Posted inଖେଳ

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌ ସ୍ମିଥଙ୍କ ନେତୃତ୍ୱାଧୀନ ରୟାଲ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୬ ରନରେ ପରାସ୍ତ କରିଛି। ରୟାଲ୍ସ ଚମତ୍କାର ବ୍ୟାଟିଂ କରି ୨୦ ଓଭରରେ ୨୧୬ ରନ କରିଥିଲା। ଜବାବରେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା। ରୟାଲ୍ସ ଇନିଂସରେ ୧୭ ଛକା, ୯ ଚୌକା ଏବଂ ଚେନ୍ନାଇ ଇନିଂସରେ ୧୬ ଛକା, ୯ ଚୌକା ଦେଖିବାକୁ ମିଳିଥିଲା।
ବଡ଼ ସ୍କୋରର ପିଛା କରିଥିବା ଚେନ୍ନାଇ ଭଲ ଆରମ୍ଭ କରିଥିଲେ ହେଁ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଓପନିଂ ଯୋଡ଼ିରେ ୪୦ ବଲ୍‌ରୁ ୫୬ ରନ ଯୋଗପରେ ନିର୍ଭରଯୋଗ୍ୟ ଶେନ ଓ୍ବାଟସନ ଆଉଟ ହୋଇଥିଲେ। ୨୧ଟି ବଲ୍‌ ଖେଳି ୧ ଚୌକା ଓ ୪ ଛକା ସହାୟତାରେ ସେ ୩୩ ରନ କରିଥିଲେ। ପରେ ମୁରଲୀ ବିଜୟ ୨୧(୨୧ ବଲ, ୩ ଚୌକା), ସାମ୍‌ କୁରାନ ୧୭(୬ ବଲ, ୧ ଚୌକା, ୨ ଛକା), ଋତୁରାଜ ଗାଏକ୍ୱାଡ ଡକ୍‌(୦) ଓ କେଦାର ଯାଦବ ୨୨(୧୬ ବଲ, ୩ ଚୌକା)ରେ ଆଉଟ ହେବାରୁ ଚେନ୍ନାଇ ଇନିଂସ ୧୩.୪ ଓଭର ବେଳକୁ ୧୧୪/୫ ହୋଇ ଯାଇଥିଲା। ଶେଷ ଭାଗରେ ଫାଫ୍‌ ଡୁପ୍ଲେସି ଷ୍ଟୋକ୍‌ପୂର୍ଣ୍ଣ ବ୍ୟାଟିଂ କରି ମ୍ୟାଚକୁ ଆକର୍ଷଣୀୟ କରିଥିଲେ। ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ୩୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡୁପ୍ଲେସି ୧ ଚୌକା ଓ ୭ ଛକା ସହାୟତାରେ ସର୍ବାଧିକ ୭୨ ରନ କରି ୧୯ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ଶେଷ ଓଭରରେ ଧୋନୀ ୩ ଛକା ମାରିବାରୁ ଚେନ୍ନାଇ ସ୍କୋର ୨୦୦ ସ୍ପର୍ଶ କରିଥିଲା। ସେ ୧୭ ବଲ୍‌ରୁ ୨୯ ଓ ରବୀନ୍ଦ୍ର ଜାଡେଜା ୧ ରନରେ ଅପରାଜିତ ରହିଥିଲେ।
ରୟାଲ୍ସ ପକ୍ଷରୁ ରାହୁଲ ଟଓ୍ବୋଟିଆ ସର୍ବାଧିକ ୩ଟି ଏବଂ ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଳ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ
ମ୍ୟାଚରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଯୁବ ଓପନର ଯଶସ୍ବୀ ଜୟସ୍ବାଲ ମାତ୍ର ୬ ରନ କରି ଆଉଟ ହେବାରୁ ରାଜସ୍ଥାନ ୧୧ ରନରେ ପ୍ରଥମ ଉଇକେଟ ହରାଇଥିଲା। ମାତ୍ର ଏହାର ପ୍ରଭାବ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କ ଉପରେ ପଡ଼ି ନ ଥିଲା। ସଞ୍ଜୁ ସାମ୍‌ସନ କ୍ରିଜକୁ ଆସି ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଅଭିଜ୍ଞ ଅଧିନାୟକ ଷ୍ଟିଭେନ ସ୍ମିଥ। ଚେନ୍ନାଇ ବୋଲରଙ୍କୁ ଧୁଲେଇ କରି ଦ୍ୱିତୀୟ ଉଇକେଟ ଯୋଡ଼ିରେ ଏ ଦୁହେଁ ୧୨୧ ରନର ଭାଗୀଦାରି ଗଢ଼ିଥିଲେ। ସାମସନ ମାତ୍ର ୧୯ ବଲ୍‌ରୁ ୫୦ ରନ ପୂରଣ କରିବାରୁ ରାଜସ୍ଥାନ ୯ ଓଭରରେ ମାତ୍ର ୧ ଉଇକେଟ ହରାଇ ୧୦୦ ସ୍କୋର ସ୍ପର୍ଶ କରିଥିଲା। ୩୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସାମ୍‌ସନ ୧ ଚୌକା ଓ ୯ ଛକା ସହାୟତାରେ ୭୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୨ତମ ଓଭରର ୪ର୍ଥ ବଲ୍‌ରେ ଦୀପକ ଚହରଙ୍କ ହାତରେ କ୍ୟାଚ କରାଇ ଲୁନ୍‌ଗି ଏନ୍‌ଗିଡି ଚେନ୍ନାଇକୁ ଏହି ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ଡେଭିଡ ମିଲର ଖାତା ଖୋଲିବା ପୂର୍ବରୁ, ରବିନ ଉଥପ୍ପା ୫, ରାହୁଲ ଟଓ୍ବୋଟିଆ ୧୦ ଓ ରିୟାନ ପରାଗ ୬ ରନ କରି ଆଉଟ ହେବାରୁ ୧୭ ଓଭର ବେଳକୁ ଚେନ୍ନାଇ ସ୍କୋର ୧୭୩/୬ ହୋଇ ଯାଇଥିଲା। ଇନିଂସ ଓପନ କରିଥିବା ସ୍ମିଥ ଏଠାରେ ସ୍ବାଭାବିକ ଢଙ୍ଗରେ ଖେଳି ସ୍କୋରକୁ ଆଗେଇ ନେଇଥିଲେ। ୧୯ତମ ଓଭର ବୋଲିଂ କରିଥିବା ସାମ୍‌ କୁରାନଙ୍କ ଦ୍ୱିତୀୟ ବଲ୍‌ରେ ସେ କେଦାର ଯାଦବଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ସ୍ମିଥ ୪୭ ବଲ୍‌ରୁ ୪ଚୌକା ଓ ୪ ଛକା ସହାୟତାରେ ୬୯ ରନ କରିଥିଲେ। ସ୍ମିଥ ଆଉଟ ହେବାରୁ ରାଜସ୍ଥାନ ସ୍କୋର ୨୦୦ ଟପିବା ଆଶା ମଉଳିଥିଲା। ମାତ୍ର ଶେଷ ଓଭରରେ ଅବିଶ୍ୱସନୀୟ ବ୍ୟାଟିଂ କରିଥିଲେ ଜୋଫ୍ରା ଆର୍ଚର। ଏନ୍‌ଗିଡିଙ୍କ ଏହି ଓଭରରେ ସେ ୪ ଛକା ମାରି ଟମ୍‌ କୁରାନଙ୍କ ସହ ୩୦ ରନ ସଂଗ୍ରହ କରିଥିଲେ। ନର୍ଭସ ହୋଇଥିବା ଏନଗିଡ଼ିଙ୍କ ଏହି ଓଭର ୧୦ ବଲ୍‌ ବିଶିଷ୍ଟ ହୋଇଥିଲା। ଆର୍ଚର ୮ ବଲ୍‌ରୁ ୨୭ ରନ କରି ଅପରାଜିତ ରହିବାରୁ ରାଜସ୍ଥାନ ସ୍କୋର ୨୧୬ରେ ପହଞ୍ଚତ୍ ଯାଇଥିଲା। ଚେନ୍ନାଇ ପକ୍ଷରୁ ସାମ୍‌ କୁରାନ ସର୍ବାଧିକ ୩ଟି ଏବଂ ଦୀପକ ଚହର, ଏନ୍‌ଗିଡି ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri