ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉନି: ଅସମ୍ଭାଳ ସ୍ଥିତିରେ କରୋନା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି। ବେକାବୁ ସ୍ଥିତିର ମୁକାବିଲା କରିବା ପାଇଁ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ମୁଖ୍ୟ ଆଧାର। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ଖୁବ୍‌ କମ୍‌ ସମୟ ମଧ୍ୟରେ ମିଳିଯାଉଥିବାରୁ ଏହାକୁ ଅଧିକାଂଶ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆଣ୍ଟିଜେନ୍‌ ପରୀକ୍ଷାରେ ନେଗେଟିଭ ଆସୁଥିବା ରିପୋର୍ଟ ଆର୍‌ଟି-ପିସିଆରରେ ପଜିଟିଭ ଆସୁଥିବା ଅଭିଯୋଗ ହେଉଛି। ଏସବୁ ସତ୍ତ୍ୱେ ଜିଲାରେ ଆର୍‌ଟି-ପିସିଆର୍‌ ଅପେକ୍ଷା ଆଣ୍ଟିଜେନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଥିବା ବେଳେ ବିଭିନ୍ନ ବ୍ଲକରେ କେବଳ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ଏବେ ଆର୍‌ଟି-ପିସିଆର୍‌ ୬ଶହ ଟାର୍ଗେଟ୍‌ ରଖାଯାଇଥିବା ବେଳେ ଆଣ୍ଟିଜେନ୍‌ ପରୀକ୍ଷା ୧୪ଶହ ରଖାଯାଇଛି। ପ୍ରତିଦିନ ହସ୍‌ପିଟାଲକୁ ଯେକୌଣସି ଲୋକ ଆସିଲେ ପ୍ରଥମେ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ତା’ପରେ ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଥାଇ ଲକ୍ଷଣ ଦେଖାଗଲେ ହିଁ ଆର୍‌ଟି-ପିସିଆର୍‌ ପରୀକ୍ଷା କରିବାକୁ କୁହାଯାଉଛି ବୋଲି କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ସୂଚନା ମିଳିଛି। ତେବେ ଜିଲାରେ ଥିବା ଆର୍‌ଟିପିସିଆର୍‌ ଟାର୍ଗେଟ୍‌ ଅନୁସାରେ ପରୀକ୍ଷା ହେଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ହସ୍‌ପିଟାଲରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଅପେକ୍ଷା ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ବାହାର ରାଜ୍ୟର ଟିକେଟ୍‌ ନ ହେଲେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିମ୍ବା କଣ୍ଟ୍ରୋଲ ରୁମ୍‌ର ଅନୁମତି ଥିଲେ ହିଁ ପରୀକ୍ଷା ହୋଇପାରିବ। ନ ହେଲେ କେବଳ ଆଣ୍ଟିଜେନ୍‌ ପରୀକ୍ଷା କରି ଛାଡ଼ି ଦେଉଛନ୍ତି। କିନ୍ତୁ ଆର୍‌ଟି-ପିସିଆର୍‌ ପରୀକ୍ଷା ବହୁତ କମ୍‌ କରାଯାଉଛି। ଯେଉଁଥିପାଇଁ କେତେ ପଜିଟିଭ୍‌ ତାହା ସ୍ପଷ୍ଟ ଜଣାପଡୁନି। ବେଳେ ବେଳେ ଲକ୍ଷଣ ଥାଇ ବି ଆର୍‌ଟି-ପିସିଆର ପରୀକ୍ଷା ନ କରି ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ଅନ୍ୟ ଜିଲାରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବାଲେଶ୍ୱର ଜିଲାରେ ଆଣ୍ଟିଜେନ୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେବେ କରୋନା ମହାମାରୀର ବୃଦ୍ଧିକୁ ଦେଖି ଜିଲାରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଅଧିକ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।
ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଡା. ସୁଭ୍ରଜିତ୍‌ ଗିରିଙ୍କ ସୂଚନା ଅନୁସାରେ, ଗତ ୧୬ ତାରିଖରେ ୨୨୩୬ଟି ଆଣ୍ଟିଜେନ୍‌ ଏବଂ ୩୬୪ଟି ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥିଲା। ୧୭ରେ ୨୦୦୯ଟି ଆଣ୍ଟିଜେନ, ୪୬୮ ଆର୍‌ଟି-ପିସିଆର୍‌, ୧୮ରେ ୧୧୬୯ଟି ଆଣ୍ଟିଜେନ୍‌, ୫୦୩ଟି ଆର୍‌ଟି-ପିସିଆର୍‌ ଏବଂ ୧୯ରେ ୨୩୪୪ ଆଣ୍ଟିଜେନ୍‌, ୪୮୨ଟି ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଛି। ଆଣ୍ଟିଜେନ୍‌ ପରୀକ୍ଷା ୨୪ ଘଣ୍ଟିଆ କରାଯାଉଥିବା ବେଳେ ଆର୍‌ଟି-ପିସିଆର୍‌ ପରୀକ୍ଷା ସକାଳ ୯ରୁ ୫ଟା ଯାଏ କରାଯାଉଛି। ବାକି ଅଧିକ ଗୁରୁତର କେସ୍‌ ଆସିଲେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥାଏ। ଯେହେତୁ ଆଣ୍ଟିଜେନ୍‌ ପରୀକ୍ଷାରେ ୧୫ମିନିଟ୍‌ରେ ରିପୋର୍ଟ ବାହାରୁଛି ସେଥିପାଇଁ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବ କହିଛନ୍ତି ଯେ, ଯେତିକି ଟାର୍ଗେଟ୍‌ ଅଛି ସେତିକି ପରୀକ୍ଷା କରାଯାଉଛି। ମାର୍ଚ୍ଚ ୧୭ରେ ଦିନକୁ ୩ଶହ ଆର୍‌ଟି-ପିସିଆର୍‌ ଏବଂ ଆଣ୍ଟିଜେନ୍‌ ୧୭୦୦ଟି ପରୀକ୍ଷା ପାଇଁ ଟାର୍ଗେଟ୍‌ ଥିଲା। ଏପ୍ରିଲ ୧୭ରେ ଆସିଥିବା ଗାଇଡ୍‌ଲାଇନ୍‌ ଅନୁସାରେ ବର୍ତ୍ତମାନ ଜିଲାରେ ୬୦୦ ଆର୍‌ଟି-ପିସିଆର୍‌ ଏବଂ ଆଣ୍ଟିଜେନ୍‌ ପରୀକ୍ଷା ୧୪୦୦ ଟାର୍ଗେଟ୍‌ ରହିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ଏତିକି ଲେଖାଏଁ ପରୀକ୍ଷା କରୁଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri