ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ୱାର୍ଡବାସୀ

ବାଲେଶ୍ୱର ଅଫିସ,୨୧।୩: ବାଲେଶ୍ୱର ପୌରାଞ୍ଚଳ ଅଫିସ୍‌ରୁ ମାତ୍ର ୨ଶହ ମିଟର ଦୂରରେ ଅବସ୍ଥିତ ୧୨ନଂ.ୱାଡର୍ର୍। ଏଠାରେ ମୁଖ୍ୟ ସମସ୍ୟା ପାଲଟିଛି ପାନୀୟ ଜଳ। ୧୯୫୬ରୁ ସ୍ଥାପିତ ବୈଦ୍ୟନାଥ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ଆଜି ପର୍ଯ୍ୟନ୍ତ ନାହଁି। ଏହିସବୁ ମୌଳିକ ସମସ୍ୟାକୁ ଭୁଲି କେନ୍ଦ୍ର ଓ ରାଜ୍ୟ ସରକାରୀ ଦଳର ନେତାମାନେ ଭତ୍ତା ଓ ଆବାସ ଯୋଜନାକୁ ଭିତ୍ତି କରି ନିର୍ବାଚନ ଲଢୁଥିବା ବେଳେ ସ୍ବାଧୀନ ପ୍ରାର୍ଥୀମାନେ ଉପରୋକ୍ତ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତି।
ୱାର୍ଡ ଦାମୋଦରପୁର, ବାଙ୍କସାଲ ଘାଟ, ଦେବୀବାଡ଼ି ଲେନ, ମହାପ୍ରଭୁ ବାଡ଼ି ଲେନ, ମଣ୍ଡଳ ଷ୍ଟ୍ରିଟ୍‌, ମଦନ ଦାସ ଲେନ୍‌, ବି.ସି. ଦତ୍ତ ଷ୍ଟ୍ରିଟ୍‌, ବାଲିଘାଟ, ବି.ବି. ଦେ ଷ୍ଟ୍ରିଟ୍‌ (ଆଂଶିକ), ପୁରୁଣା ସ୍କୁଲ ଲେନ, ସଦାଶିିବ ଲେନକୁ ନେଇ ଗଠିତ। ଏଠାରେ ୩୮୫ ପରିବାର ବସବାସ କରୁଥିବା ବେଳେ ମୋଟ୍‌ ଭୋଟର ସଂଖ୍ୟା ୩୨୮୦। ସେଥିମଧ୍ୟରୁ ମହିଳା ଭୋଟର ୧୬୮୩ ଓ ପୁରୁଷ ଭୋଟର ୧୫୯୭ ରହିଛନ୍ତି। ଏପରିକି ଉକ୍ତ ୱାର୍ଡରେ ବାହାରୁ ଆସି ଭଡ଼ାରେ ରହୁଥିବା ଲୋକମାନଙ୍କୁ ମିଶାଇଲେ ୬ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏଠାରେ ମୁଖ୍ୟ ସମସ୍ୟା ପାନୀୟ ଜଳ। କେବେଠୁ ବିଛା ହୋଇଥିବା ପୁରୁଣା ପାଇପ୍‌ ଯୋଗେ ପୂର୍ବାହ୍ନ ଓ ଅପରାହ୍ନରେ ୧ଘଣ୍ଟା ଲେଖାଏଁ ପାଣି ଆସିଥାଏ। ସେ ପାଣି ମଧ୍ୟ ଗୋଳିଆ ଓ ଅପରିଷ୍କାରରେ ଭର୍ତ୍ତି ହୋଇଥିବାରୁ ବ୍ୟବହାର ଉପଯୋଗୀ ନୁହେଁ। ଖରାଦିନେ ପାଣିର ସଙ୍କଟ ଏତେ ବଢ଼ିଯାଏ ଯେ, ପୌରାଞ୍ଚଳ ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଇଥାଏ। ଅନ୍ୟପକ୍ଷରେ ଡ୍ରେନେଜ୍‌ ସମସ୍ୟା, ମହାନାଳର ମରାମତି, ପରିମଳ ବ୍ୟବସ୍ଥା ଶୋଚନୀୟ ଅଟେ। ଗତ ୨୦୨୦ରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବରୂପ କୁମାର ଦାସ ବିଜୟୀ ହେଲେ ଏକ ପମ୍ପ ହାଉସ କରି ପାନୀୟ ଜଳ ସମସ୍ୟା ଦୂର କରିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। କାଉନ୍‌ସିଲର ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାରରେ ଆସିଥିବା ବିଧାୟକ ଦାସଙ୍କୁ ଲୋକେ ପ୍ରଶ୍ନବାଣରେ ପୋତି ପକାଇଥିଲେ। ସେ ତରବରିଆ ଭାବେ ଉକ୍ତ ସ୍ଥାନରୁ ପଳାଇ ଯାଇଥିବା ୱାର୍ଡବାସୀ ରାଜେଶ କୁମାର ବର୍ଦ୍ଧନ ପ୍ରକାଶ କରିଛନ୍ତି। ଜିଲାରେ ପୁରାତନ ପ୍ରାଥମିକ ବିଦ୍ୟାଳୟ ଭାବେ ପରିଚିତ ବୈଦ୍ୟନାଥ ପ୍ରାଥମିକ ବିଦ୍ୟାଳୟରେ ଆଖପାଖ ଅଞ୍ଚଳର ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କ ପାଇଁ ବିଦ୍ୟାଳୟରେ କୌଣସି ଶୌଚାଳୟ ନ ଥିବାରୁ ସେମାନେ ଶୌଚ ପାଇଁ ନିଜ ନିଜ ଘରକୁ ଯିବା ସହ ରାସ୍ତା ପାର୍ଶ୍ୱରେ ମଧ୍ୟ ଶୌଚ ସହ ପରିସ୍ରା କରିଥାନ୍ତି। ଯାହା ଆଜିକା ଦିନରେ ଅତି ନିନ୍ଦନୀୟ ଘଟଣା ବୋଲି ୱାଡର୍ର୍ବାସୀ ଦେବକିଶୋର ରଣା କହିଛନ୍ତି। ୱାର୍ଡର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଉଥିବା ପ୍ରମୁଖ ଦଳର ପ୍ରାର୍ଥୀମାନେ ବିଜୟୀ ହେବା ପରେ ମୁହଁ ମୋଡ଼ି ନିଜ ସ୍ବାର୍ଥ ସହ ବଞ୍ଚତ୍ବା ପାଇଁ ଲୋକଙ୍କୁ ଭତ୍ତା ଓ ଆବାସ ଯୋଜନା ପଛରେ ରହିଯାଉଥିବା ବେଳେ ମୌଳିକ ସମସ୍ୟାକୁ ଭୁଲି ଯାଉଥିବା ୱାଡର୍ର୍ବାସୀ କୁମାର ଚନ୍ଦ୍ର ରଣା ଅଭିଯୋଗ କରିଛନ୍ତି। ଏଥିପାଇଁ ୱାର୍ଡବାସୀ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରାଇ ଆନ୍ଦୋଳନ ମାଧ୍ୟମରେ ୱାର୍ଡର ଦାବି ହାସଲ କରିବା ଲାଗି ଏକ ଅଭିନବ ଉପାୟ ବାହାର କରିଛନ୍ତି। ୱାଡର୍ର୍ର ଭୋଟର ଏକତ୍ରିତ ହୋଇ ଦୀର୍ଘଦିନ ଧରି ୱାଡର୍ର୍ପାଇଁ କାର୍ଯ୍ୟ କରିଆସୁଥିବା ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରିବାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏଠାରେ କଥା ଉଠୁଛି ବିଜେଡିରୁ ଜଗନ୍ନାଥ ମହାରଣା, ଭାଜପାରୁ ଯୋଗେନ୍‌ ରଣା, କଂଗ୍ରେସରୁ ଚିତ୍ତରଞ୍ଜନ ନାୟକ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେଡିରୁ ଟିକଟ ନ ପାଇ ସ୍ବାଧୀନ ଭାବେ ଅନିନ୍ଦ୍ୟ କୁମାର ପଣ୍ଡା, ଗୋପାଳ ରଣା ଓ ରାଜକିଶୋର ରଣା ପ୍ରତିଦ୍ୱନ୍ଦିତା କରୁଛନ୍ତି। କିନ୍ତୁ ଦୀର୍ଘ ୧୦ବର୍ଷ ଧରି ସିଧାସଳଖ ରାଜନୀତିରେ ପାଦ ଦେଇ ଲୋକମାନଙ୍କର ସେବା କରିଆସୁଥିବା ସୁଶାନ୍ତ କୁମାର ରଣା (ଚିନା) ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଭତ୍ତା ଓ ଆବାସ ଯୋଜନାରେ କେବଳ ସୀମିତ ନ ରହି ୱାଡର୍ର୍ର ମୌଳିକ ସମସ୍ୟାକୁ ସମାଧାନ କରିବାର ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସ୍ବାଧୀନ ପ୍ରାର୍ଥୀ ସୁଶାନ୍ତ ବୋଲି ୱାଡର୍ର୍ବାସୀ ରାଧାକୃଷ୍ଣ ଦେ, ସରସ୍ବତୀ ଦାସ, ପ୍ରତିଭା ଅଧିକାରୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏହାପରେ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଥିବା ୭ଜଣ ପ୍ରାର୍ଥୀ ବିଜୟୀ ଆଶାରେ ଜୋରଦାର ପ୍ରଚାର ଜାରି ରଖିଛନ୍ତି। ତେବେ ଏହି ଓ୍ବାର୍ଡରେ କିଏ ବାଜିମାତ୍‌ କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?