ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ ସେମାନେ ସେଠାରେ ରୁଷୀୟ ସେନା ପାଇଁ ଯୁଦ୍ଧ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ରୁଷୀୟ ସେନାରେ ହେଲ୍ପର ଭାବେ କାମ କରୁଥିବା ଗୁଜରାଟର ୨୩ ବର୍ଷୀୟ ହମିଲ ମଙ୍ଗୁକିୟା ୟୁକ୍ରେନ୍‌ ସହ ଯୁଦ୍ଧରେ ସାମିଲ ଥିବାବେଳେ ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛନ୍ତି। ୨ ଦିନ ପୂର୍ବରୁ ତାଙ୍କ ପରିବାରକୁ ଏହି ଖବର ମିଳିଥିଲା। ମଙ୍ଗୁକିୟା ଏକ ଅନ୍‌ଲାଇନ ବିଜ୍ଞାପନ ଜରିଆରେ ରୁଷିଆରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ସେ ଗତ ଡିସେମ୍ବର ୧୪ରେ ଚେନ୍ନାଇରୁ ଯାଇ ମସ୍କୋରେ ପହଞ୍ଚତ୍ବା ପରେ ତାଙ୍କୁ ରୁଷିଆ ସେନାରେ ସହାୟକ ଭାବେ ନିଯୁକ୍ତ କରାଯାଇଥିଲା। କିଛିଦିନ ପୂର୍ବରୁ ପ୍ରଥମ ବେତନ ଭାବେ ୨.୩ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ହମିଲଙ୍କ ମୃତ୍ୟୁ ପରେ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଭାରତୀୟମାନେ ଆତଙ୍କିତ ହେବା ସହ ସ୍ବଦେଶ ଫେରିବା ପାଇଁ ରୁଷିଆରେ ଅବସ୍ଥାପିତ ଭାରତୀୟ ଦୂତାବାସ ନିକଟରେ ଆବେଦନ କରିଥିଲେ। ଏହି ଘଟଣାରେ ଭାରତ ବିଭିନ୍ନ ମହଲରେ ଅପଦସ୍ଥ ହେବା ପରେ ରୁଷିଆ ଉପରେ ଚାପ ପକାଇଥିଲା। ଶେଷରେ ରୁଷିଆ ସେନା ଭାରତୀୟମାନଙ୍କୁ ବିଦା କରିଦେଇଛି।
ଭାରତରେ ବେରୋଜଗାରି ବଢ଼ୁଥିବାରୁ କାମଧନ୍ଦା ନ ପାଇ ଯୁବବର୍ଗ ବିଦେଶମୁହଁା ହେଉଛନ୍ତି। ସେମାନେ ଅନେକ ସମୟରେ ଦଲାଲମାନଙ୍କ ଠକାମିର ଶିକାର ହେବା ସହ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଗତବର୍ଷ ନଭେମ୍ବରରୁ ରୁଷିଆ-ୟୁକ୍ରେନ୍‌ ସୀମାର ମାରିଉପୋଲ, ଖର୍କିଭ, ଡୋନେସ୍କ, ରୋସ୍ତଭ-ଅନ୍‌-ଡନ୍‌ରେ ପ୍ରାୟ ୧୮ ଜଣ ଭାରତୀୟ ଫସିରହିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କେତେଜଣ ରୁଷିଆ ସେନାରେ ସହାୟକ ଭାବେ ୟୁକ୍ରେନ୍‌ ଯୁଦ୍ଧରେ ସାମିଲ ଥିଲେ। ହାଇଦ୍ରାବାଦର ଜଣେ ଯୁବକ ରୁଷିଆ ସେନାରେ ସାମିଲ ହୋଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ କରୁଥିବାରୁ ତାଙ୍କୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଜଣାଇଥିଲେ। ଗତ ମାସ ୨୫ରେ ଓଓ୍ବାଇସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ମସ୍କୋରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖି ରୁଷିଆରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। କେବଳ ହାଇଦ୍ରାବାଦ ନୁହେଁ, ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରୁ ଯୁବକମାନେ ରୁଷିଆ ସେନାରେ ନିୟୋଜିତ ହୋଇଥିବା ଜଣାପଡ଼ିଥିଲା। ମସ୍କୋ ସହ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏନେଇ ଯୋଗାଯୋଗରେ ରହିଥିବା ଗତ ସପ୍ତାହରେ ଏହାର ମୁଖପାତ୍ର ରଣଧୀର ଜୟସ୍ବାଲ କହିଥିଲେ। ଭାରତୀୟମାନଙ୍କୁ ୟୁକ୍ରେନ୍‌ର ଯୁଦ୍ଧ ଅଞ୍ଚଳଠାରୁ ଦୂରେଇ ରହିବା ସହ ସତର୍କ ହେବାକୁ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ମାମଲାକୁ ରୁଷୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ଭାବେ ଉଠାଯାଇଥିଲା। ସେହିପରି ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଥିବା ମାମଲାଗୁଡ଼ିକୁ ନୂଆଦିଲ୍ଲୀରେ ଥିବା ରୁଷିଆ ଦୂତାବାସକୁ ଜଣାଇ ଦିଆଯାଇଥିଲା। ଫଳରେ ରୁଷୀୟ ସେନାରୁ ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri