୬ଷ୍ଠ ଥର ହାତେଇବାକୁ ଶାସକ ଦଳର ରଣନୀତି

ଫୁଲବାଣୀ,୨୭।୧୨(ରାକେଶ କୁମାର ରାଉତ): ଶାସକ ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ କନ୍ଧମାଳ ଜିଲା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ହାତରେ ରଖିଆସିଛି।ଏଥର ୬ଷ୍ଠ ପାଳିରେ ମଧ୍ୟ ବିଜେଡି ଏହି ସିଟ୍‌କୁ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରିଚାଲିଛି। କିନ୍ତୁ ଦଳ ପୁଣି ନୂଆ ନା ପୁରୁଣା ମୁହଁଙ୍କୁ ସୁଯୋଗ ଦେବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସେପଟେ ବିରୋଧୀ ଭାଜପା ଏବଂ କଂଗ୍ରେସର ରାଜନୈତିକ ତତ୍ପରତା ସେଭଳି ଦୃଷ୍ଟିଗୋଚର ହେଉନାହିଁ। କହିବାକୁ ଗଲେ ଭାଜପାରେ କିଛି ନୂଆ ମୁହଁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ସ୍ଥିତି ଅସ୍ପଷ୍ଟ ରହିଛି।
ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ। ଏହା ଫୁଲବାଣୀ ପୌରପାଳିକା ସମେତ ଫୁଲବାଣୀ, ଫିରିଙ୍ଗିଆ, ଖଜୁରିପଡ଼ା ଓ ଚକାପାଦ ବ୍ଲକକୁ ନେଇ ଗଠିତ। ପୂର୍ବରୁ କଂଗ୍ରେସର ଗଡ଼ ଭାବେ ପରିଚିତ ଏହି କ୍ଷେତ୍ରକୁ ୨୦୦୦ ମସିହାରୁ ବିଜେଡି ନିଜ ଅକ୍ତିଆରରେ ରଖି ତା’ର ପ୍ରଭାବ ବିସ୍ତାର କରିଚାଲିଛି। ଗତ ତିନୋଟି ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଭାଜପା କ୍ରମାଗତ ଶକ୍ତି ବୃଦ୍ଧି କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛି। ପଦ୍ମନାଭ ବେହେରା ଏଠାରୁ ଦୁଇ ଥର ବିଧାୟକ ହୋଇ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ସେ ୧୯୯୦ରେ ଜନତା ଦଳ ଓ ୨୦୦୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବୀରମହାରାଜପୁର ଯିବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ଏହି ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀମାନେ ବାରମ୍ବାର ବିଜୟୀ ହୋଇଆସୁଛନ୍ତି। ପଦ୍ମନାଭଙ୍କ ପରେ ୨୦୦୯ରେ ଦେବେନ୍ଦ୍ର କହଁର, ୨୦୧୪ରେ ଦୁଗୁନି କହଁର ଓ ୨୦୧୯ରେ ଅଙ୍ଗଦ କହଁର ଦଳୀୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ଏଭଳି ସ୍ଥିତିରେ ବର୍ତ୍ତମାନର ବିଧାୟକ ଅଙ୍ଗଦଙ୍କୁ ଦଳ ପୁନର୍ବାର ସୁଯୋଗ ଦେବା ଭଳି ଦେଖାଯାଉନାହିଁ ବୋଲି ଆଲୋଚନା ହେଉଛି। ଦୁଗୁନି ସମ୍ଭବତଃ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛନ୍ତି। କାରଣ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ବାକି ରହିଲେ ଫୁଲବାଣୀ ଅଞ୍ଚଳର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ବିଗତ ଦୁଇଟି ସାଧାରଣ ନିର୍ବାଚନରେ ସେ ଆଶାୟୀ ଥିଲେ ମଧ୍ୟ ଦଳୀୟ ଟିକେଟ ହାତେଇପାରି ନ ଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରୟାସ ଜାରି ରଖିଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ଫୁଲବାଣୀ ବ୍ଲକରୁ କେବଳ ଦେବେନ୍ଦ୍ରଙ୍କୁ ବାଦ୍‌ ଦେଲେ ବିଜେଡି ସବୁ ନିର୍ବାଚନରେ ଫିରିଙ୍ଗିଆ ବ୍ଲକରୁ ହିଁ ପ୍ରାର୍ଥୀ ଚୟନ କରିଛି। ତେଣୁ ଆଗାମୀ ନିର୍ବାଚନରେ ଏହି ଧାରା ବଦଳିବ କି ଅପରିବର୍ତ୍ତିତ ରହିବ, ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜାରି ରହିଛି। ଫିରିଙ୍ଗିଆ ବଡ଼ ବ୍ଲକ ହୋଇଥିବା ବେଳେ ପଦ୍ମନାଭ ବେହେରାଙ୍କ ଏହା ନିଜସ୍ବ ଅଞ୍ଚଳ। ଏବେ ବି ଜିଲା ରାଜନୀତିରେ ତାଙ୍କ ପ୍ରଭାବ ରହିଛି। ଆଗାମୀ ପ୍ରାର୍ଥୀ ମଧ୍ୟ ଏଠାରୁ ହେବା କିଛି ଅସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି। ବିଜୟ ସମ୍ଭାବନା ଦୃଷ୍ଟିରୁ ଅନ୍ୟ ଦଳ ଅପେକ୍ଷା ବିଜେଡି ଆଗୁଆ ରହିଛି।
ଗତ ପଞ୍ଚାୟତ ନିର୍ବାଚନରେ ୬ଟି ଜିଲା ପରିଷଦ ଆସନ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ଭାଜପାକୁ ଦୁଇଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନ ଥିଲା। ୧୯୮୫ରେ ଶେଷଥର ପାଇଁ ଅଭିମନ୍ୟୁ ବେହେରା କଂଗ୍ରେସ ପ୍ରାର୍ଥୀ ହିସାବରେ ଫୁଲବାଣୀ ବିଧାୟକ ହୋଇଥିଲେ। ତା’ ପରଠାରୁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଗତ ସମସ୍ତ ନିର୍ବାଚନରେ କଂଗ୍ରେସ ନୂଆ ନୂଆ ପ୍ରାର୍ଥୀଙ୍କୁ ନେଇ ପରୀକ୍ଷା କରିଛି। କିନ୍ତୁ ସଫଳ ହୋଇନାହିଁ। ୨୦୨୪ ପାଇଁ ମଧ୍ୟ ଦଳରେ କୌଣସି ଉଦୀୟମାନ ପ୍ରାର୍ଥୀ ଦେଖାଯାଉ ନ ଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ତୁଳନାରେ ଭାଜପାର ଭୋଟ ହାର ଅପେକ୍ଷାକୃତ ଭଲ ଥିଲେ ମଧ୍ୟ କିଏ ପ୍ରାର୍ଥୀ ହେବେ, ତାହା ଏବେ ସମସ୍ତଙ୍କ ଅଗୋଚରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri