ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି। ଉକ୍ତ ଅଞ୍ଚଳର ଜଣେ ଯୁବକ ଏହି ଚୋରାମଦ କାରବାର ରୋକିବାକୁ ଉଭୟ ପୋଲିସ ଓ ଅବକାରୀ ବିଭାଗକୁ ନିବେଦନ କରିଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ସେ ଉକ୍ତ ଭିଡିଓରେ କହୁଛନ୍ତି, ସିମନବାଡ଼ି ଅଞ୍ଚଳରେ ଚୋରାମଦ କାରବାର ଦିନକୁ ଦିନ ବୃଦ୍ଧି ପାଇଛି ତାକୁ ଶୀଘ୍ର ବନ୍ଦ କରିବା ଆବଶ୍ୟକ। କେଉଁମାନେ ଏହି ମଦ ବିକ୍ରି କରୁଛନ୍ତି ସେ ସେମାନଙ୍କ ନାମ ପ୍ରକାଶ କରିବାକୁ ମଧ୍ୟ ବିଭାଗକୁ ସହଯୋଗ କରିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ସିମନବାଡ଼ିରେ ନକଲି ମଦ ବିକ୍ରି ବୃଦ୍ଧି ପାଇଛି। ଏହାକୁ ରୋକିବା ଆବଶ୍ୟକ ନ ହେଲେ ଲୋକଙ୍କ ଜୀବନପ୍ରତି ବିପଦ ବଢ଼ିବା ଆଶଙ୍କା କରାଯାଇପାରେ ବୋଲି ସେ ଜଣାଇଛନ୍ତି। ଯୁବକ ଜଣକ ମାତ୍ର ୩୧ ସେକେଣ୍ଡର ଏହି ଭିଡିଓରେ ଆହୁରି କହିଛନ୍ତି, ଆମେ ଜାଣିଛୁ କେଉଁଠି ନା କେଉଁଠ ଏହି ଚୋରାମଦ କାରବାର ହେଉଛି। କେମିତି ଅବକାରୀ କିମ୍ବା ପୋଲିସ ଜାଣିପାରୁନି ସେ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ବ୍ଲକର ସିମନବାଡ଼ି ପଞ୍ଚାୟତର ତେଲିଛକ ସମେତ ଜୁଡ଼ାବାଡି, ରାଇକିଆ ରୋଡ୍‌, ଶିବମନ୍ଦିର ରୋଡ୍‌, ଦଡ଼ିବାଡ଼ି ସମେତ କିରିକୁଟି, ଶ୍ରାନିକେତା, ବୁଡ଼ାଗୁଡ଼ା ଆଦି ଅଞ୍ଚଳରେ ବେଧଡ଼କ ଚୋରା ମଦ କାରବାର ହେଉଛି। ବିଶେଷକରି ସିମନବାଡ଼ି ଅଞ୍ଚଳରେ ରାତି ୨ଟାରୁ ଭୋର୍‌ ୫ଟା ମଧ୍ୟରେ ମଦ୍ୟପଙ୍କ ମଦ ପାଇଁ ବଜାରରେ ଦେଖିବାକୁ ମିଳୁଥିବାବେଳେ ସରକାରୀ ଲାଇସେନ୍ସ ମଧ୍ୟ ଖୁଲମଖୁଲା ଚୋରା ମଦ କାରବାର କରାଯାଉଥିବା ଅଭିଯୋଗ ହେଉଛି। ସିମନବାଡ଼ି ଓ ବୁଡ଼ାଗୁଡ଼ା ପ୍ରମୁଖ ବ୍ୟବସାୟୀ ପେଣ୍ଠ ହୋଇଥିବାବେଳେ ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଲୋକମାନେ ଶହଶହ ମାର୍କେଟ ଉପରେ ନିର୍ଭର କରନ୍ତି। ହେଲେ ମଦ୍ୟପଙ୍କ ଉତ୍ପାତ ଯୋଗୁ ବଜାରକୁ ମହିଳାମାନେ ବିଶେଷକରି ବ୍ୟାଙ୍କକୁ ଆସିବାକୁ ଭୟ କରୁଥିବା ଜଣାପଡ଼ିଛି।

ଏନେଇ ଦାରିଙ୍ଗବାଡ଼ି ଅବକାରୀ ଓଆଇସି ପ୍ରକାଶ ଚନ୍ଦ୍ର ମଲିକଙ୍କୁ ପଚାରିବାରୁ ସେ ଏବେ ନୂଆରେ ଦାରିଙ୍ଗବାଡ଼ିରେ ନିଯୁକ୍ତି ପାଇଛନ୍ତି। କିଛି ମଦ ମାମଲା କରାଯାଇଛି। ଅଭିଯୋଗ ପାଇଲେ ନିଶ୍ଚିତ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଅବକାରୀ ବିଭାଗର କାର୍ଯ୍ୟ ଗୁଇନ୍ଦାଗିରି କରି ତଥ୍ୟ ସଂଗ୍ରହ କରିବା ବଦଳରେ ଅଭିଯୋଗର ଅପେକ୍ଷା କରିଥିବାରୁ ଏହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଆଗାମୀ ଦିନରେ ମହିଳାମାନେ ମଦ ବିରୋଧୀ ଅଭିଯାନ କରିବାକୁ ସଜବାଜ ହେଉଥିବା ଜଣାପଡିଛି। ଏହି ଚୋରାମଦ କାରବାର ବୃଦ୍ଧି ଯୋଗୁ ଅନେକ ପରିବାର ଏବେ ରୋଜଗାର ହରାଇ ଆର୍ଥିକ ଅନଟନ ଭିତରେ ଗତି କରୁଥିବା ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି। ଉକ୍ତ ପଞ୍ଚାୟତର ଲାଦାମାଲା ସମେତ ସଲାବାଡ଼ି, ଜୁଡ଼ାବାଡ଼ି ଆଦି ସାହିର ମହିଳାମାନେ ଆଗକୁ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?