Posted inଖେଳ

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌ ସ୍ମିଥଙ୍କ ନେତୃତ୍ୱାଧୀନ ରୟାଲ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୬ ରନରେ ପରାସ୍ତ କରିଛି। ରୟାଲ୍ସ ଚମତ୍କାର ବ୍ୟାଟିଂ କରି ୨୦ ଓଭରରେ ୨୧୬ ରନ କରିଥିଲା। ଜବାବରେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା। ରୟାଲ୍ସ ଇନିଂସରେ ୧୭ ଛକା, ୯ ଚୌକା ଏବଂ ଚେନ୍ନାଇ ଇନିଂସରେ ୧୬ ଛକା, ୯ ଚୌକା ଦେଖିବାକୁ ମିଳିଥିଲା।
ବଡ଼ ସ୍କୋରର ପିଛା କରିଥିବା ଚେନ୍ନାଇ ଭଲ ଆରମ୍ଭ କରିଥିଲେ ହେଁ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଓପନିଂ ଯୋଡ଼ିରେ ୪୦ ବଲ୍‌ରୁ ୫୬ ରନ ଯୋଗପରେ ନିର୍ଭରଯୋଗ୍ୟ ଶେନ ଓ୍ବାଟସନ ଆଉଟ ହୋଇଥିଲେ। ୨୧ଟି ବଲ୍‌ ଖେଳି ୧ ଚୌକା ଓ ୪ ଛକା ସହାୟତାରେ ସେ ୩୩ ରନ କରିଥିଲେ। ପରେ ମୁରଲୀ ବିଜୟ ୨୧(୨୧ ବଲ, ୩ ଚୌକା), ସାମ୍‌ କୁରାନ ୧୭(୬ ବଲ, ୧ ଚୌକା, ୨ ଛକା), ଋତୁରାଜ ଗାଏକ୍ୱାଡ ଡକ୍‌(୦) ଓ କେଦାର ଯାଦବ ୨୨(୧୬ ବଲ, ୩ ଚୌକା)ରେ ଆଉଟ ହେବାରୁ ଚେନ୍ନାଇ ଇନିଂସ ୧୩.୪ ଓଭର ବେଳକୁ ୧୧୪/୫ ହୋଇ ଯାଇଥିଲା। ଶେଷ ଭାଗରେ ଫାଫ୍‌ ଡୁପ୍ଲେସି ଷ୍ଟୋକ୍‌ପୂର୍ଣ୍ଣ ବ୍ୟାଟିଂ କରି ମ୍ୟାଚକୁ ଆକର୍ଷଣୀୟ କରିଥିଲେ। ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ୩୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡୁପ୍ଲେସି ୧ ଚୌକା ଓ ୭ ଛକା ସହାୟତାରେ ସର୍ବାଧିକ ୭୨ ରନ କରି ୧୯ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ଶେଷ ଓଭରରେ ଧୋନୀ ୩ ଛକା ମାରିବାରୁ ଚେନ୍ନାଇ ସ୍କୋର ୨୦୦ ସ୍ପର୍ଶ କରିଥିଲା। ସେ ୧୭ ବଲ୍‌ରୁ ୨୯ ଓ ରବୀନ୍ଦ୍ର ଜାଡେଜା ୧ ରନରେ ଅପରାଜିତ ରହିଥିଲେ।
ରୟାଲ୍ସ ପକ୍ଷରୁ ରାହୁଲ ଟଓ୍ବୋଟିଆ ସର୍ବାଧିକ ୩ଟି ଏବଂ ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଳ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ
ମ୍ୟାଚରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଯୁବ ଓପନର ଯଶସ୍ବୀ ଜୟସ୍ବାଲ ମାତ୍ର ୬ ରନ କରି ଆଉଟ ହେବାରୁ ରାଜସ୍ଥାନ ୧୧ ରନରେ ପ୍ରଥମ ଉଇକେଟ ହରାଇଥିଲା। ମାତ୍ର ଏହାର ପ୍ରଭାବ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କ ଉପରେ ପଡ଼ି ନ ଥିଲା। ସଞ୍ଜୁ ସାମ୍‌ସନ କ୍ରିଜକୁ ଆସି ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଅଭିଜ୍ଞ ଅଧିନାୟକ ଷ୍ଟିଭେନ ସ୍ମିଥ। ଚେନ୍ନାଇ ବୋଲରଙ୍କୁ ଧୁଲେଇ କରି ଦ୍ୱିତୀୟ ଉଇକେଟ ଯୋଡ଼ିରେ ଏ ଦୁହେଁ ୧୨୧ ରନର ଭାଗୀଦାରି ଗଢ଼ିଥିଲେ। ସାମସନ ମାତ୍ର ୧୯ ବଲ୍‌ରୁ ୫୦ ରନ ପୂରଣ କରିବାରୁ ରାଜସ୍ଥାନ ୯ ଓଭରରେ ମାତ୍ର ୧ ଉଇକେଟ ହରାଇ ୧୦୦ ସ୍କୋର ସ୍ପର୍ଶ କରିଥିଲା। ୩୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସାମ୍‌ସନ ୧ ଚୌକା ଓ ୯ ଛକା ସହାୟତାରେ ୭୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୨ତମ ଓଭରର ୪ର୍ଥ ବଲ୍‌ରେ ଦୀପକ ଚହରଙ୍କ ହାତରେ କ୍ୟାଚ କରାଇ ଲୁନ୍‌ଗି ଏନ୍‌ଗିଡି ଚେନ୍ନାଇକୁ ଏହି ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ଡେଭିଡ ମିଲର ଖାତା ଖୋଲିବା ପୂର୍ବରୁ, ରବିନ ଉଥପ୍ପା ୫, ରାହୁଲ ଟଓ୍ବୋଟିଆ ୧୦ ଓ ରିୟାନ ପରାଗ ୬ ରନ କରି ଆଉଟ ହେବାରୁ ୧୭ ଓଭର ବେଳକୁ ଚେନ୍ନାଇ ସ୍କୋର ୧୭୩/୬ ହୋଇ ଯାଇଥିଲା। ଇନିଂସ ଓପନ କରିଥିବା ସ୍ମିଥ ଏଠାରେ ସ୍ବାଭାବିକ ଢଙ୍ଗରେ ଖେଳି ସ୍କୋରକୁ ଆଗେଇ ନେଇଥିଲେ। ୧୯ତମ ଓଭର ବୋଲିଂ କରିଥିବା ସାମ୍‌ କୁରାନଙ୍କ ଦ୍ୱିତୀୟ ବଲ୍‌ରେ ସେ କେଦାର ଯାଦବଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ସ୍ମିଥ ୪୭ ବଲ୍‌ରୁ ୪ଚୌକା ଓ ୪ ଛକା ସହାୟତାରେ ୬୯ ରନ କରିଥିଲେ। ସ୍ମିଥ ଆଉଟ ହେବାରୁ ରାଜସ୍ଥାନ ସ୍କୋର ୨୦୦ ଟପିବା ଆଶା ମଉଳିଥିଲା। ମାତ୍ର ଶେଷ ଓଭରରେ ଅବିଶ୍ୱସନୀୟ ବ୍ୟାଟିଂ କରିଥିଲେ ଜୋଫ୍ରା ଆର୍ଚର। ଏନ୍‌ଗିଡିଙ୍କ ଏହି ଓଭରରେ ସେ ୪ ଛକା ମାରି ଟମ୍‌ କୁରାନଙ୍କ ସହ ୩୦ ରନ ସଂଗ୍ରହ କରିଥିଲେ। ନର୍ଭସ ହୋଇଥିବା ଏନଗିଡ଼ିଙ୍କ ଏହି ଓଭର ୧୦ ବଲ୍‌ ବିଶିଷ୍ଟ ହୋଇଥିଲା। ଆର୍ଚର ୮ ବଲ୍‌ରୁ ୨୭ ରନ କରି ଅପରାଜିତ ରହିବାରୁ ରାଜସ୍ଥାନ ସ୍କୋର ୨୧୬ରେ ପହଞ୍ଚତ୍ ଯାଇଥିଲା। ଚେନ୍ନାଇ ପକ୍ଷରୁ ସାମ୍‌ କୁରାନ ସର୍ବାଧିକ ୩ଟି ଏବଂ ଦୀପକ ଚହର, ଏନ୍‌ଗିଡି ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri