Categories: ରାଜ୍ୟ

ଟ୍ରେନ ଦୁର୍ଘଟଣା ପରେ ବଦଳିଲା ଗତିପଥ: କେନ୍ଦୁଝର ଦେଇ ଚଳାଚଳ କରିବ ଏହି ସବୁ ଟ୍ରେନ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜରୁରୀକାଳିନ ଭାବେ ବିଭିନ୍ନ ଜିଲା ଦେଇ ଅନେକ ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି କ୍ରମରେ କେନ୍ଦୁଝରଗଡ ଷ୍ଟେଶନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି। ସେହି ଟ୍ରେନ ଗୁଡିକ ହେଲା ମାଡ୍ରାସ-ହାୱଡା ମେଲ, ପୁରୁଷୋତ୍ତମ ଏକ୍ସପ୍ରେସ, ତମ୍ବାରାମ ରୁ ତିନିସୁତିଆ, ଗୋଆ ଦ୍ଭାସ୍କୋଡାଗାମାତ୍‌ରୁ ହାୱଡା, ସିକନ୍ଧରାବାଦ-ଶାଲିମାର, ପୁରୀ ଦିଲ୍ଲୀ ଉତ୍କଳ ଏକ୍ସପ୍ରେସ, ଏଥିସହିତ କରମଣ୍ଡଳ, ହାୱଡା-ପୁରୀ, ହାୱଡା ମହିସୁର ସ୍ପେସାଲ । ତେବେ ଏହି ଟ୍ରେନ ଗୁଡିକ କେନ୍ଦୁଝର ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି ।