Categories: ଜାତୀୟ

ବିମାନବନ୍ଦରରେ ଆର୍‌ଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୨ା୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ସମେତ ସମସ୍ତ ୟୁରୋପୀୟ ଦେଶଗୁଡ଼ିକରୁ ଭାରତ ଆସୁଥିବା ଯାତ୍ରୀ କ୍ୱାରାଣ୍ଟାଇନରେ ରହିବା ପୂର୍ବରୁ ସେମାନଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରିହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଅର(ଏସ୍‌ଓପି) ଅନୁସାରେ ସମସ୍ତ ଯାତ୍ରୀଙ୍କ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କରୋନା ପରୀକ୍ଷା ବାଧ୍ୟତାମୂଳକ ହେବ ବୋଲି ସୂଚନା ଦିଆଯାଇଛି। ଫେବୃୟାରୀ ୧୭ ତାରିଖରେ ଜାରି ଏସ୍‌ଓପି ଅନୁସାରେ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଲେ ମଧ୍ୟ ଯାତ୍ରୀମାନେ ୭ ଦିନିଆ କ୍ୱାରାଣ୍ଟାଇନରେ ରହିବେ। ୭ ଦିନ ପରେ ପୁଣି କରୋନା ପରୀକ୍ଷା କରାଯାଇ ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ସେମାନେ ଘରକୁ ଯାଇପାରିବେ। ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯିବ।

Share