ସମ୍ବଲପୁର-ତିଲେଇବଣି ରାସ୍ତାକାମ ନିମ୍ନମାନର

ସମ୍ବଲପୁର,୫।୧(ବ୍ୟୁରୋ): ୫୩ନଂ. ଜାତୀୟ ରାଜପଥର ସମ୍ବଲପୁର-ତିଲେଇବଣି ଚାରିଥାକିଆ ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ବରୁ ପୁଞ୍ଜିଲେଡ କମ୍ପାନୀ ଏହି କାମ ନେଇଥିବାବେଳେ ବିଭିନ୍ନ କାରଣରୁ ବନ୍ଦ କରିଦେଇଥିଲା। ଏବେ ଅନ୍ୟ ଏକ କମ୍ପାନୀ ନିର୍ମାଣ କାମ କରୁଛି। ସମୟ ଅବଧିଠାରୁ ବିଳମ୍ବ ହେଉଥିବାରୁ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କାମ ଶୀଘ୍ର ସାରିବାକୁ ତାଗିଦା କରାଯାଉଛି। ଏହାର ସୁଯୋଗ ନେଇ ଠିକା କମ୍ପାନୀ ତରବରିଆ ଭାବେ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ ସମ୍ବଲପୁର-ତିଲେଇବଣି ଓ ସମ୍ବଲପୁର-ଅନୁଗୋଳ ରାସ୍ତା ନିମ୍ନମାନର ସହ ବିଳମ୍ବ ହେଉଥିବା ନେଇ ଏନ୍‌ଏଚ୍‌ଏଆଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ୍‌କରୀଙ୍କୁ ପତ୍ର ଲେଖିଥିଲେ। ସ୍ଥାନୀୟ ଏନ୍‌ଏଚ୍‌ଏଆଇ ଅଫିସରେ ମଧ୍ୟ ଲୋକମାନେ ଅଭିଯୋଗ କରିଥିଲେ। ହେଲେ କମ୍ପାନୀ ତା’ କାମରେ କୌଣସି ପରିବର୍ତ୍ତନ କରି ନ ଥିବା ଅଭିଯୋଗ ହୋଇଛି। ମୋରମ ଓ ମାଟି ବଦଳରେ ପାହାଡ଼ ଭଳି ପାଉଁଶ (ଫ୍ଲାଏଆଶ୍‌) ବ୍ୟବହାର କରାଯାଉଛି। ନିକଟରେ ଥିବା ଏକ କମ୍ପାନୀ ମାଗଣାରେ ପାଉଁଶ ଯୋଗାଇ ଦେଉଥିବାରୁ ଠିକା କମ୍ପାନୀ ଏହାର ସୁଯୋଗ ନେଉଥିବା କୁହାଯାଉଛି।
ଅଭିଯୋଗ କ୍ରମେ ରାସ୍ତାରେ ପ୍ରାୟ ୧୦ ମିଟର ଗାତ ପୋତିବାକୁ ଥିଲେ ଫ୍ଲାଏଆଶ୍‌ ବ୍ୟବହାର କରାଯାଏ। ହେଲେ ଏହି ରାସ୍ତାରେ କେଉଁଠି ୧ ମିଟର, କେଉଁଠି ୨ ମିଟର ଗାତ ଥିଲେ ମଧ୍ୟ ଫ୍ଲାଏଆଶ୍‌ ବ୍ୟବହାର କରାଯାଉଛି। ପାଉଁଶ ପକାଇବା ସମୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଫଳରେ ତାହା ରାସ୍ତାକଡ଼ରେ ଥିବା ଦୋକାନ ଓ ଘର ମଧ୍ୟକୁ ପ୍ରବେଶ କରୁଛି। ପ୍ରତି ଅଧମିଟର ଫ୍ଲାଏଆଶ୍‌ ବିଛାଗଲେ ସେଥିରେ ପାଣି ସିଞ୍ଚନ କରି ରୋଲିଂ କରିବା କଥା। ପାଉଁଶ ଉପରେ ମାଟି ବିଛାଇ ରୋଲିଂ କରିବା ପରେ ପୁଣି ପାଉଁଶ ଦେବାର ନିୟମ ରହିଛି। ପ୍ରାୟ ୨୮ ପ୍ରତିଶତ ଆଦର୍‌ର ଥିବା ପାଉଁଶ ଉପରେ ରୋଲିଂ କରିବା ନିୟମ ଥିଲେ ମଧ୍ୟ ତାହା କରାଯାଉ ନାହିଁ। ଫଳରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।
ଅନ୍ୟପକ୍ଷେ ରାସ୍ତା ପାର ହୋଇ ଯାଉଥିବା ଜଳ ପ୍ରବାହଗୁଡ଼ିକ ବନ୍ଦ ହୋଇଯାଇଛି। ତୁମେସିଂହାଠାରେ ଏଭଳି ଘଟଣା ଦେଖାଯାଇଛି। ଅନେକ ସ୍ଥାନରେ କେନାଲ, ଡ୍ରେନ ପୋତି ହୋଇ ଯାଇଥିବାରୁ ପାଣି ଚଳାଚଳରେ ସମସ୍ୟା ଉପୁଜିଛି। ସେହିପରି ଡବ୍ଲ୍ୟୁଏମ୍‌ଏମ୍‌ ଓ ଜିଏସ୍‌ବିର ପରିମାଣ ଓ ମିଶ୍ରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଗେଟି, ମେଟାଲ, ସିମେଣ୍ଟ, ବାଲି ବ୍ୟବହାର କରାଯାଉ ନାହିଁ। ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କାମ ମଧ୍ୟ ନିମ୍ନମାନର କରାଯାଉଛି। ରାସ୍ତା ନିର୍ମାଣ ସମୟରେ ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବାବେଳେ ଡାଇଭର୍ସନ ଓ ସଚେତନତା ଫଳକ ଲଗାଯାଇ ନାହିଁ। ଫଳରେ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ମାନ ଯାଞ୍ଚ ପାଇଁ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ହେଲେ ଉକ୍ତ ଏଜେନ୍ସିର କର୍ମଚାରୀ କିମ୍ବା ଅଧିକାରୀ ନିୟମିତ କାର୍ଯ୍ୟ ତଦାରଖ କରୁନାହାନ୍ତି। ଏ ଦିଗରେ ଜାତୀୟ ରାଜପଥ ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏନ୍‌ଏଚ୍‌ ପିଡି ବିି. ଭେଙ୍କଟେଶ୍ୱର କହିଥିଲେ, ରାସ୍ତା ନିର୍ମାଣ ସମୟରେ ପାଉଁଶ ବ୍ୟବହାର କରିବାର ସ୍ବତନ୍ତ୍ର ନିୟମ ରହିଛି। ଏଥିରେ ବ୍ୟତିକ୍ରମ ହେଉଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ସମ୍ବଲପୁର-ତିଲେଇବଣି ରାସ୍ତା ଚାରିଥାକିଆ କରିବା ପାଇଁ ଆର୍ଥତ୍କବର୍ଷ ୨୦୧୬-୧୭ରୁ ଜମି ଅଧିଗ୍ରହଣ କାମ ସମ୍ପୂର୍ଣ୍ଣ ହୋଇଥିଲା। କେତେକ ସ୍ଥାନରେ ଜଙ୍ଗଲ ଜମିର ସମସ୍ୟା ରହିଥିବାବେଳେ ପ୍ରାୟ ସମସ୍ତ ଜମି ଏନ୍‌ଏଚ୍‌ଏଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ରାସ୍ତା ପାଇଁ ପ୍ରାୟ ୩୯୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri