ଶାନ୍ତି ଚୁକ୍ତିରେ ମହିଳାଙ୍କ ଭୂମିକା

ବିଶ୍ୱରେ ଲିଙ୍ଗଗତ ସମାନତା ପାଇଁ ସବୁ ପ୍ରକାର ଅଗ୍ରଗତି ହୋଇଥିଲେ ମଧ୍ୟ ଅନେକେ ଅଦ୍ୟାବଧି ସଶସ୍ତ୍ର ସଂଘର୍ଷକୁ ମୁଖ୍ୟତଃ ପୁରୁଷ ପ୍ରାଧାନ୍ୟ ଭାବେ ଦେଖିବାକୁ ଅଧିକ ଉତ୍ସାହିତ ହେଉଛନ୍ତି। ବାସ୍ତବରେ ମହିଳାମାନେ ବହୁ ସମୟରେ ଯୁଦ୍ଧ, ଅଣଯୁଦ୍ଧ ଓ ନେତୃତ୍ୱ ଭୂମିକାରେ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଥିଲେ ମଧ୍ୟ ଔପଚାରିକ ଶାନ୍ତି ପ୍ରକ୍ରିୟାରେ ଏବଂ ଯୁଦ୍ଧ ପରବର୍ତ୍ତୀ ଶାସନରେ ସେମାନଙ୍କୁ ନିୟମିତ ଭାବେ ଅଣଦେଖା କରାଯାଉଛି। ଏହି ଧାରା ଏକ ନୈତିକ ଓ ବ୍ୟବହାରିକ ବିଫଳତାକୁ ଦର୍ଶାଉଛି। ସଶସ୍ତ୍ର ଯୁଦ୍ଧରେ ମହିଳାମାନେ ଗଣହତ୍ୟା, ଚାଲାଣ, ଦାସତ୍ୱ ଓ ଯୌନ ନିର୍ଯାତନା ସହ ସବୁ ପ୍ରକାର ସ୍ବାସ୍ଥ୍ୟଗତ ବିପଦ ତଥା ମାନସିକ ଆଘାତର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ। କେବଳ ଏଇଥିପାଇଁ ସେମାନଙ୍କୁ ଶାନ୍ତି ପ୍ରକ୍ରିୟାରେ ଭାଗନେବାରେ ସେମାନଙ୍କର ଅଧିକାର ରହିଛି। ମହିଳାମାନେ ଯେ କେବଳ କ୍ଷତି ସହୁଛନ୍ତି ତାହା ନୁହେଁ, ବରଂ ଯୁଦ୍ଧଭୂମିରେ ଯୁଦ୍ଧ ସମୟରେ ସେମାନଙ୍କର ବ୍ୟାପକ ଯୋଗଦାନ ରହିଛି, ଯାହା ଆମେ ୟୁକ୍ରେନରେ ଦେଖିଛେ। ଏହା ସହ ନାଗରିକ ସମାଜ ଓ ଶାନ୍ତି ପାଇଁ ସ୍ବର ଉତ୍ତୋଳନ କରିବାରେ ସେମାନଙ୍କ ପ୍ରମୁଖ ଭୂମିକା ରହିଛି। ଏ ଦୃଷ୍ଟିରୁ ଯୁଦ୍ଧ ସମୟରେ ମହିଳାମାନେ ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ବହୁ ସମୟରେ ସେମାନଙ୍କ ପ୍ରତିନିଧିତ୍ୱ ବଢ଼ାଇଥାନ୍ତି। କିନ୍ତୁ ଯେତେବେଳେ ସେମାନଙ୍କୁ ଶାନ୍ତି ପ୍ରକ୍ରିୟାରୁ ବାଦ୍‌ ଦିଆଯାଏ, ପରେ ଯାହା ଘଟେ ଯୁଦ୍ଧରେ ସେମାନଙ୍କ ପ୍ରତିନିଧିତ୍ୱର ଲାଭ ବିପରୀତ ହୋଇଯାଏ। ବିଶେଷକରି ୟୁକ୍ରେନ ଘଟଣାରେ ଏହା ସ୍ପଷ୍ଟ ହୋଇଛି, ଯେଉଁଠି ପୁରୁଣା ଲିଙ୍ଗଗତ ମାନଦଣ୍ଡ ପୁନର୍ବାର ଦୃଢ଼ ଭାବେ ସାମ୍ନାକୁ ଆସିଛି। ଏହା ବିଶେଷକରି ଯୁଦ୍ଧ ପ୍ରଭାବିତ ତଥା ଅଧିକ ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବା ଦେଶଗୁଡ଼ିକରେ ଦେଖାଯାଉଛି।
ଯୁଦ୍ଧ ସମାଧାନ, ଶାନ୍ତି ପ୍ରତିଷ୍ଠା ଏବଂ ଯୁଦ୍ଧ ପରେ ପୁନର୍ଗଠନରେ ମହିଳାଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରୁଥିବା ନ୍ୟାୟିକ ଢାଞ୍ଚା ଏବେ ସୁଦ୍ଧା ନକାରାତ୍ମକ ଧାରାକୁ ବଦଳାଇପାରିନାହିଁ। ନ୍ୟାୟିକ ଢାଞ୍ଚା ଆଶିଂକ ରୂପେ କାର୍ଯ୍ୟକାରୀ ହେବା ଓ ପରିଚାଳନାଗତ ଆହ୍ବାନ ଯୋଗୁ ଏଭଳି ହେଉଛି। ଉଦାହରଣ ସ୍ବରୂପ, ଜାତିସଂଘର ସବୁ ସଦସ୍ୟ ଦେଶ ମହିଳା ଭାଗୀଦାରି ବୃଦ୍ଧି କରିବା ସହ ଏହାର ସମସ୍ତ ଶାନ୍ତି ଓ ସୁରକ୍ଷା ପଦକ୍ଷେପରେ ଲିଙ୍ଗଗତ ଦୃଷ୍ଟିକୋଣକୁ ସାମିଲ କରିବା ଆବଶ୍ୟକ ବୋଲି ୨୦୦୦ରେ ଗ୍ରହଣ କରାଯାଇଥିବା ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବନା ୧୩୨୫ରେ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ୨୦୧୮ ସୁଦ୍ଧା ଶାନ୍ତି ଚୁକ୍ତି ବା ବୁଝାମଣାରେ ସ୍ବାକ୍ଷର କରିଥିବା ମହିଳାଙ୍କ ସଂଖ୍ୟା ଅଧିକ ବୃଦ୍ଧି ହୋଇ ନ ଥିଲା। ଶାନ୍ତି ଚୁକ୍ତିର ସଫଳତା ଓ ଶାନ୍ତି ଉପରେ ଏହାର ବଡ଼ ପ୍ରଭାବ ରହିଛି। ନିକଟରେ ମୋ ସହ-ଗବେଷକ ମାଥ୍ୟୁ କ୍ଲାନ୍ସ, ରୋମୁଆଲ୍ଡ ମିନଗୋ ଏବଂ ଚାର୍ଲ ଭାନ ସ୍କୁର ଓ ମୁଁ ୧୯୯୦ରୁ ୨୦୨୩ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିଗୁଡ଼ିକରେ ଲିଙ୍ଗଗତ ଭାଷା (ଯଥା ମ୍ୟାନ୍‌, ଗର୍ଲ, ବୟ, ହର୍‌, ହିଜ୍‌, ଫିମେଲ, ମେଲ୍‌, ଓ୍ବାଇଫ୍‌, ଡଟର୍‌ ଇତ୍ୟାଦି)ର ବ୍ୟବହାର ସମ୍ପର୍କରେ ଅନୁଧ୍ୟାନ କରିଥିଲୁ ଏବଂ ନାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ ବ୍ୟବହାର କରିଥିଲୁ। ଆମେ ଏକ ‘ଲିଙ୍ଗଗତ ଅସମାନତା’ ମାନକ ସୃଷ୍ଟି କରିଥିଲୁ। ଏଥିରେ କମ୍‌ ସ୍କୋର କମ୍‌ ଲିଙ୍ଗଗତ ଭାଷା ବ୍ୟବହାର ଏବଂ ଲିଙ୍ଗ ଆଧାରିତ ପରିଣାମ ଉପରେ କମ୍‌ ଗୁରୁତ୍ୱ ଦିଆଯାଇଛି ବୋଲି ଦର୍ଶାଏ। ତେବେ ଆମେ ଯେଉଁସବୁ ଶାନ୍ତି ଚୁକ୍ତି ଉପରେ ସମୀକ୍ଷା କରିଥିଲୁ ସେଥିରୁ କୌଣସି ଗୋଟିଏରେ ବି ନିର୍ଦ୍ଦିଷ୍ଟ ଭାବେ ଅଧିକ ଲିଙ୍ଗଗତ ଅସମାନତା ନ ଥିଲା, କିନ୍ତୁ ସେସବୁରେ ଅଧିକ ଲିଙ୍ଗଗତ ଭାଷା ବ୍ୟବହାର ହୋଇଥିଲା, ଯାହା ମହିଳାଙ୍କ ପ୍ରତି କିଛି ସକାରାତ୍ମକ ଦୃଷ୍ଟିକୋଣ ରହିଥିଲା। କିନ୍ତୁ ଏହିସବୁ ଚୁକ୍ତି ମହିଳାଙ୍କ ପ୍ରତିନିଧିତ୍ୱରେ ଅଧିକ ଉନ୍ନତି ଆଣିବାରେ ଆଶାନୁରୂପ ଜଡ଼ିତ ନ ଥିଲା। ଅନ୍ୟପକ୍ଷରେ, ଏପରି କି ଲିଙ୍ଗଗତ ସମ୍ବେଦନଶୀଳ ଢାଞ୍ଚାଗୁଡ଼ିକ (ଯାହା ଲିଙ୍ଗଗତ ଅସମାନତାକୁ ନିର୍ଣ୍ଣୟ କରେ) କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରି ନ ଥିଲା।
ସମସ୍ୟା ହେଉଛି, ଲିଙ୍ଗ ସମ୍ପର୍କରେ ସୂଚିତ କରାଯାଇଥିଲେ ମଧ୍ୟ ଠୋସ୍‌ ଆବଶ୍ୟକତା ସମ୍ପର୍କରେ କିଛି ଦର୍ଶାଯାଇ ନ ଥିଲା କିମ୍ବା ସଞ୍ଚାଳନ ଓ ପ୍ରବର୍ତ୍ତନ ପ୍ରକ୍ରିୟା ବିଷୟ ଆଦୌ ନ ଥିଲା। ଉଦାହରଣ ସ୍ବରୂପ, ଏକ ଶାନ୍ତି ଚୁକ୍ତି ମହିଳାଙ୍କ ରାଜନୈତିକ ଭାଗୀଦାରି ଉପରେ ଜୋର ଦେବା କଥା, କିନ୍ତୁ ଏହା କେତେ ରହିବ ତାହା ସ୍ଥିର କରାଯାଇନାହିଁ। ଏଣୁ ଯଦି କିଛି ଫଳ ମିଳୁଛି ତାହା ବହୁତ କମ୍‌। କିନ୍ତୁ ପଦକ୍ଷେପ ନିଆଯାଉଛି ବୋଲି ସୂଚିତ କରାଯାଉଛି କିନ୍ତୁ ବାସ୍ତବତା ତାହା ନୁହେଁ। ଏଣୁ ଏହି ଦୃଷ୍ଟିକୋଣ ଲିଙ୍ଗ ସମାନତାକୁ କ୍ଷତି କରିପାରେ। ଅନ୍ୟ କେତେକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ନିରସ୍ତ୍ରୀକରଣ, ସେନା ସଞ୍ଚାଳନ ବନ୍ଦ କରିବା ଏବଂ ପୁନଃ ଏକୀକରଣ (ଡିଡିଆର)କୁ ନେଇ କରାଯାଉଥିବା ଶାନ୍ତି ଚୁକ୍ତିରେ ମହିଳାଙ୍କୁ କ୍ୱେଚିତ ସୂଚିତ କରାଯାଇଥାଏ। ଏହା ମହିଳା ସୈନ୍ୟଙ୍କ ଯୁଦ୍ଧ ଉପରାନ୍ତ ଥଇଥାନ ଉପରେ ପ୍ରତିକୂଳ ପ୍ରଭାବ ପକାଏ ଏବଂ ସେମାନେ ପୁରୁଷଙ୍କ ପାଇଁ ନିଆଯାଉଥିବା ପଦକ୍ଷେପରୁ ବାଦ ପଡ଼ିବାର ସମ୍ଭାବନା ଅଧିକ ଥାଏ। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ, ଯୁଦ୍ଧ ସମାଧାନ ଓ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାରେ ମହିଳାଙ୍କୁ ସାମିଲ କଲେ ସମସ୍ତଙ୍କ ପାଇଁ ସୁଫଳ ମିଳେ। ୨୦୧୮ରେ କରାଯାଇଥିବା ଏକ ସମୀକ୍ଷାରୁ ସ୍ପଷ୍ଟ ଯେ, ଶାନ୍ତି ଚୁକ୍ତିର ସ୍ବାକ୍ଷରକାରୀ ଭାବେ ମହିଳା ପ୍ରତିନିଧିମାନଙ୍କୁ ସାମିଲ କରାଯିବା ଏବଂ ଯୁଦ୍ଧ ପର ଶାନ୍ତିର ସ୍ଥାୟିତ୍ୱ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି। ତେବେ ମହିଳାଙ୍କ ଦ୍ୱାରା ସ୍ବାକ୍ଷରିତ ଚୁକ୍ତିଗୁଡ଼ିକରେ ରାଜନୈତିକ ସୁଧାର କୈନ୍ଦ୍ରିକ ଅଧିକ ପ୍ରାବଧାନ ରହିବା ଦରକାର ଏବଂ ଏହି ପ୍ରାବଧାନଗୁଡ଼ିକୁ ଅଧିକ କାର୍ଯ୍ୟକାରୀ କରାଯିବା ଆବଶ୍ୟକ।
ଏଲ୍‌ ସାଲଭାଡରରେ ୧୯୯୨ ଚୁକ୍ତି ସେଠାରେ ଦୀର୍ଘ ୧୨ ବର୍ଷର ଗୃହ ଯୁଦ୍ଧର ଅବସାନ ଘଟାଇଥିଲା, ଯାହା ଲଢୁଆ ସୈନ୍ୟଙ୍କୁ ଲାଭ ଦେଇଥିଲା ଏବଂ ଯୁଦ୍ଧରେ ଭାଗ ନେଇ ନ ଥିବା ବିରୋଧୀ ଆନ୍ଦୋଳନର ମହିଳା ସଦସ୍ୟଙ୍କୁ ଏକୀକରଣ କାର୍ଯ୍ୟକ୍ରମରେ ସାମିଲ କରିଥିଲା। ଫଳରେ ମହିଳାମାନେ ଏକୀକରଣ ପ୍ରକ୍ରିୟାରେ ଏକ ସ୍ଥାୟୀ ଭୂମିକା ନେବା ସହ ପୁନର୍ଗଠନ ପଦକ୍ଷେପରେ ସେମାନଙ୍କର ପ୍ରମୁଖ ଯୋଗଦାନ ରହିଥିଲା। ଏକୀକରଣ ଓ ପୁନର୍ଗଠନ କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ଗୋଷ୍ଠୀଗୁଡ଼ିକ ଅଧିକ ସୁସଙ୍ଗତ ଓ ବ୍ୟବସ୍ଥିତ ସମର୍ଥନ ପାଇଲେ, ସେମାନଙ୍କର ଲିଙ୍ଗଗତ ସମାନତା ଓ ବିକାଶରେ ଅଧିକ ପ୍ରଗତି ହୋଇଥିଲା। ସେହିପରି ଲାଇବେରିଆରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ଧରି ଲାଗି ରହିଥିବା ଗୃହଯୁଦ୍ଧର ଅବସାନ ପାଇଁ ୨୦୦୦ ଦଶନ୍ଧିର ପ୍ରାରମ୍ଭରେ ହୋଇଥିବା ବୁଝମଣାରେ ମହିଳାଙ୍କୁ ସାମିଲ କରାଯାଇଥିଲା। ପରେ ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ କ୍ରମଶଃ ବୃଦ୍ଧି ପାଇଥିଲା। ଫଳରେ ୨୦୦୫ରେ ଲାଇବେରିଆରେ ଏଲେନ ଜନଶନ ସାର୍‌ଲିଫ୍‌ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଓ ଆଫ୍ରିକାରେ ପ୍ରଥମ ମହିଳା ଭାବେ ଏହି ସଫଳତା ପାଇଥିଲେ। ଏହିସବୁ ଉଦାହରଣ ଏକ ସ୍ପଷ୍ଟ ବାର୍ତ୍ତା ଦିଏ ଯେ, ଯେକୌଣସି ଶାନ୍ତି ପ୍ରକ୍ରିୟାରେ ଆଲୋଚନା, ବୁଝାମଣା ଓ ଚୁକ୍ତି ସ୍ବାକ୍ଷରଠାରୁ ଆରମ୍ଭ କରି ଯୁଦ୍ଧ ପରବର୍ତ୍ତୀ ସ୍ଥିରତା ଓ ପୁନର୍ଗଠନ ଯୋଜନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ଉଚିତ। ସେମାନଙ୍କ ନିକଟରେ ସମସ୍ତ ଲାଭଭିତ୍ତିକ କାର୍ଯ୍ୟକ୍ରମ ଏବଂ ନିର୍ଦ୍ଦିଷ୍ଟ ଭାବେ ଲିଙ୍ଗଗତ ସମାଧାନ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ପହଞ୍ଚାଯିବା ଦରକାର।
ବ୍ୟାପକ ଦୃଷ୍ଟିରୁ ଦେଖିଲେ, ଶାନ୍ତି ପ୍ରକ୍ରିୟା ସ୍ପଷ୍ଟ ଭାବେ ମହିଳା ପ୍ରତିନିଧିତ୍ୱକୁ ସ୍ବୀକୃତି ଦେବା ସହ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବା ଦରକାର। ତେବେ ଉତ୍ତରଦାୟିତ୍ୱ କମାଇବା ଲାଗି ମହତ୍ତ୍ୱାକାଂକ୍ଷୀ ଭାଷା ଉପରେ ଭରସା କରାଯାଉଥିଲେ ମଧ୍ୟ ମହିଳାଙ୍କ ଆବଶ୍ୟକତା ଓ ଯୋଗଦାନକୁ ସ୍ବୀକାର କରି ତା’ ଉପରେ କିଛି ପଦକ୍ଷେପ ନ ନେବାର ହିଁ ମାନେ କିଛି ନାହିଁ। ବରଂ ଶାନ୍ତି ପ୍ରତିଷ୍ଠାରେ ତଥା ଯୁଦ୍ଧ ଉପରାନ୍ତ ଭବିଷ୍ୟତ ଗଢ଼ିବାରେ ମହିଳାଙ୍କ ପ୍ରତିନିଧିତ୍ୱକୁ ସମର୍ଥନ କରାଯିବା ଦରକାର। ଏଥିପାଇଁ ମହିଳାଙ୍କ ଅଧିକାର ବଜାୟ ରଖିବା ଓ ସବୁ ପ୍ରକାର ନୀତି ନିର୍ଦ୍ଧାରଣରେ ସେମାନଙ୍କ ଭାଗୀଦାରିକୁ ବଢ଼ାଇବା ଲାଗି ଦୃଢ଼ ତଥା ଲାଗୁହେବା ଯୋଗ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ।

କାରୋଲିନ ଚିସାଡ୍‌ଜା
ସହ-ପ୍ରାଧ୍ୟାପିକା(ଅର୍ଥନୀତି), ପ୍ରିଟୋରିଆ ବିଶ୍ୱବିଦ୍ୟାଳୟ, ଦକ୍ଷିଣ ଆଫ୍ରିକା


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri