ଲୁଣା ନଦୀବନ୍ଧ ରାସ୍ତା ୪୦ଫୁଟ୍‌ ଦବିଲା

ମାର୍ଶାଘାଇ/ଡ଼େରାବିଶ/ପାଟକୁରା,୬।୧୧(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ଲୁଣା-କରାଣ୍ଡିଆ ଦୀପାଞ୍ଚଳ ଜଳପୋକ ପଞ୍ଚାୟତର ପକ୍ଷଟ ଗ୍ରାମଠାରେ ଲୁଣା ନଦୀବନ୍ଧର ଦକ୍ଷିଣପାର୍ଶ୍ୱ ରାସ୍ତା ଶନିବାର ୪୦ ମିଟର ଦବି ଯାଇଛି ା ଫଳରେ ସେହି ରାସ୍ତାରେ ଯାତାୟତ ବନ୍ଦ ରହିଛି ା ଏହାକୁ ନେଇ ୨ ପଞ୍ଚାୟତବାସୀ ଯାତାୟତ ବନ୍ଦ ରହିଛି ା
ସୂଚନା ଅନୁଯାୟୀ, ପକ୍ଷଟଠାରେ ଲୁଣା ନଦୀବନ୍ଧ ରାସ୍ତାରେ ଶୁକ୍ରବାର ରାତିରେ ଏକ ସରୁ ଫାଟ ସୃଷ୍ଟି ହୋଇଥିଲା ା ଶନିବାର ସକାଳୁ ସେହି ଫାଟ କ୍ରମଶଃ ଚଉଡା ହୋଇ ପ୍ରାୟ ୪୦ ମିଟର ପର୍ଯ୍ୟନ୍ତ ତଳକୁ ଦବି ଯାଇଥିଲା ା ସେହି ରାସ୍ତା କେନ୍ଦ୍ରାପଡ଼ା ସଦର ମହକୁମାକୁ ଏକ ମାତ୍ର ଯାତାୟତ ପଥ ହୋଇଥିବାରୁ ସ୍ଥାନୀୟ ଲୋକେ ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି ା ପକ୍ଷଟ ଗ୍ରାମର ବିଶ୍ୱ ଭୂଷଣ ମହାନ୍ତି, ମେଘନାଦ ରାଉତ, ସୁରେଶ ଦଳାଇ ଓ ଶାନ୍ତିଲତା ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି, ଏହି ବନ୍ଧରୁ ନଦୀର ଦୂରତା ମାତ୍ର ୫ମିଟର ା ନଦୀପଠାରୁ ଦିନରାତି ବାଲି ଚାଲାଣ ଯୋଗୁ ବନ୍ଧ ଦୁର୍ବଳ ହୋଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ା ଜଳପୋକ ପଞ୍ଚାୟତର ପକ୍ଷଟ, ଜଳ ପୋକ, କଣିବାଙ୍କ, ଶ୍ରୁତିପୁର ଓ ପାଖ ବଙ୍ଗାଳପୁର ପଞ୍ଚାୟତର ଶିଶୁଆ-ସଠିଲ. ପୁରସ୍ତମପୁର ଗ୍ରାମର ଲୋକମାନେ ଏହି କାରଣରୁ ଚିନ୍ତାରେ ଅଛନ୍ତି ା ସେମାନଙ୍କ ଯାତାୟତ ପଥ ବନ୍ଦ ହୋଇଯାଇଥିବାରୁ ଗାଁରୁ ବାହାରକୁ ଆସି ପାରୁ ନାହାନ୍ତି ା ବନ୍ଧ ଦବିବା ସ୍ଥାନରୁ ୨ଶହ ମିଟର ପର୍ଯ୍ୟନ୍ତ ନଦୀ ପଟକୁ ଏକ ସରୁ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ା ବନ୍ଧ ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ଓ ପାନୀୟ ଜଳ ଯୋଗାଣ ପାଇପ ଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ା ପାଣି ଓ ବିଦ୍ୟୁତ୍‌ ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଖବର ପାଇ ଜଗତପୁର ନର୍ଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ ବେହେରା, ପୁନ୍ଦାଳ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ରାକେଶ ନାୟକ ଓ ତରତ ସେକ୍ସଶନ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ା ବର୍ତ୍ତମାନ ନଦୀ ବନ୍ଧ ରାସ୍ତାକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଯାତାୟତ ଉପଯୋଗୀ କରାଯିବ ା ଖୁବ୍‌ଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ା ଆମ ଡେରାବିଶ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ନଦୀବନ୍ଧ ସୁଦୃଢ଼ୀକରଣ ଯୋଜନାରେ ଏହି ନଦୀବନ୍ଧକୁ ସାମିଲ କରାଯାଇଥିଲା। ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ପକ୍ଷଟଠାରୁ କରିଲୋପାଟଣା ଯାଏ ନଦୀବନ୍ଧ ସଦୃଢ଼ୀକରଣ କରାଯାଇଥିଲା ା ନିମ୍ନମାନର କାର୍ଯ୍ୟ ପାଇଁ ଏହି ଯୋଜନା ଫେଲ୍‌ ମାରିଛି। ଏ ସଂକ୍ରାନ୍ତରେ କଟକ ନର୍ଥ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି ା ଲୁଣାନଦୀରେ ଜଳର ସ୍ରୋତ ଅଧିକ ଥିବାରୁ ବନ୍ଧ ପ୍ରତି ଏଭଳି ବିପଦ ସୃଷ୍ଟି ହୋଇଛି ା ଖୁବ୍‌ଶୀଘ୍ର ସେହି ନଦୀବନ୍ଧର ମରାମତି କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri