ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି ବୋଲି ଅଭିଯୋଗ ହୋଇଆସୁଛି। ହୋଟେଲ, ଢ଼ାବା, ଜଳଖିଆ ଦୋକାନର ବାସି ଓ ଦୂଷିତ ଖାଦ୍ୟ ଖାଇ ପେଟ ରୋଗ ଓ ଅନ୍ୟାନ୍ୟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୧ବର୍ଷ ମଧ୍ୟରେ ୨୩୯ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପେଟ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେସରକାରୀ ଭାବେ ସୂଚନା ମିଳିଛି। ଖାଦ୍ୟର ଗୁଣବତ୍ତା ନେଇ ପ୍ରଶ୍ନ କଲେ କେତେଜଣ ଦୋକାନୀ ଗ୍ରାହକମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଏପରି କି ମାରପିଟ କରୁଥିତ୍ବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କେତେଜଣ ଲାଭଖୋର ଉଠା ଓ ଅସ୍ଥାୟୀ ଦୋକାନୀ ଖାଦ୍ୟକୁ ବାହାରେ ରଖୁଥିଲେ ହେଁ ଘୋଡାଉ ନାହାନ୍ତି। ଖାଦ୍ୟ ଉପରେ ମାଛି ବସିବା ସହ ରାସ୍ତାର ଧୂଳି ପଡୁଛି। ପୁଣି ଦୋକାନୀମାନେ ବ୍ୟବହାର କରୁଥିବା ପାଣି ପାତ୍ର ମାସ ମାସ ଧରି ସଫା କରାଯାଉନାହିଁ। ଅନେକ ହୋଟେଲ ଓ ଢ଼ାବାରେ ବଳକା ଖାଦ୍ୟକୁ ଦୋରନ୍ଧା କରି ବିକ୍ରି କରାଯାଉଛି। ଅପରିଷ୍କାର ପରିବେଶରେ ଖାଦ୍ୟ ରନ୍ଧା ଯାଉଛି। ଅଇଁଠା ପାତ୍ରଗୁଡିକ ଠିକ୍‌ ଭାବେ ସଫା କରା ଯାଉନାହିଁ। ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥିଲେ ହେଁ ଏଥିପ୍ରତି ନଜର ଦିଆଯାଉ ନାହିଁ। ପୁଣି ନିମ୍ନମାନର, କମ୍‌ ଦାମର ତେଲ ବ୍ୟବହାର ଓ ପୋଡ଼ା ତେଲକୁ ବାରମ୍ବାର ବ୍ୟବହାର ରୋଗକୁ ଆମନ୍ତ୍ରଣ କରୁଛି। ବହୁ ହୋଟେଲ, ଢ଼ାବାରେ ଭାତ ଶୀଘ୍ର ହେବା ପାଇଁ ୟୁରିଆ ସାର, ମାଂସକୁ ସତେଜ ରଖିବା ପାଇଁ ଚୂନପାଣି ବ୍ୟବହାର କରାଯାଉଛି। ସେହିଭଳି ଗୁପଚୁପ୍‌, ଦହିବରା, ଆଳୁଦମରେ ବ୍ୟବହୃତ ଦୂଷିତ ପାଣି ରୋଗ ବଢ଼ାଉଛି। ଏନେଇ ଦଶପଲ୍ଲା ଅଞ୍ଚଳର ଋ଼ଷି ପ୍ରଧାନ କୁହନ୍ତି, ୩ ଦିନ ତଳେ ନୟାଗଡ଼ର ଏକ ହୋଟେଲରେ ଆମେ କେତେଜଣ ସାଙ୍ଗ ଖାଇବାକୁ ଯାଇଥିଲୁ। ଆମ ଭାତରୁ ଚୁଟି, ତରକାରୀରୁ ପଚା ଆଳୁ ବାହାରିଲା। ବାସି ମାଛ ଦେଇଥିବାରୁ ପ୍ରତିବାଦ କରିଥିଲୁ। ହେଲେ ଦୋକାନୀ କହିଲେ ପାଟି କରନି କିଛି ଟଙ୍କା କାଟି ଦେବୁ। ହେଲେ ପରେ ମୋର ଜଣେ ସାଙ୍ଗକୁ ମାରପିଟ୍‌ କରି କ’ଣ କରୁଛ କର ବୋଲି କହି ହେଟେଲରୁ କାଢ଼ି ଦେଇଥିଲେ। ଗୋପାଳପୁରର ଉର୍ମିିଳା ନାୟକ କୁହନ୍ତି, ଗତ ୧ମାସ ତଳେ ନୟାଗଡ଼ ଟ୍ରାଫିକ ଛକରେ ଓହ୍ଲାଇ ଏକ ହୋଟେଲରେ ଖାଇଥିଲି। ହେଲେ ବାସି ଖାଦ୍ୟ ମୋତେ ଦିଆଯାଇଥିଲା। ପ୍ରତିବାଦ କରିବାରୁ କ’ଣ କରୁଛ କର କହି ମୋ ସହ ଓଲଟା ପାଟିତୁଣ୍ଡ କରି ମୋ ମୁହଁ ବନ୍ଦ କରି ଦେଇଥିଲେ। ନୟାଗଡ଼ ଗୋଲେଇ ଟ୍ରାଫିକ ଛକ ଉପରେ ଥିବା ହୋଟେଲରେ ଲଗାମ ଲଗାଇବାକୁ ରାମଚନ୍ଦ୍ର ସାହୁ ନିବେଦନ କରିଛନ୍ତି। ଭାପୁରର ଭରତ ପ୍ରଧାନ କୁହନ୍ତି, ନୟାଗଡ଼ର ଜଗନ୍ନାଥ ହୋଟେଲରୁ ତାଡିଆ ଖାଉଥିଲି। ହେଲେ ତାଡିଆ ଭିତରୁ ଅସରପା ବାହାରିଲା। କହିବାରୁ ଅସରପା ଫୋପାଡି ଦେଇ କିଛି ନୁହଁ କହି ଖାଇବାକୁ ପରାମର୍ଶ ଦେଲେ। ଏପରିକି ମୋ ସହ ପାଟିତୁଣ୍ଡ କଲେ।
ନୟାଗଡ଼ର ଉମେଶ ସାହୁ କୁହନ୍ତି ହୋଟେଲ, ଢ଼ାବା, ଜଳଖିଆ ଦୋକାନ ଉପରେ ଲଗାମ ଦେବା ପାଇଁ ସ୍ବତନ୍ତ୍ର ଆଇନ ଅଣାଯିବା ଦରକାର। ଫୁଡ୍‌ ସେଫ୍ଟି ଅଫିସର ତାଗିଦ୍‌ ଏମାନଙ୍କୁ କାଟୁ କରୁନି। ନିମ୍ନମାନର ଖାଦ୍ୟ ସାମଗ୍ରୀ ଓ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଦ୍ୟ ନଁାରେ ଲୋକଙ୍କୁ ଅଖାଦ୍ୟ ପରଷୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଦରକାର। ଚଢ଼ାଉ, ଧରପଗଡ଼ ନ ଥିବାରୁ ଜିଲାର ୬ ସହର, ୮ ବ୍ଲକରେ ଭଲ ଖାଦ୍ୟ ମିଳୁ ନାହିଁ। ନୟାଗଡ଼ର ଜଣେ ପରିବା ଦୋକାନୀ କୁହନ୍ତି, ଅଧିକାଂଶ ହୋଟେଲ, ଢ଼ାବା ଓ ଜଳଖିଆ ଦୋକାନୀ ଶସ୍ତା ପନିପରିବା କିଣନ୍ତି। ପଚା, ଶୁଖିଲା ପନିପରିବାରେ ଖାଦ୍ୟ ତିଆରି ହେଲେ ଭଲ ଖାଦ୍ୟ ଆସିବ କୁଆଡୁ। ଆମେ ମଧ୍ୟ ନାଚାର। ବ୍ୟବସାୟକୁ ଆଖି ଆଗରେ ରଖି ମୋ ପରି କେତେଜଣ ପରିବା ବ୍ୟବସାୟୀ ଏପରି ପରିବା ହୋଟେଲ ପାଇଁ ରଖିଥାଉ। ଏନେଇ ଫୁଡ୍‌ ସେଫ୍ଟି ଅଫିସର ନବ କିଶୋର ସାହୁଙ୍କୁ ପ୍ରଶ୍ନ କରିବାରୁ ସେ କିଛି ନ କହି ଏଡାଇ ଯାଇଥିଲେ । ଜନସ୍ବାସ୍ଥ୍ୟ ଅଧିକାରିଣୀ ପୁଷ୍ପା ନିଳିମା ଲାକ୍ରା କୁହନ୍ତି, ଫୁଡ ସେପ୍ଟି ଅଫିସରଙ୍କୁ କହି ସହରର ଢ଼ାବା,ହୋଟେଲ ଓ ଜଳଖିଆ ଦୋକାନର ଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯିବ। ସାମ୍ପୁଲ ସଂଗ୍ରହ ହେବ। ତ୍ରୁଟି ଥିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri