ସ୍କୁଲ ପିଲାଙ୍କ ଲାଗି ନଳକୂପ ସଜାଡ଼ିଲେ ସରପଞ୍ଚ

ଫୁଲବାଣୀ ଅଫିସ, ୧୭।୪: ସ୍କୁଲରେ ପାଣି ସମସ୍ୟା ଦୀର୍ଘ ଦୁଇ ବର୍ଷ ଧରି ଲାଗି ରହିଥିଲା। ଏବେ ଖରାଦିନ। ପାଣି ପାଇଁ ପିଲାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଖବର ପାଇ ସ୍ଥାନୀୟ ସରପଞ୍ଚ ଗଁାର କେତେଜଣ ଲୋକଙ୍କୁ ନେଇ ସ୍କୁଲରେ ଖରାପ ହୋଇ ପଡିଥିବା ନଳକୂପ ପାଖରେ ପହଞ୍ଚତ୍ ସଜାଡି ଥିଲେ। ଶେଷରେ ପାଣି ବାହାରିଲା ଏବଂ ପିଲାଙ୍କ ମୁହଁରେ ହସ ଫୁଟିଲା। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ଲାମପଦର ଗଁାରେ ଏଭଳି ଦେଖିବାକୁ ମିଳିଛି ା ସରପଞ୍ଚ ଲାଲମୋହନ କହଁରଙ୍କୁ ଏହି ପ୍ରଚେଷ୍ଟାକୁ ନେଇ ସବୁଠି ପ୍ରସଂଶା କରାଯାଉଛି ା
ଲାମପଦର ଉନ୍ନିତ ଉଚ୍ଚବିଦ୍ୟାଳୟ ପରିସରରେ ଦୁଇଟି ନଳକୂପ ରହିଛି ା ଦୀର୍ଘ ଦୁଇବର୍ଷ ହେବ ଏହି ନଳକୂପ ଅଚଳ ହୋଇ ପଡିଥିଲା। ବହୁବାର ଅଭିଯୋଗ ପରେ ମଧ୍ୟ ଏହା ମରାମତି ହୋଇପାରୁ ନ ଥିଲା ା ସରପଞ୍ଚ ହେବା ପୂର୍ବରୁ ଲାଲମୋହନ ଜଣେ ସାମାଜିକ କର୍ମୀ ଭାବରେ ଅଭିଯୋଗ କରି ଆସୁଥିଲେ ା ଚଳିତ ଥର ସରପଞ୍ଚ ହେବା ନିଜେ ମରାମତି ପାଇଁ ଅଣ୍ଟା ଭିଡିଲେ ା ଗଁାର ଯୁବକ ରଞ୍ଜିତ କହଁର, ଟୁଣିଆଁ କହଁର, ରାମବିଳାଶ କହଁର, ଇନ୍ଦ୍ରମଣି କହଁର ଏହି ନଳକୂପ ମରାମତି କାମରେ ସରପଞ୍ଚଙ୍କୁ ସାହାଯ୍ୟ କରିଥିଲେ ା ଶେଷରେ ମରାମତି କାର୍ଯ୍ୟ ଶେଷ ହେଲା ଏବଂ ପିଲା ପାଣି ପିଇଲେ ା ୧୯୧୪ରୁ ସ୍ଥାପିତ ଏହି ପୁରାତନ ବିଦ୍ୟାଳୟରେ ପ୍ରଥମରୁ ଦଶମ ଯାଏ ଶ୍ରେଣୀ ରହିଛି ା ମୋଟ ୧୩୮ ଛାତ୍ରୀଛାତ୍ର ଏଠାରେ ପାଠ ପଢୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ନିଶାସେବନ ଯୁବସମାଜର ଭବିଷ୍ୟତକୁ କରିଦିଏ ନଷ୍ଟ: ନିଶାମୁକ୍ତ ସମାଜ ଆହ୍ବାନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩।୯(ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆଠାରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚବିଦ୍ୟାଳୟ ପରିସରରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri