ବିପଦସଙ୍କୁଳ ଅବସ୍ଥାରେ ବ୍ରିଟିଶ ଅମଳର ସ୍କୁଲ

ଗୋପ,୧୭।୩ (ଡି.ଏନ୍‌.ଏ.): ଗୋପ ବ୍ଲକରେ ଥିବା ବ୍ରିଟିଶ ଶାସନ ଅମଳର ନିଗମାନନ୍ଦ ସ୍ମାର୍ଟ ସ୍କୁଲ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ସ୍କୁଲ ଛାତରୁ କଂକ୍ରିଟ୍‌ ପଲସ୍ତରା ଖସିଥିବାବେଳେ ଗୁରୁବାର ପୁଣି ପଲସ୍ତରା ଖସିଛି। ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ୩ଟି ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ।
ସୂଚନା ମୁତାବକ, ଗଣେଶ୍ୱରପୁର ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ବନମାଳୀ ଦାଶ ୧୯୪୪ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା କରିିଥିଲେ। ଗତ ଫେବୃୟାରୀ ୪ ତାରିଖରେ ସ୍କୁଲର ଗୋଟିଏ କୋଠରି ଛାତରୁ ଅତଡା ଖସିବା ସହ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଥିଲା। ସେଥିପାଇଁ ସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ ସ୍କୁଲ ଚିଠି ନମ୍ବର ୩୯, ୪୩ ଓ ୪୪ରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୋପ ବ୍ଲକ ବିଡିଓ ସହିତ ଜିଲା ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କୁ ମରାମତି ପାଇଁ ଚିଠି ଲେଖି ଜଣାଇଥିଲେ। ପରେ ବିଡିଓ ଦୀପ୍ତିରାଣୀ ଦାସଙ୍କ ନିର୍ଦ୍ଦେଶରେ ଯନ୍ତ୍ରୀମାନେ ଆସି ସ୍କୁଲ ଦେଖିଥିଲେ। ଉକ୍ତ କୋଠରିଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ସେହି କୋଠରିରେ ପିଲାଙ୍କୁ ବସାଇ ନ ଥିଲେ। ଗୁରୁବାର ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ପୁଣି ସେହି କୋଠରି ଛାତରୁ ଅତଡା ଖସିଥିବା ଜଣାପଡିଛି। ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ବାଚନ ମଣ୍ଡଳୀରେ ଏହି ସ୍କୁଲଟି ଥିବାବେଳେ ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଗୋପ ବ୍ଲକରୁ ବଦଳି ହୋଇଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ସ୍ମାର୍ଟ ସ୍କୁଲ କାର୍ଯ୍ୟାଦେଶ ରହିଥିଲା। କିନ୍ତୁ ସେହି ଯନ୍ତ୍ରୀ ଜଣକ କେତେ ବିଲ୍‌ କଲେ କେତେ ଟଙ୍କା ଖର୍ଚ୍ଚ କରାଗଲା ତାହାର ଫାଇଲ୍‌ ଏବେ ବ୍ଲକରେ ନାହିଁ। ସେଥିପାଇଁ ପଞ୍ଚାୟତିରାଜ ବିଭାଗ ସଚିବ ଓ ଜିଲାପାଳଙ୍କୁ ଦୃଷ୍ଟି ଦେବାକୁ ଦାବି ହୋଇଛି। ତେବେ ଏହି ପୁରାତନ ବ୍ରିଟିଶ ଅମଳର ସ୍କୁଲ୍‌ଟି ଗଣଶିକ୍ଷାମନ୍ତ୍ରୀଙ୍କ ଅଞ୍ଚଳରେ ଥିବା ସତ୍ତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସ୍କୁଲରେ ଅଧ୍ୟୟନରତ ୮ ଶହ ଛାତ୍ରୀଛାତ୍ର ଏବେ ବିପଦପୂର୍ଣ୍ଣ ଭାବରେ ରହିଥିବା ଜଣାପଡିଛି। ଏହି ଅଭିଯୋଗ ସମ୍ପର୍କରେ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ପଟ୍ଟନାୟକଙ୍କୁ ପଚାରିବାରେ, ସେ ଚିଠି ଲେଖି ୩ ଗୋଟି ବିଭାଗକୁ ଜଣାଇଥିବା କହିଛନ୍ତି। ଏଥିସହ ଛାତ୍ରୀଛାତ୍ରଙ୍କ ଲାଗି ପରିସ୍ରାଗାର ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ଚିନ୍ତାରେ ଭୁବନ ଏନ୍‌ଏସି ବାସିନ୍ଦା

ଭୁବନ,୧୪ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୧୫ଟି ଓ୍ବାର୍ଡରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଠାରେ ଥିବା କୂଅ, ପୋଖରୀଗୁଡ଼ିକ ଶୁଖି ଚାଲିଥିବାବେଳେ ୫ଟି...

ସର୍ଚ୍ଚ ଅପରେଶନ ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ୨୪ ତାରିଖରେ ନିର୍ବାଚନ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ସେହି...

ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବି: ଧାରଣାରେ ବସିଲେ ଛାତ୍ରୀ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବୁଧବାର କଲେଜ ସମ୍ମୁଖ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ...

ମନ୍‌ କି ବାତ୍‌ରେ ଖୋର୍ଦ୍ଧାର ରାହୁଲଙ୍କୁ ପ୍ରଶଂସା କଲେ ମୋଦି

ପୁରୀ ଅଫିସ,୨୮।୩: ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ପୁରୀ-କୋଣାର୍କ ବେଳାଭୂମିକୁ ସ୍ବଚ୍ଛ...

୬ ମାସ ହେଲା ଡାକ୍ତରଖାନାରେ ସାମୁଏଲ

ବରଗଡ଼ ଅଫିସ୍‌,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରାଡୁବୁରୀ ଗ୍ରାମର ମା’ ଉପାସୀ ଓ ବାପା ଜିତେସିଂ ସୁନାଙ୍କ ଏକମାତ୍ର ପୁଅ...

ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଲେ ଜିନା-ରୁଦ୍ର

ବାଲେଶ୍ୱର ଅଫିସ,୧୧।୩: ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ଅଭିନେତ୍ରୀ ସ୍ବାତୀ ସାମଲ(ଜିନା) ଏବଂ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ଶନିବାର ବିଧିବଦ୍ଧ ଭାବେ ଭାଜପାରେ...

ସରକାରୀ ପୋରଛାହନ୍‌ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ

କଲମପୁର, ୧୦।୭ (ଡି.ଏନ୍‌.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍‌ ଯୁଗେଇ ଦେଉଛନ୍‌। ହେଲେ ଆମର ସମାଜରେ ବି ଅନେକ...

ମୁଢ଼ି ମିକ୍ସଚର ଦେଇଛେ ଜୀବନ୍‌ଜିବ୍‌କା

କର୍ଲାମୁଣ୍ଡା, ୨୨।୧ (ଡି.ଏନ୍‌.ଏ.)-କଥାରେ ଅଛେ କାମ୍‌କେ ଛୋଟ୍‌ ବଡ଼ ନାଇଁ ଭାବି କରି କରମ୍‌ କରୁଥିବାର ଲୋକ୍‌ର ପେଟ୍‌ କେଭେ ଖାଲି ନାଇଁ ରହେ। ଏନ୍‌ତା...

Advertisement
Archives

Model This Week