଉକ୍ତ ସ୍କୁଲ ଭିତରକୁ ଏକ ଅଟୋ ପଶି ଚାଉଳ ବୋଝେଇ କରି ବାହାରିବା ବେଳେ ବୋରିଆ ଗ୍ରାମର କିଛି ବ୍ୟକ୍ତି ଫଟୋ ଉଠାଇଥିଲେ। ଆଟୋକୁ ଜାତୀୟ ରାଜପଥ ୨୬ ଉତ୍କେଲା ଫାଣ୍ଡି ଛକ ନିକଟରେ ଅଟକ ରଖି ବିଡିଓ ପ୍ରଫୁଲ୍ଲ କୁମାର ଅଦୁ, ବୋରିଆ ସରପଞ୍ଚ ରିମା ନାୟକ, ନାଏବ ସରପଞ୍ଚ ଓ ଓ୍ବାଡସଭ୍ୟଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବିଡିଓ, ସରପଞ୍ଚ ପହଞ୍ଚତ୍ ଉତ୍କେଲା ଫାଣ୍ଡିକୁ ନେଇଥିଲେ। ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମି, ଆଟୋ ଡ୍ରାଇଭରଙ୍କ ସମେତ ୧୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ, ଅଟୋ ଜବତ କରିଥିଲେ। କେସିଙ୍ଗା ଥାନାକୁ ନେଇ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସବିତା ସେଠିଙ୍କ ବଦଳି ହୋଇଛି। ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦେବକୀ ମାଝି ଗତ ୧୪ ତାରିଖରେ ଯୋଗଦେଇ ଥିଲେ ସୁଦ୍ଧା ଆଜି ଯାଏ ସବିତା ସେଠି ଚାର୍ଚ୍ଚ ଦେଇ ନାହାନ୍ତି। ଏହି ଘଟଣା ଶିକ୍ଷା ବିଭାଗ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେବାରୁ ସୋମବାର କେସିଙ୍ଗା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନଳିନୀପ୍ରଭା ଦେଈ ଓ ଦାସ ବାବୁ ଦୁହେଁ ବୋରିଆ ସ୍କୁଲ ଯାଇ ମଧ୍ୟାହ୍ନ ଚାଉଳ ଯାଞ୍ଚ ବେଳେ ୫ କୁଇଣ୍ଟାଲ କମ ଥିବା ଜଣାପଡଥିଲା। ଏହିପରି ପ୍ରଧାନ ଶିକ୍ଷୟିତ୍ରୀ ମଝିରେ ମଝିରେ ଚୋରି କରି ଘରକୁ ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ୬ଜଣ ଶିକ୍ଷୟିତ୍ରୀ ଅଛନ୍ତି। ଗ୍ରାମବାସୀ ମଧ୍ୟାହ୍ନ ଚାଉଳ ବିଷୟ ପଚାରିବାରୁ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ। ପୁରୁଣା ୬ଜଣ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ଗ୍ରାମବାସୀ ତଥା ଅଭିଭାବକମାନେ ଜିଲା ପ୍ରକଳ୍ପ ସଂଯୋକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଯଦି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରା ନ ଗଲେ ସ୍କୁଲରେ ତାଲା ଦେଇ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ସବିତା ସେଠୀଙ୍କୁ ସୋମବାର ସ୍କୁଲ ଯିବା ଦେଖି ଗ୍ରାମବାସୀ ସ୍କୁଲ ଘେରାଉ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଏହି ସବୁ ଦେଖି ଚେତାଶୂନ୍ୟ ହେବାରୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନଳିନୀ ପ୍ରଭା ଦେଈଙ୍କୁ ପଚାରିବାରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ୫ କୁଇଣ୍ଟାଲ କମ ଥିଲା। ଗ୍ରାମବାସୀ ପ୍ରଧାନ ଶିକ୍ଷିୟତ୍ରୀଙ୍କୁ ବହିଷ୍କାର ଦାବି କରୁଛନ୍ତି, ମଁୁ ଜିଲା ପ୍ରକଳ୍ପ ସଂଯୋକଙ୍କ ସହ ଆଲୋଚନା ପରେ ସା ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଥିଲେ।
ଫଟୋ-ଗ୍ରାମବାସୀଙ୍କ ଦ୍ୱାରା ସ୍କୁଲ ଘେରାଉ, ପ୍ରଧାନ ଶିକ୍ଷିୟତ୍ରୀ ବହିଷ୍କାର ଦାବି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri