ଆର୍‌ଟିଓ ଘେରିଲା ମୋଟର ସଂଘ

ବାଲେଶ୍ୱର ଅଫିସ, ୧।୪

ବାଲେଶ୍ୱର ଜିଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)କୁ ଗୁରୁବାର ବାଲେଶ୍ୱର ମୋଟର ସଂଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ଓ ଅଡିଟ୍‌ ସରିଥିବା ଫାଇଲ୍‌କୁ ରି-ଓପନ୍‌ କରି ମନଇଚ୍ଛା ଲାଞ୍ଚ ନେବା ଅଭିଯୋଗରେ ଘେରାଉ କରାଯାଇଥିଲା। ଜିଲାରେ ଚଳାଚଳ ହେଉଥିବା ବସ୍‌ଗୁଡ଼ିକରୁ ବିଭିନ୍ନ ଆଳ ଦେଖାଇ ଜରିମାନା ଆଦାୟ କରୁଥିବା ଅଭିଯୋଗରେ ସଂଘ ସଦସ୍ୟମାନେ ଆର୍‌ଟିଓ ଅଫିସ୍‌ ପରିସରରେ ହୋହଲ୍ଲା କରିଥିଲେ। କାର୍ଯ୍ୟାଳୟକୁ ଘେରାଉ କରିବା ସହ କିଛି ସମୟ ଧରି ଗେଟ୍‌ ବନ୍ଦ କରିଦେଇଥିଲେ। ଆର୍‌ଟିଓଙ୍କ ବଦଳି ସହ ଏପରି କାର୍ଯ୍ୟରୁ ବିଚ୍ୟୁତି ରହିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲା। ଉଭୟ ସଂଘ ମାଲିକ ଏବଂ ଆର୍‌ଟିଓଙ୍କ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ମୋଟର ସଂଘର ସମ୍ପାଦକ ଅଜୟ ବିଶ୍ୱାଳ କହିଛନ୍ତି, ଆର୍‌ଟିଓ ଅଫିସ୍‌ରେ ଅରାଜକତା ବଢ଼ିଛି। ବସ୍‌ ମାଲିକମାନେ ଅପମାନିତ ହେଉଛନ୍ତି। ଗାଡ଼ିର ସାମାନ୍ୟ ତ୍ରୁଟି ଦେଖି ବାରମ୍ବାର ଫେରାଉଛନ୍ତି। ପଇସା ନ ଦେଲେ କିଛି କାମ ହେଉ ନାହଁି। ପ୍ରତ୍ୟେକ ବସ୍‌ ମାଲିକଙ୍କୁ ୫ହଜାରରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଜାଣିଶୁଣି କରାଉଛନ୍ତି। ବାହାର ଗାଡ଼ିକୁ ଜରିମାନା କରୁନାହାନ୍ତି। ଗୁରୁବାର ୪୦ରୁ ୫୦ହଜାର ଟଙ୍କା ବିଭିନ୍ନ ଗାଡ଼ି ଉପରେ ଜରିମାନା କରାଯାଇଛି। ଆର୍‌ଟିଓଙ୍କ ବଦଳି ସହ ଅନିୟମିତ ଭାବେ ହୋଇଥିବା ଜରିମାନାକୁ ପ୍ରତ୍ୟାହାର ଦାବି କରିଛନ୍ତି। ଆର୍‌ଟିଓ ରଶ୍ମିରଞ୍ଜନ ଦଳ ବେହେରା କହିଛନ୍ତି, ୮ରୁ ୧୦ଦିନ ପୂର୍ବରୁ ବିଭାଗ ପକ୍ଷରୁ ମିଳିଥିବା ନିର୍ଦ୍ଦେଶ ଏବଂ ଲୋକଙ୍କ ଅଭିଯୋଗ ଅନୁସାରେ ଗାଡ଼ି ତଦନ୍ତ କରାଯାଉଛି। ବସ୍‌ଗୁଡ଼ିକରେ କୌଣସି ନିର୍ଦ୍ଧାରିତ ଦରର ସୂଚୀ ନ ଲଗାଯାଇ ମନ ଇଚ୍ଛା ଭଡ଼ା ନିଆଯାଉଛି। ସେଥିପାଇଁ ବସ୍‌ଗୁଡ଼ିକର ଚେକିଂ ଜାରି ରହିଛି। ୬ରୁ ୭ଟି ବସ୍‌ ଚେକିଂ କରାଯାଇ ଫାଇନ୍‌ କରାଯାଇଛି। ବସ୍‌ଗୁଡ଼ିକ ଅଧିକ ଭଡ଼ା ନେବା ସହ ଟଙ୍କା ନେଇ ଟିକେଟ ନ ଦେବା ଭଳି ଘଟଣାରେ ଜରିମାନା କରାଯାଇଛି। କିନ୍ତୁ ବସ୍‌ ଆସୋସିଏଶନ ପକ୍ଷରୁ ହୋଇଥିବା ଅଭିଯୋଗ ଭିତ୍ତିହୀନ। ଫିଟନେସ୍‌ ଓ ପରମିଟ୍‌ରେ କାହାରିକୁ ହଇରାଣ କରାଯାଏ ନାହଁି କିମ୍ବା ଲାଞ୍ଚ ନିଆ ଯାଏ ନାହଁି ବୋଲି ସ୍ପଷ୍ଟ କରିଛନ୍ତି। ଅଭିଯୋଗର ସତ୍ୟାସତ୍ୟ ନାହଁି। ଯଦି ପ୍ରମାଣ ହୁଏ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri