ଋତୁ ପରିବର୍ତ୍ତନରେ ଚନ୍ଦ୍ରର ଭୂମିକା

ମେଘମୁକ୍ତ ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ଯାମିନୀର ଅପରୂପ ଶୋଭା ସକାଶେ ଚନ୍ଦ୍ର ଦାୟୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବୈଚିତ୍ରଭରା ଋତୁଚକ୍ର ଚନ୍ଦ୍ରର ଏକ ଅବଦାନ ବୋଲି ସର୍ବସାଧାରଣ ଜ୍ଞାତ ହୋଇ ନ ପାରନ୍ତି। ବାସ୍ତବିକ ଏହା ବୁଝିବା ପାଇଁ ବୈଜ୍ଞାନିକ ବିଶ୍ଳେଷଣ ଯଥାର୍ଥ ହେବ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ଆମ ସୌରମଣ୍ଡଳ ଗୋଟିଏ ପରିବାର ପରି। ଆମେ ସୂର୍ଯ୍ୟଠାରୁ ଶକ୍ତି ଓ ଆଲୋକ ପାଉ। ବୃହସ୍ପତି ଓ ଶନି ଆମକୁ ଧୂମକେତୁ ଓ କ୍ଷୁଦ୍ରଗ୍ରହ ବା ଗ୍ରହଖଣ୍ଡଠାରୁ ସୁରକ୍ଷା ଦେଇଥାନ୍ତି। ଏପରିକି ଆମ ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ଉପଯୋଗୀ ଋତୁ ପରିବର୍ତ୍ତନରେ ସହାୟକ ହୋଇଛି।
ଏହି ପରିସ୍ଥିତିରେ ପୃଥିବୀ ପୃଷ୍ଠରେ ଅନୁଭୂତ ହେଉଥିବା କ୍ରାନ୍ତିପାତ (ଇକ୍ୟୁନକ୍ସ) ଓ ଅୟନାନ୍ତ ଦିବସ (ପୋଲଷ୍ଟିସ) ଉଲ୍ଲେଖଯୋଗ୍ୟ। ଅୟନାନ୍ତ ଦିବସରେ ସୂର୍ଯ୍ୟ ବିଷୁବରେଖାଠାରୁ ଉତ୍ତର ବା ଦକ୍ଷିଣ ଦିଗରେ ଦୂରତମ ବିନ୍ଦୁରେ ପହଞ୍ଚତ୍ଥାଏ। ଫଳରେ ପ୍ରତିବର୍ଷ ଦୁଇଟି ଅୟନାନ୍ତ ଦିବସର ସୂତ୍ରପାତ ହୁଏ। ପାଖାପାଖି ଜୁନ୍‌ ୨୨ ଉତ୍ତର ଅୟନାନ୍ତ ଦିବସ (ସମର ସୋଲଷ୍ଟିସ୍‌) ଏବଂ ଡିସେମ୍ବର ୨୨ ତାରିଖ ଦକ୍ଷିଣ ଅୟନାନ୍ତ (ଓ୍ବିଣ୍ଟର ସୋଲଷ୍ଟିସ୍‌) ଦେଖାଦିଏ। ଏହି ଦିନ ଦୁଇଟିରେ ଦିନ ଓ ରାତିର ଅବଧି ମଧ୍ୟରେ ସର୍ବାଧିକ ତାରତମ୍ୟ ଘଟେ।

ଉକ୍ତ ଦିବସମାନଙ୍କର ପାଖାପାଖି ଛଅମାସ ଅନ୍ତରରେ କ୍ରାନ୍ତିପାତ (ଇକ୍ୟୁନକ୍ସ) ବେଳେ ଦିନ ଓ ରାତିର ଅବଧି ସମାନ ରହେ। ଏହି ସମ ଦିବା ରାତ୍ରି ପାଖାପାଖି ମାର୍ଚ୍ଚ ୨୨ ବାସନ୍ତୀ କ୍ରାନ୍ତିପାତ (ଭର୍ନାଲ୍‌ ଇକ୍ୟୁନକ୍ସ) ଏବଂ ସେପ୍ଟେମ୍ବର ୨୨ରେ ଶାରଦୀୟ କ୍ରାନ୍ତିପାତ (ଆଟମ୍‌ ଇକ୍ୟୁନକ୍ସ) ସଂଘଟିତ ହୋଇଥାଏ।
ଏହା ସୂଚିତ କରେ ଯେ, କ୍ରାନ୍ତିପାତ ଓ ଅୟନାନ୍ତ ଦିବସ ଋତୁମାନଙ୍କ ସହ ସଂପୃକ୍ତ। ଅବଶ୍ୟ ଆମେ ଛଅଟି ଋତୁ ସହ ପରିଚିତ। କିନ୍ତୁ ଆମେ ସାଧାରଣ ଭାବେ ଗ୍ରୀଷ୍ମ, ଶରତ, ଶୀତ ଓ ବସନ୍ତ ଋତୁ -ଏମିତି ଚାରି ପ୍ରକାରେ ବିଭାଗ କହିପାରିବା। ଅନ୍ୟ ଦୁଇଟି ଋତୁ ଏହି ଚାରୋଟି ଋତୁର ମଧ୍ୟବର୍ତ୍ତୀ ଅବସ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ।
ତେବେ ଏମିତି ଋତୁଚକ୍ରର ମୂଳରେ ପୃଥିବୀର କକ୍ଷ ଅକ୍ଷଟି ପ୍ରତି ୬୬.୫ ଡିଗ୍ରୀ କୋଣ କରି ରହିଛି। ଏହି ମେରୁଦଣ୍ଡର ପାର୍ଶ୍ୱ ଅବନତି (ଇନ୍‌କ୍ଲାଇନ୍‌) ଯୋଗୁଁ ପୃଥିବୀ ଉଲମ୍ବ (ଭଲମ୍‌)ଠାରୁ ଅନତି ରହେ। ଫଳରେ କେବଳ ଦିନରାତି (ଆହ୍ନିକ ଗତି ବା ରୋଟେସନ) ହୁଏ ନାହିଁ। ତତ୍‌ସହ ବାର୍ଷିକ ଗତି (ପରିକ୍ରମଣ ବା ରିଭୋଲ୍ୟୁସନ)ରୁ ଋତୁ ପରିବର୍ତ୍ତନ ସମ୍ଭବ ଥାଏ।

ତେବେ ବୈଜ୍ଞାନିକ କାରଣରୁ ସିଦ୍ଧ ହୁଏ ଯେ, ପୃଥିବୀର ପ୍ରାକୃତିକ ଗ୍ରହ ଚନ୍ଦ୍ର ହିଁ ପୃଥିବୀକୁ ଉପଯୁକ୍ତ ପରିମାଣରେ ଢଳାଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଯଦି ପୃଥିବୀର ମେରୁଦଣ୍ଡ ଓ ଅକ୍ଷଟି କକ୍ଷ (ଅର୍ବିଟ୍‌)ସହିତ ଲମ୍ବଭାବରେ ରହିଥାନ୍ତା, ତାହାହେଲେ ପୃଥିବୀର ପ୍ରତ୍ୟକ ସ୍ଥାନରେ ବର୍ଷ ସାରା ସବୁ ତାରିଖଗୁଡିକରେ ବାରଘଣ୍ଟିଆ ଦିନ ଓ ବାରଘଣ୍ଟିଆ ରାତି ହୋଇଥାନ୍ତା। ଆମକୁ କ୍ୟାଲେଣ୍ଡର ଓ ପାଞ୍ଜିରେ ପ୍ରତ୍ୟେକ ତାରିଖରେ ଯେଉଁ ସୂର୍ଯୋଦୟ ଏବଂ ସୂର୍ଯ୍ୟାସ୍ତର ପରିବର୍ତ୍ତନ ସମୟ ଦେବାକୁ ପଡୁଛି ତାହା ଅବାନ୍ତର ହୋଇଯାଇଥାନ୍ତା ।

ଦୃଷ୍ଟାନ୍ତ ଭାବେ ସୌର-ଜଗତରେ ମଙ୍ଗଳ ଗ୍ରହ ବିଚାର୍ଯ୍ୟ। ଏହାର ଦୁଇଟି ଉପଗ୍ରହ, ଯଥା ୨୨ କି.ମି. ବ୍ୟାସ ବିଶିଷ୍ଟ ‘ଫୋବୋସ’ ଓ ୧୨ କି.ମି. ବ୍ୟାସ ଥିବା ‘ଡିଓମୋସ’ ଅଛି। ଆମ ଉପଗ୍ରହ ଚନ୍ଦ୍ର ତୁଳନାରେ ଏହି ଉଭୟ ଉପଗ୍ରହ ଅତି କ୍ଷୁଦ୍ର। ତେଣୁ ମଙ୍ଗଳକୁ ଉପଗ୍ରହବିହୀନ ଗ୍ରହ ରୂପେ ଗ୍ରହଣ କରାଯାଇପାରେ। ଏହି କାରଣରୁ ମଙ୍ଗଳର ଅକ୍ଷ ଅଧିକ ଚଳେଇ ହୋଇଯାଉଛି। ପରିଣାମ ସ୍ବରୂପ ସଂପ୍ରତି ସେଠାରେ ମେରୁ ଅଞ୍ଚଳରେ ଯେଉଁ ବରଫ ଦେଖାଯାଉଛି, ତାହା ବିଷୁବରେଖାଠାରୁ ଅତୀତରେ ପ୍ରଭାବିତ ହୋଇ ଯାଇଥିବା ସମ୍ଭବ।
ସେମିତି ଯଦି ଚନ୍ଦ୍ରହୀନ ପୃଥିବୀର ଦୁର୍ଦ୍ଦଶା ଆସିଲେ ମେରୁର ବରଫ ସ୍ଥିର ନ ରହି ଆଫ୍ରିକାର ବହୁ ଅଞ୍ଚଳ ବରଫାବୃତ ହେବ। ସମୟାନୁକ୍ରମେ ଏହି ବରଫ ଆତଯାତ ନାନା ସମସ୍ୟା ସୃଷ୍ଟି କରିବ। (ଦ୍ରଷ୍ଟବ୍ୟ: କାରେ ଆକ୍ସନ, ପ୍ରଫେସର ଏମିରିଟସ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଉଥେଟିକାଲ ଫିଜିକ୍ସ, ଓସ୍କୋ ବିଶ୍ୱବିଦ୍ୟାଳୟ-୧୨ ଜାନୁୟାରୀ ୨୦୧୨)। ମୋଟାମୋଟି ଭାବେ ପୃଥିବୀର ଭୂଗୋଳରେ ଆମୂଳଚୂଳ ପରିବର୍ତ୍ତନ ସୃଷ୍ଟି ହେବ।

ଏହାର କାରଣ ହେଉଛି ଚନ୍ଦ୍ର ପୃଥିବୀର ଅକ୍ଷର ଆନତକୁ ଅତ୍ୟଧିକ ବୃଦ୍ଧି ପାଇବାରୁ ଅନେକାଂଶରେ ନିୟନ୍ତ୍ରଣ କରେ। ଆମେ ହାମର୍‌ ଥ୍ରୋ ଖେଳରେ ଦେଖୁ ଯେ, ଖେଳନାଟି ହାମର୍‌ (ଧାତୁପିଣ୍ଡ)ଟି ଫୋପାଡ଼ିବା ପରେ ପରେ ନିଜେ ଭୂପତିତ ହେବାରୁ ରକ୍ଷା ପାଇବା ପାଇଁ ତାକୁ କେତୋଟି ଅବାଗିଆ ଅସ୍ଥିର ପରିଚାଳନା କରିବାକୁ ପଡ଼େ। ସେମିତି ଚନ୍ଦ୍ରର ପୃଥିବୀ ଉପରେ ଲଗାମ ନ ରହିଲେ, ପୃଥିବୀ ଏପଟ ସେପଟ ଭାବେ ଦୋଳାୟମାନ ହୋଇଥା’ନ୍ତା। ପୁଣି ଆମ ପାଣିପାଗ ଅସ୍ବାଭାବିକ ହୋଇଥା’ନ୍ତା। ବର୍ଷ ସାରା ଦୈନନ୍ଦିନ ତାପମାତ୍ରାରେ ଅତ୍ୟଧିକ ହ୍ରାସ-ବୃଦ୍ଧି ଘଟିବ। ଯଦି ପୃଥିବୀର ଆନତ କୋଣ ଏତେ ମାତ୍ରାରେ ବଦଳିବ ଯେ, ପୃଥିବୀର ପାର୍ଶ୍ୱ ଅବନତି ଶୂନ ହୋଇ ସିଧା ରହିବ। ତେବେ ସମ ଦିନ-ରାତି ଦେଖା ଦେବ ଏବଂ ଋତୁ ଚକ୍ର ରହିବ ନାହିଁ। ଚନ୍ଦ୍ର ହେଉଛି ବାସ୍ତବିକ୍‌ ପୃଥିବୀକୁ ଟଳମଳ ହେବାରୁ ରକ୍ଷା କରି ଷ୍ଟାବିଲାଇଜରର କାମ କରେ ଏବଂ ଋତୁଚକ୍ର ପରି ବୈଚିତ୍ର୍ୟ-ଭରା ଆନନ୍ଦର ଉପହାର ଦିଏ।
ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଥିବା ଏହି ସମ୍ପର୍କକୁ ‘ଟାଇଡାଲ ଲକିଂ’ ଭାବେ ନାମକରଣ କରାଯାଉଛି। ଏହି ପ୍ରକାର ସମ୍ବନ୍ଧ ମଧ୍ୟ ପ୍ଲୁଟୋ ଓ ତା’ର ଉପଗ୍ରହ ‘ଚାରୋନ’ ମଧ୍ୟରେ ପ୍ରତିଷ୍ଠିତ (ଅବଶ୍ୟ ଗ୍ରହ ଭାବେ ପ୍ଲୁଟୋର ମାନ୍ୟତା ସଂପ୍ରତି ବିତର୍କିତ।
ଆମେ ଯେମିତି ଆମ ଜୀବନକୁ ସରସ, ସୁନ୍ଦର ଓ ଉପଭୋଗ୍ୟ କରିବାକୁ ସାଥୀର ସାନ୍ନିଧ୍ୟ ଲୋଡ଼ୁ; ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ସେମିତି ବନ୍ଧୁତା ରହିଛି। ଯଦି କୌଣସି କାରଣରୁ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ବିଚ୍ଛେଦ ଘଟିବ, ଏହି ବିରହ-ବେଦନା ଦ୍ୱାରା ସମଗ୍ର ପୃଥିବୀବାସୀ ପ୍ରତିକ୍ଷଣ ବିଳପିବେ।

ବିଶାଳ ସୌର ଜଗତରେ ଚନ୍ଦ୍ର ଓ ପୃଥିବୀର ଘନିଷ୍ଠ ସମ୍ପର୍କକୁ ପଦାର୍ଥ ବିଜ୍ଞାନବିତ୍‌ମାନେ ‘ଟୁ-ବଡି-ପ୍ରବଲେମ୍‌’ ବୋଲି ଅଭିହିତ କରିଛନ୍ତି। ତେବେ ଏହି ନିର୍ଜୀବ ସମ୍ବନ୍ଧର ମହତ୍ତ୍ୱ ଆମ ଆଖି ଆଗରେ ଉଦ୍‌ଭାସିତ ହୋଇଯାଏ, ଯେତେବେଳେ ‘ଏକାଡେମିକ୍‌ କପୁଲ୍ସ’ ବିଷୟ ଚିନ୍ତା କରୁ। କ୍ଲେମ୍ୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜେଣ୍ଡା ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଗବେଷଣା ପ୍ରସୂତ ନିବନ୍ଧରୁ ସିଦ୍ଧ ହୁଏ ଯେ, ଶତକଡ଼ା ୭୦ ଭାଗ ଶିକ୍ଷା ଓ ଗବେଷଣା ସହ ସଂପୃକ୍ତ ବୃତ୍ତିଧାରୀ ସେମାନଙ୍କ ପରିସରରେ ଦାମ୍ପତ୍ୟ ତୁଲ୍ୟ ଅନ୍ତରଙ୍ଗ ସମ୍ପର୍କ ରଖିଥା’ନ୍ତି ଏବଂ ସେମାନଙ୍କ ଏହି ବନ୍ଧନ ଅତୁଟ ରଖିବାରେ କର୍ତ୍ତୃପକ୍ଷ ନୟାନ୍ତ ହୋଇଯାଆନ୍ତି। ସେମାନେ ନିଜ ଅନୁଭୂତିରୁ ବିଚ୍ଛେଦ ବେଦନାର ଯେଉଁ କରୁଣ ଚିତ୍ର ଦେବେ, ତାହାଠାରୁ ଆହୁରି ଅଧିକ ତୀବ୍ର ହେବ ପୃଥିବୀ-ଚନ୍ଦ୍ର ଯୋଡ଼ିର ଅନୁମତି ବିଚ୍ଛିନ୍ନତା। କିନ୍ତୁ ଏହା କ’ଣ ସମ୍ଭବ? ହୋଇପାରେ ମହାଜାଗତିକ କାରଣରୁ ପୃଥିବୀ ପାଖରୁ ଚନ୍ଦ୍ର ଖସି ଯାଇପାରେ!

– ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri