ବିପଦସଙ୍କୁଳ ଅବସ୍ଥାରେ ବ୍ରିଟିଶ ଅମଳର ସ୍କୁଲ

ଗୋପ,୧୭।୩ (ଡି.ଏନ୍‌.ଏ.): ଗୋପ ବ୍ଲକରେ ଥିବା ବ୍ରିଟିଶ ଶାସନ ଅମଳର ନିଗମାନନ୍ଦ ସ୍ମାର୍ଟ ସ୍କୁଲ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ସ୍କୁଲ ଛାତରୁ କଂକ୍ରିଟ୍‌ ପଲସ୍ତରା ଖସିଥିବାବେଳେ ଗୁରୁବାର ପୁଣି ପଲସ୍ତରା ଖସିଛି। ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ୩ଟି ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ।
ସୂଚନା ମୁତାବକ, ଗଣେଶ୍ୱରପୁର ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ବନମାଳୀ ଦାଶ ୧୯୪୪ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା କରିିଥିଲେ। ଗତ ଫେବୃୟାରୀ ୪ ତାରିଖରେ ସ୍କୁଲର ଗୋଟିଏ କୋଠରି ଛାତରୁ ଅତଡା ଖସିବା ସହ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଥିଲା। ସେଥିପାଇଁ ସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ ସ୍କୁଲ ଚିଠି ନମ୍ବର ୩୯, ୪୩ ଓ ୪୪ରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୋପ ବ୍ଲକ ବିଡିଓ ସହିତ ଜିଲା ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କୁ ମରାମତି ପାଇଁ ଚିଠି ଲେଖି ଜଣାଇଥିଲେ। ପରେ ବିଡିଓ ଦୀପ୍ତିରାଣୀ ଦାସଙ୍କ ନିର୍ଦ୍ଦେଶରେ ଯନ୍ତ୍ରୀମାନେ ଆସି ସ୍କୁଲ ଦେଖିଥିଲେ। ଉକ୍ତ କୋଠରିଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ସେହି କୋଠରିରେ ପିଲାଙ୍କୁ ବସାଇ ନ ଥିଲେ। ଗୁରୁବାର ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ପୁଣି ସେହି କୋଠରି ଛାତରୁ ଅତଡା ଖସିଥିବା ଜଣାପଡିଛି। ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ବାଚନ ମଣ୍ଡଳୀରେ ଏହି ସ୍କୁଲଟି ଥିବାବେଳେ ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଗୋପ ବ୍ଲକରୁ ବଦଳି ହୋଇଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ସ୍ମାର୍ଟ ସ୍କୁଲ କାର୍ଯ୍ୟାଦେଶ ରହିଥିଲା। କିନ୍ତୁ ସେହି ଯନ୍ତ୍ରୀ ଜଣକ କେତେ ବିଲ୍‌ କଲେ କେତେ ଟଙ୍କା ଖର୍ଚ୍ଚ କରାଗଲା ତାହାର ଫାଇଲ୍‌ ଏବେ ବ୍ଲକରେ ନାହିଁ। ସେଥିପାଇଁ ପଞ୍ଚାୟତିରାଜ ବିଭାଗ ସଚିବ ଓ ଜିଲାପାଳଙ୍କୁ ଦୃଷ୍ଟି ଦେବାକୁ ଦାବି ହୋଇଛି। ତେବେ ଏହି ପୁରାତନ ବ୍ରିଟିଶ ଅମଳର ସ୍କୁଲ୍‌ଟି ଗଣଶିକ୍ଷାମନ୍ତ୍ରୀଙ୍କ ଅଞ୍ଚଳରେ ଥିବା ସତ୍ତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସ୍କୁଲରେ ଅଧ୍ୟୟନରତ ୮ ଶହ ଛାତ୍ରୀଛାତ୍ର ଏବେ ବିପଦପୂର୍ଣ୍ଣ ଭାବରେ ରହିଥିବା ଜଣାପଡିଛି। ଏହି ଅଭିଯୋଗ ସମ୍ପର୍କରେ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ପଟ୍ଟନାୟକଙ୍କୁ ପଚାରିବାରେ, ସେ ଚିଠି ଲେଖି ୩ ଗୋଟି ବିଭାଗକୁ ଜଣାଇଥିବା କହିଛନ୍ତି। ଏଥିସହ ଛାତ୍ରୀଛାତ୍ରଙ୍କ ଲାଗି ପରିସ୍ରାଗାର ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri